Categories: ସ୍ପେଶାଲ

ବିଶ୍ୱ ଅଳସୁଆ ଦିବସ, ଜାଣନ୍ତୁ କଣ ପାଇଁ ପାଳନ ହୁଏ ଓ କଣ କରାଯାଏ

ବିଶ୍ୱ ଅଳସୁଆ ଦିବସ । ବର୍ଷରେ ଥରେ ଏମିତି ଏକ ଦିନ ପାଳନ କରାଯାଉଥିବ କି ବୋଲି ଆପଣ ନିଶ୍ଚୟ ଭାବୁଥିବେ । ହେଲେ କଲମ୍ବିଆରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହିତ ପାଳନ କରାଯାଏ । ଏଥିରେ ଭାଗ ନେଉଥିବା ଲୋକେ ଦିନ ସାରା ଆରମ କରନ୍ତି ଏବଂ କେତେକ ମଜାଦାର ପ୍ରତିଯୋଗିତାରେ ଭାଗ ନିଅନ୍ତି । ଆଉ କିଛି ଲୋକ ତ ରାସ୍ତା ଉପରେ ଶେଯ ପାରି ଶୋଇ ଯାଆନ୍ତି । ଖରା ବେଶି ହେଲେ ଉଠନ୍ତି ।
କଲମ୍ବିଆରେ ୧୯୮୫ ମସିହାରୁ ‘ଅଳସୁଆ ଦିବସ’ ପାଳନ କରାଯାଉଛି । ଆଧୁନିକ ଜଗତରେ କର୍ମମୟ ଜୀବନ ଭିତରେ ଟେନ୍‌ସନ୍‌ ଦୂର କରି କେବଳ ଆରାମ କରିବା ପାଇଁଏ ହି ଦିନଟିକୁ ବଛା ଯାଇଛି ।

କଲମ୍ବିଆ ଇଟାଗୁଇ ସହରରେ ଲୋକେ ଏକାଠି ହୋଇ ନିଜ ପରିବାର ସହିତ ଏହାକୁ ପାଳନ କରନ୍ତି । କିଛି ଲୋକ ତ ଏମିତି ଖାଲି ଶୋଇ ରୁହନ୍ତି । ଆଉ କିଛି ମଉଜ ମଜଲିସ୍‌ କରନ୍ତି । ରାସ୍ତା ଉପରେ ଜମିଯାଏ ଜାଜ୍‌, ସାଲସା, ରକ୍‌ ହିପ୍‌ହପ୍‌, ବ୍ଲ୍ୟୁଜ୍‌, ପପ୍‌, ଇଲେକଟ୍ରୋନିକ୍‌ ମ୍ୟୁଜିକ୍‌ ଭଳି ସଂଗୀତ ଓ ନୃତ୍ୟର ଆସର । ଅଗଷ୍ଟ ୧୦କୁ ଅଳସୁଆ ଦିବସ ଭାବରେ ପାଳନ କରାଯାଉଛି । ଅନେକ ସମୟରେ ସପ୍ତାହ ବ୍ୟାପି ମଧ୍ୟ ଲୋକ ଏହାକୁ ପାଳନ କରୁଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

1 hour ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

5 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

5 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

6 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

6 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

6 hours ago