ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ମୁମ୍ବାଇରେ ମହମ୍ମଦ ଜହୁର ଖୟାମ ହାସମୀଙ୍କ ଅନ୍ତିମ ସଂସ୍କାର

ମହମ୍ମଦ ଜହୁର ଖୟାମ ହାସମୀଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ମୁମ୍ବାଇରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ନିଧନ, ଭାରତୀୟ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ନେତା ଓ ବଲିଉଡ୍‌ ଅଭିନେତା ଶୋକ ପ୍ରକାଶ କରିଛନ୍ତି। ଅଧିକ ସଂଖ୍ୟକ ସିନେମାରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। କିନ୍ତୁ ଯେଉଁଥିରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ତାହା କାଳଜୟୀ ହୋଇ ରହିଛି। ରଜିଆ ସୁଲତାନ, କଭି କଭି, ଉମରାଓ ଜାନ ଓ ବାଜାର ଭଳି ସିନେମାର ସଂଗୀତ ଆଜି ବି ଲୋକପ୍ରିୟ ହୋଇ ରହିଛି।