Below header

ଖୁବଶୀଘ୍ର ଗିରଫ ହୋଇ ପାରନ୍ତି ପି.ଚିଦାମ୍ବରମ, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଅଡୁଆ ବଢିଲା। INX ମିଡିଆ ମାମଲାରେ ଆଜି ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଥିବା ବେଳେ ତାଙ୍କ ବାସଭବନରେ ଚଢ଼ାଉ କରିଛି ସିବିଆଇ। ଖୁବଶୀଘ୍ର ଗିରଫ ହୋଇ ପାରନ୍ତି ପି.ଚିଦାମ୍ବରମ।

INX ମିଡିଆ ମାମଲାରେ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଦାମ୍ବରମ୍‌। ଆସନ୍ତାକାଲି ଏ ସମ୍ପର୍କିତ ମାମଲାର ଶୁଣାଣି ସମ୍ଭାବନା ରହିଛି। ଗତବର୍ଷ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ।

୨୦୦୭ରେ ପି. ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ INX ମିଡିଆକୁ ଅହେତୁକ ଅନୁକମ୍ପା ନେଇ ଅଭିଯୋଗ ହୋଇଥିଲା। ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ୍‌ ବୋର୍ଡ ବା FIPB ଅନୁମତିରେ INX ମିଡିଆରେ ବିଦେଶରୁ ୩୦୫ କୋଟି ଟଙ୍କା ନିବେଶ ହୋଇଥିଲା। ଯାହାର ମାଲିକାନା ରହିଥିଲା ପିଟର୍‌ ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପାଖରେ।

ପୁଞ୍ଜି ନିବେଶରେ ଅନିୟମିତତା ଅଭିଯୋଗରେ ୨୦୧୭, ମେ ୧୫ରେ ମାମଲା ରୁଜୁ କରିଥିଲା ସିବିଆଇ। INX ମିଡିଆ ଦୁର୍ନୀତିରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଜେଲ୍‌ ଯାଇଥିବା ବେଳେ ଏବେ ବେଲ୍‌ରେ ଅଛନ୍ତି। ଅଭିଯୋଗ ହୋଇଛି, କାର୍ତ୍ତିଙ୍କ ପରୋକ୍ଷ ମାଲିକାନାରେ ଥିବା ଏକ କମ୍ପାନୀକୁ INX ମିଡିଆରୁ ୧୦ ଲକ୍ଷ ଟଙ୍କା ଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.