କ’ଣ ‘UPSC’ ପରୀକ୍ଷାରୁ ଉଠିଯିବ କି ଏହି କଠିନ ପାହାଚ?

ଲୋକ ସଂଘ ସେବା ଆୟୋଗ (UPSC) ଦ୍ବାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସିଭିଲ୍ ସର୍ଭିସେସ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ (CSAT) ଏବଂ ଇଣ୍ଟରଭ୍ୟୁକୁ ଉଠାଇ ଦେବାକୁ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)। କମ୍ପିଟେଟିଭ୍ ପରୀକ୍ଷାର ସମୀକ୍ଷା ନିମନ୍ତେ ଆରଏସଏସ ଦ୍ବାରା ଗଠିତ ଏକ କମିଟି ଏହି ପ୍ରସ୍ତାବ ଦେଇଛି। ଇଣ୍ଟରଭ୍ୟୁ ବଦଳରେ ସାଇକୋଲଜିକାଲ୍ ଟେଷ୍ଟ ନେବାକୁ ସଂଘ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କିତ ସୂଚନା ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଦିଆଯାଇଛି।

upsc3

ଏହାସହ ପଢ଼ନ୍ତୁ: CBSEର ନୋଟିଫିକେସନ : ଏହି ପ୍ରକ୍ରିୟା ପୂରା କରନ୍ତୁ, ନଚେତ୍‌ ବୋର୍ଡ ପରୀକ୍ଷାରେ ବସିପାରିବେ ନାହିଁ ଛାତ୍ରଛାତ୍ରୀ

ଜାଣନ୍ତୁ, ଆରଏସଏସ କାହିଁକି କରିବାକୁ ଚାହୁଁଛି ପରିବର୍ତ୍ତନ

– ଆରଏସଏସ କମିଟିର କହିବା କଥା ହେଲା, ପରୀକ୍ଷା ପଦ୍ଧତିରେ ଏଭଳି ସୁଧାର ଆସିବା ଦରକାର, ଯଦ୍ଦ୍ବାରା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବିନା କୌଣସି ଭେଦଭାବରେ ବରାବର ସୁଯୋଗ ମିଳିପାରିବ।
– CSAT କ୍ବାଲିଫାଏ କରିଥିବା ପାଖାପାଖି ୯୦ ପ୍ରତିଶତ ପ୍ରାର୍ଥୀ ଇଂଲିଶ୍ ମିଡିୟମରୁ ଆସିଥାଆନ୍ତି। ଏହି ପରୀକ୍ଷା ସିଭିଲ୍ ସେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଜରୁରୀ ଦକ୍ଷତାକୁ ପରୀକ୍ଷା କରୁନାହିଁ। ଏଥିପାଇଁ କ୍ବାଲିଫାଇଙ୍ଗ୍ ଏକଜାମ୍ ରୂପରେ ଏହି ପରୀକ୍ଷାର କୌଣସି ଆବଶ୍ୟକତା ନାହିଁ।
-ଇଣ୍ଟରଭ୍ୟୁ ସମ୍ବନ୍ଧରେ ଆରଏସଏସ କହିଛି ଯେ ଏହାର ପାର୍ଟନରେ ସମାନତା ନାହିଁ। ଅଲଗା ଅଲଗା ପ୍ୟାନେଲର ଅଲଗା ପାର୍ଟନ ଦ୍ବାରା ପ୍ରାର୍ଥୀମାନେ ପ୍ରଭାବିତ ହେଉଛନ୍ତି। କିଛି ପ୍ୟାନେଲ ଉଦାର ହୋଇଥିବା ବେଳେ ଆଉ କିଛି ଅଧିକ କଡ଼ାକଡ଼ି। ମୋଟାମୋଟି କହିବାକୁ ଗଲେ, ପ୍ରାର୍ଥୀମାନଙ୍କ ଭବିଷ୍ୟତ ଏହି କଥା ଉପରେ ନିର୍ଭର କରୁଛି କି, ସେମାନଙ୍କ ଇଣ୍ଟରଭ୍ୟୁ ପ୍ୟାନେଲ କେଉଁ ପ୍ରକାରର ଅଛନ୍ତି, ଯାହାକି ବିଲକୁଲ ନ୍ୟାୟସଙ୍ଗତ ନୁହେଁ।
-କମିଟି ଆଉ ଏକ ପ୍ରସ୍ତାବ ଦେଇଛି ଯେ ସରକାର ଇଣ୍ଟରଭ୍ୟୁକୁ ଷ୍ଟାଣ୍ଡାର୍ଡଲାଇଜ୍ କରିବା ପାଇଁ ପ୍ୟାନେଲମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ ଏବଂ ଏହି ପ୍ରକ୍ରିୟାକୁ ପୂରାପୂରି ଧ୍ୟାନରେ ରଖନ୍ତୁ।
-ଏହାଛଡ଼ା ଇଣ୍ଟରଭ୍ୟୁକୁ ବନ୍ଦ କରି ଏହା ବଦଳରେ ଯବାନମାନଙ୍କ ଭଳି ସାଇକୋଲଜିକାଲ୍ ଟେଷ୍ଟ ଆରମ୍ଭ କରାଯାଉ।
-କେବଳ ଏତିକି ନୁହେଁ, UPSC ମୁଖ୍ୟ ପରୀକ୍ଷାର answer key ଜାରି କରିବାକୁ ସଂଘ ପ୍ରସ୍ତାବ ଦେଇଛି। ବର୍ତ୍ତମାନ UPSC ପ୍ରାରମ୍ଭିକ ପରୀକ୍ଷାର answer key ଜାରି କରାଯାଉଛି।

upsc2

ଆରଏସଏସ ପ୍ରସ୍ତାବ ଉପରେ କ’ଣ କହିଲା UPSC ?

ଏ ସମ୍ପର୍କରେ ୟୁପିଏସସିର ଜଣେ ଅଧିକାରୀ କହିଛନ୍ତି, ଆମେ ବର୍ତ୍ତମାନ ଆରଏସଏସ ପ୍ରସ୍ତାବ ଉପରେ ଟିପ୍ପଣୀ ଦେବା ସ୍ଥିତିରେ ନାହୁଁ। କିନ୍ତୁ ଆୟୋଗକୁ ମଧ୍ୟ ଏହା ଲାଗିଥାଏ କି, CSAT ପ୍ରାର୍ଥୀମାନଙ୍କ ଚୟନ ଉଦ୍ଦେଶ୍ୟକୁ ପୂରା କରୁନାହିଁ। ତେଣୁ ଆମେ ପ୍ରଥମରୁ ହିଁ ସରକାରଙ୍କୁ ଏ ସମ୍ବନ୍ଧରେ ଲେଖି ଜଣାଇଥିଲୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.