ବିକ୍ଷୋଭରେ ବାଟବଣା : ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହଜିଗଲେ ମହିଳା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସିଥିଲେ ନିଜ ସରକାରଙ୍କଠୁ ଦାବି ପୂରଣ ପାଇଁ । କିନ୍ତୁ ବିକ୍ଷୋଭ ମଧ୍ୟରେ ହୋଇଗଲେ ବାଟବଣା । ଆଉ ଅଲଗା ହୋଇଗଲେ ନିଜ ଦଳରୁ । ରାସ୍ତା ଭୁଲିଗଲେ । କେଉଁଆଡେ ଯିବେ କାହାକୁ କହିବେ ? ତେଣୁ ହତାଶ ହୋଇ ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ ବୟସ୍କ ମହିଳା ଜଣକ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ ।

WOMEN-1ବିଭିନ୍ନ ଦାବି ନେଇ ଲୋୟର ପିଏଜିରେ ଧାରଣାରେ ଅଛନ୍ତି ଅନେକ ସଙ୍ଗଠନ । ଆଉ ଏମାନଙ୍କ ମଧ୍ୟରେ ଏକ ସଙ୍ଗଠନ ଥିଲା ଯିଏ ଟ୍ରିପଲ୍ ତଲାକକୁ ବିରୋଧ କରି କରୁଥିଲା ବିକ୍ଷୋଭ । ବିଭିନ୍ନ ସ୍ଥାନରୁ ମହିଳାମାନେ ଏଥିରେ ଯୋଗ ଦେଇଥିଲେ । ହେଲେ ଏହି ମହିଳାମାନଙ୍କ ମଧ୍ୟରୁ ଅଲଗା ହୋଇ ଜଣେ ବାଟବଣା ହୋଇଗଲେ । ତାଙ୍କୁ ତାଙ୍କ ନିଜ ଝିଅ ସାଙ୍ଗରେ ନେଇ ଆସିଥିଲା । ତାଠାରୁ ଅଲଗା ହୋଇଯାଇଥିଲେ । ନୂଆ ଜାଗା । ଏତେ ଲୋକଙ୍କ ଭିଡ଼ । ପୁଣି ସମସ୍ତେ ନାରାବାଜିରେ ବ୍ୟସ୍ତ । କେହି କାହା କଥା ଶୁଣିବାକୁ ତର ନାହିଁ । ତା ଭିତରେ ହଜିଯିବାର ଆଶଙ୍କା । ନିଜ ଲୋକଙ୍କୁ ନପାଇ ମହିଳା ଜଣକ ରାସ୍ତାର ଏକ ପାର୍ଶ୍ବରେ ଛିଡା ହୋଇ ଛୋଟ ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ । ତାଙ୍କୁ ଦେଖି କିଛି ପୋଲିସ୍ କର୍ମଚାରୀ ପଚରା ଉଚରା କରିବାରୁ ଘର କେନ୍ଦ୍ରାପଡା ବୋଲି କହିଥିଲେ ମହିଳା ଜଣକ । ଆଉ କିଭଳି ଏହି ବିକ୍ଷୋଭକୁ ଆସିଲେ ସେ କଥା ବି କହିଲେ । ଏହି ଅବସ୍ଥାରେ ଆମ ପ୍ରତିନିଧି ତାଙ୍କୁ ନେଇ ଟ୍ରିପଲ ତଲାକ୍‌ ବିରୋଧରେ ବିକ୍ଷୋଭ କରୁଥିବା ଦଳ ପାଖରେ ପହଞ୍ଚାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.