ସ୍ପେଶାଲ

ଦୁଃଖରୁ ମୁକୁଳିବାକୁ ଚାହୁଁଛନ୍ତି କି ? ବୁଧବାର କରନ୍ତୁ ଶ୍ରୀଗଣେଶଙ୍କ ଏପରି ପୂଜା

ହିନ୍ଦୁ ଧର୍ମରେ ଶ୍ରୀଗଣେଶଜୀ ଅଗ୍ର ପୂଜ୍ୟ ଅଟନ୍ତି । କୌଣସି ବି ପୂଜା ହେଲେ ଶ୍ରୀ ଗଣେଶଜୀଙ୍କୁ ପ୍ରଥମେ ପୂଜା କରାଯାଏ । ଭଗବାନ ଗଣେଶଙ୍କୁ ବିଘ୍ନହର୍ତା କୁହାଯାଏ । ସେ ମନୁଷ୍ୟର ସମସ୍ତ ବିଘ୍ନ ନାଶ କରିଥାନ୍ତି । ମାନ୍ୟତା ରହିଛି ଶ୍ରୀ ଗଣେଶଙ୍କ କୃପା ଦୃଷ୍ଟି ରହିଲେ ମନୁଷ୍ୟର ସବୁ କଷ୍ଟ ଦୂର ହୋଇଥାଏ । ବିଶେଷକରି ବୁଧବାର ଶ୍ରୀଗଣେଶଙ୍କ ପ୍ରିୟ ବାର ହୋଇଥିବାରୁ ଉକ୍ତ ଦିନ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଆସନ୍ତୁ ଜାଣିବା କିପରି କରିବେ ବୁଧବାର ଶ୍ରୀଗଣେଶଜୀଙ୍କୁ ପୂଜା :

୧.  ବୁଧବାର ଦିନ ପ୍ରାତଃ କାଳରେ ସ୍ନାନ କରି ଶୁଦ୍ଧ ହେବା ପରେ ତାମ୍ର ପାତ୍ରରେ ଶ୍ରୀଗଣେଶଜୀଙ୍କୁ ଭଲ ଭାବେ ସ୍ନାନ କରାନ୍ତୁ । ଏହାପରେ ଉତ୍ତର ଦିଗକୁ ମୁହଁ କରି ଶ୍ରୀଗଣେଶଜୀଙ୍କୁ ସ୍ଥାପନ             କରନ୍ତୁ ।

୩.  ଶ୍ରୀଗଣେଶଙ୍କ ପୂଜା କାଳରେ ସିନ୍ଦୁର ଅର୍ପଣ କରନ୍ତୁ । ସନ୍ଦୁର ଅର୍ପଣ କରିବା ଦ୍ୱାରା ଆପଣଙ୍କ ସବୁ କଷ୍ଟ ଭଗବାନ ଗଣେଶ ଦୂର କରିଦେଇଥାନ୍ତି ।

୪.  ବୁଧବାର ଦିନ ଗାଇକୁ ସବୁଜ ଘାସ ଖୁଆନ୍ତୁ । ଏହା କରିବା ଦ୍ୱାରା ଶ୍ରୀଗଣେଶଙ୍କ କୃପା ପ୍ରାପ୍ତ ହୋଇଥାଏ ।

୫.  ବୁଧବାର ଦିନ ଗରୀବଙ୍କୁ ଦାନ କରନ୍ତୁ । ଏହାଦ୍ୱାରା ବୁଧ ଗ୍ରହଙ୍କର ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ ।

୬.  ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜା କରିବା ବେଳେ ଦୁବ ଅର୍ପଣ କରନ୍ତୁ ଓ ମୋଦକ ଭୋଗ ଲଗାନ୍ତୁ । ଏହା କରିବା ଦ୍ୱାରା ଶ୍ରୀଗଣେଶ ଖୁସୀ ହୋଇଥାନ୍ତି ।

୭.  କଷ୍ଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତ ବୁଧବାର ଦିନ ଶ୍ରୀଗଣେଶଙ୍କୁ ଘିଅ ଓ ଗୁଡରେ ପ୍ରସାଦ ଚଢ଼ାନ୍ତୁ ଓ ଗାଇକୁ ଖୁଆନ୍ତୁ ।

୮.  ଭଗବାନ ଗଣେଶଙ୍କୁ ଘିଅ ଓ ଗୁଡ଼ରେ ଭୋଗ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ।

୯.  ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶଙ୍କ ପ୍ରତିମା ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଓ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

Niharanjan

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago