Below header

ଆସନ୍ତାକାଲି ବରୀ ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଉପନିର୍ବାଚନ, କିଏ ମାରିବ ବାଜି ?

ଯାଜପୁର ଟାଉନ (କେ ନ୍ୟୁଜ୍‌): ଆସନ୍ତାକାଲି ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଗତ ସାଧାରଣ ନିର୍ବାଚନରେ ଏଠାରେ ବ୍ଲକ ଅଧ୍ୟକ୍ଷା ଥିବା ସୁନନ୍ଦା ଦାସ ବିଜେଡିର ବରୀ ବିଧାୟକ ପ୍ରାର୍ଥୀ ହେବା ପରେ ନିଜ ପଦବିରୁ ଇସ୍ତଫା ଦେଇଥିଲେ । ଗତ ପଂଚାୟତ ନିର୍ବାଚନରେ ବରୀ ବ୍ଲକରେ ବିଜେପି ଭଲ ପ୍ରଦର୍ଶନ କରି ବ୍ଲକ ଅଧ୍ୟକ୍ଷ ପଦବୀ ଦଖଲ କରିଥିଲା । କିନ୍ତୁ ସୁନନ୍ଦା ବିଜେଡିରେ ଯୋଗ ଦେବା ପରେ କଣ ପଂଳାପଂଳ ହେବ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ୨୯ଟି ପଚାଂୟତକୁ ନେଇ ଗଠିତ ବରୀ ବ୍ଲକ ରେ ଗତ ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି ସମର୍ଥିତ ପ୍ରାର୍ଥୀ ୨୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ୭ ଖଣ୍ଡ ଏବଂ କଂଗ୍ରେସ ଖଣ୍ଡିଏ ଭୋଟ ପାଇଥିଲେ ।

ଆସନ୍ତାକାଲି ହେବାକୁ ଥିବା ବ୍ଲକ ଅଧ୍ୟକ୍ଷ ନିର୍ବାଚନ କେଉଁଦଳ ସମର୍ଥନରେ ଯିବ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଯେହେତୁ ବର୍ତ୍ତମାନ ବରୀରେ ବିଜେଡି ବିଧାୟିକା ଅଛନ୍ତି, ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ଦଳ ପାଇଁ ଏକ ସମ୍ମାନର ବିଷୟ ହୋଇଛି । ଆସନ୍ତାକାଲି ସକାଳ ୧୦ଟା ସମୟରେ ନିର୍ବାଚନ ଆରମ୍ଭ ହେବ । ଏଥିପାଇଁ ରସୁଲପୁର ବିଡିଓଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ, ପରେ ଯାଂଚ ଏହାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ଆବଶ୍ୟକ ପଡିଲେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ସରିବା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଗଣ୍ଡଗୋଳ ଆଶଙ୍କାରେ ବ୍ୟାପକ ପୋଲିସ ମୁତୟନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପଂଚାୟତ ଅଧିକାରୀ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.