ରାଜସ୍ଥାନରେ ଆଇଏସ୍‌ ଏଜେଣ୍ଟ, ହାଇ ଆଲର୍ଟ ଜାରି କଲା ପୋଲିସ୍‌

ଜୟପୁର : ଦେଶ ଭିତରକୁ କିଛି ଆଇଏସ୍‌ଆଇଏସ୍‌ ଏଜେଣ୍ଟ ପଶି ଆସିଛନ୍ତି । ଏଭଳି ସୂଚନା ମିଳିବା ପରେ ରାଜସ୍ଥାନର ସିରହି ଜିଲ୍ଲା ପୋଲିସ ଅଧୀକ୍ଷକ କଲ୍ୟାଣ ମିନା ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନକୁ ଆଲ୍ଲର୍ଟ ଜାରି କରିଛନ୍ତି । ପୋଲିସ ଅଧୀକ୍ଷକଙ୍କ କହିବା ଅନୁଯାୟୀ ଆଇଏସଆଇଏସ୍‌ର ଚାରି ଜଣ ଏଜେଣ୍ଟ ଦେଶ ମଧ୍ୟକୁ ପ୍ରବେଶ କରିଛନ୍ତି । ଏଣୁ ସୀମାବର୍ତ୍ତୀ ରାଜ୍ୟ ରାଜସ୍ଥାନ ଓ ଗୁଜୁରାଟ ସମେତ ଦେଶର ସମସ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ ଯେକୌଣସି ଅଞ୍ଚଳରେ ଯେକୌଣସି ସମୟରେ ଆତଙ୍କବାଦୀମାନେ ଆତଙ୍କ ବିସ୍ତାର କରିବାର ସମ୍ଭାବନା ଅଛି |
ସମସ୍ତ ରାଜ୍ୟର ପୋଲିସକୁ ଅଧିକ ସତର୍କତାର ସହ ଯାଞ୍ଚ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ଏହା ପୂର୍ବରୁ ଅଗଷ୍ଟ ୯ ତାରିଖରେ ଗୋଇନ୍ଦା ବିଭାଗଠାରୁ ସୂଚନା ପାଇ ହାଇଆଲର୍ଟ ଜାରି କରାଯାଇଥିଲା । ଯେଉଁଥିରେ ସୂଚନା ଦିଆଯାଇଥିଲା କି ପାକିସ୍ତାନ ସ୍ଥିତ ଜେହାଦି ଆତଙ୍କବାଦୀ ଜମ୍ମୁ ଓ କଶ୍ମୀର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଆତଙ୍କ ଖେଳାଇବାର ଆଶଙ୍କା ଥିଲା । ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ହିସାକାଣ୍ଡର ଆଶଙ୍କା ବଢ଼ି ଯାଇଛି ।

Leave A Reply

Your email address will not be published.