ବିଶ୍ୱ ଅଳସୁଆ ଦିବସ, ଜାଣନ୍ତୁ କଣ ପାଇଁ ପାଳନ ହୁଏ ଓ କଣ କରାଯାଏ

ବିଶ୍ୱ ଅଳସୁଆ ଦିବସ । ବର୍ଷରେ ଥରେ ଏମିତି ଏକ ଦିନ ପାଳନ କରାଯାଉଥିବ କି ବୋଲି ଆପଣ ନିଶ୍ଚୟ ଭାବୁଥିବେ । ହେଲେ କଲମ୍ବିଆରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଏ । ଏଥିରେ ଭାଗ ନେଉଥିବା ଲୋକେ ଦିନ ସାରା ଆରମ କରନ୍ତି ଏବଂ କେତେକ ମଜାଦାର ପ୍ରତିଯୋଗିତାରେ ଭାଗ ନିଅନ୍ତି । ଆଉ କିଛି ଲୋକ ତ ରାସ୍ତା ଉପରେ ଶେଯ ପାରି ଶୋଇ ଯାଆନ୍ତି । ଖରା ବେଶି ହେଲେ ଉଠନ୍ତି ।
କଲମ୍ବିଆରେ ୧୯୮୫ ମସିହାରୁ ‘ଅଳସୁଆ ଦିବସ’ ପାଳନ କରାଯାଉଛି । ଆଧୁନିକ ଜଗତରେ କର୍ମମୟ ଜୀବନ ଭିତରେ ଟେନ୍ସନ୍ ଦୂର କରି କେବଳ ଆରାମ କରିବା ପାଇଁଏ ହି ଦିନଟିକୁ ବଛା ଯାଇଛି ।
କଲମ୍ବିଆ ଇଟାଗୁଇ ସହରରେ ଲୋକେ ଏକାଠି ହୋଇ ନିଜ ପରିବାର ସହିତ ଏହାକୁ ପାଳନ କରନ୍ତି । କିଛି ଲୋକ ତ ଏମିତି ଖାଲି ଶୋଇ ରୁହନ୍ତି । ଆଉ କିଛି ମଉଜ ମଜଲିସ୍ କରନ୍ତି । ରାସ୍ତା ଉପରେ ଜମିଯାଏ ଜାଜ୍, ସାଲସା, ରକ୍ ହିପ୍ହପ୍, ବ୍ଲ୍ୟୁଜ୍, ପପ୍, ଇଲେକଟ୍ରୋନିକ୍ ମ୍ୟୁଜିକ୍ ଭଳି ସଂଗୀତ ଓ ନୃତ୍ୟର ଆସର । ଅଗଷ୍ଟ ୧୦କୁ ଅଳସୁଆ ଦିବସ ଭାବରେ ପାଳନ କରାଯାଉଛି । ଅନେକ ସମୟରେ ସପ୍ତାହ ବ୍ୟାପି ମଧ୍ୟ ଲୋକ ଏହାକୁ ପାଳନ କରୁଛନ୍ତି ।