Categories: ସ୍ପେଶାଲ

ଏଠି ଦବିବ ରିମୋଟ୍ ସେଠି ଗଡିବ ଶତ୍ରୁଙ୍କ ଶବ : ପାକିସ୍ତାନ୍ ସୁଟରଙ୍କୁ କଡା ଜବାବ୍ ଦେବ ଭାରତର ନୂଆ ଟେକନିକ୍

ଭାରତକୁ ହଇରାଣ କରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛି ପଡୋଶୀ ପାକିସ୍ତାନ । ସାମ୍ନା ସାମ୍ନି ଯୁଦ୍ଧରେ ପରାଜୟ ପରେ ଆତଙ୍କବାଦୀଙ୍କ ସାହାଯ୍ୟରେ ଦେଶରେ ଲଗାତାର ଅଶାନ୍ତି ଖେଳାଉଛି ପାକ୍ । ଏତିକିରେ ମନ ନଭରିବାରୁ ସେନାର କିଛି ଯବାନଙ୍କୁ ନେଇ ବର୍ଡର ଆକ୍ସନ୍ ଟିମ୍ (ବେଟା) ଗଠନ କରିଛି ପାକିସ୍ତାନ୍ । ଏହି ଟିମରେ ଅଛନ୍ତି ଦକ୍ଷ ସୁଟର୍ । ଯେଉଁମାନେ ଅତ୍ୟାଧୂନିକ ଲେନ୍ସ ରାଇଫଲ୍ ସାହାଯ୍ୟରେ ଭାରତୀୟ ଯବାନଙ୍କୁ କରିଥାନ୍ତି ଟାର୍ଗେଟ୍ । ଗତ କିଛି ଦିନ ହେବ ବେଟାକୁ ମୁକାବିଲା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଭାରତୀୟ ସୁରକ୍ଷା ବାହିନୀ ।

କିନ୍ତୁ ଏବେ ଆଉ ଏମିତି ହେବ ନାହିଁ । ଏବେ ଧରାସାୟୀ ହେବେ ଶତ୍ରୁ । କାରଣ ଏହାର ଉପାୟ ଖୋଜି ବାହାର କରିଛନ୍ତି ସୁରକ୍ଷା ବାହିନୀ । ଏପଟେ କ୍ୟାମ୍ପରେ ବସି ଯବାନ ରିମୋଟ୍ ବଟନ୍ ଦାବିବେ ଆଉ ସେପଟେ ଗଡିବ ସୁଟରଙ୍କ ମୃତ ଦେହ । ସେନାର ଯବାନ୍ ମାନେ ଏକ ନୂଆ ଟେକ୍ନୋଲୋଜି ବାହାର କରିଛନ୍ତି । ଯେଉଁଥିରେ ଲାଇଟ୍ ମେସିନଗନ୍, ମିଡିୟମ୍ ମେସିନଗନ୍, ଏକେ ୪୭, ଏବଂ ଏକେ ୫୬ ଭଳି ରାଇଫଲକୁ ରିମୋଟ୍ ଜରିଆରେ ସଂଚାଳନ କରାଯାଇପାରିବ । ଏହି ଟେକନିକ୍ ମାଧ୍ୟମରେ ଆପଣ ଅତ୍ୟାଧୂନିକ ରାଇଫଲକଚ ବର୍ଡର ରଖି କିଛି ଦୂରରେ କ୍ୟାମ୍ପରେ ବସି ଫାୟାରିଙ୍ଗ୍ କରିପାରିବେ । ଏହି ରାଇଫଲରେ ଲାଗତଥିବା କ୍ୟାମେରା ନିଜ ଟାର୍ଗେଟକୁ ଖୋଜିନେବ ଏବଂ କ୍ୟାମ୍ପରେ ବସିଥିବା ଅପରେଟର୍ ମଧ୍ୟ ଏହାକୁ ଦେଖିପାରିବେ । ଆଉ ଏହି ଭିଡିଓକୁ ଦେଖି ରିମୋଟ୍ ମାଧ୍ୟମରେ ଫାୟାରିଙ୍ଗ୍ କରିପାରିବେ । ଏହି ନୂଆ ଟେକନିକ୍ ମାଧ୍ୟରେ ୧୦୦ ମିଟର ଦୂରରେ ବସି ଯବାନ୍ ଶତ୍ରୁଙ୍କୁ କରିପାରିବେ ଟାର୍ଗେଟ ।

ଏହା ସହ ପଢନ୍ତୁ ଅନେକ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗରେ ଆସୁଛି ଜନ୍ମାଷ୍ଟମୀ

ଏହି ଟେକନିକକୁ ଲକ୍ଷ୍ନୌ ସ୍ଥିତ ଅଜରୁନଙ୍ଗଜ ଫାୟାରିଙ୍ଗ୍ ରେଞ୍ଜ ଏବଂ ୧୧ ଜିଆରଆରସିର ସର୍ଟ ରେଞ୍ଜରେ ମଧ୍ୟ ଟ୍ରାଏଲ୍ କରାଯାଇଛି । ରାଇଫଲରେ ଲେଜର୍ ମାଧ୍ୟମରେ ଲକ୍ଷ୍ୟ ଭେଦିବାର କ୍ଷମତା ରହିଛି । ଏଥିରେ ଏକ ମୋବାଇଲ୍ ଫୋନ୍ ଲାଗିଛି ଯାହା କଣ୍ଟ୍ରୋଲର୍ ବକ୍ସ ସହ ଯୋଡି ହୋଇଛି । ରାଇଫଲରେ ଲାଗିଥିବା ମୋବାଇଲ୍ ୱାଇ ଫାଇ ମାଧ୍ୟମରେ ୧୦୦ ମିଟର ଦୂରରେ ବସିଥିବା ଯବାନଙ୍କ ସ୍ମାର୍ଟଫୋନରେ ସଂଯୋଗ ହେବ । ଏକ ଆପ ମାଧ୍ୟମରେ ମୋବାଇଲ୍ ଫୋନ୍ ଲାଇଭ୍ ଭିଡିଓ ପଠାଇବ । ଯାହା ଫଳରେ ଦୂରରେ ଥାଇ ଫାୟାରିଙ୍ଗ୍ କରିପାରିବେ ଯବାନ୍ । ମୋବାଇଲ୍ ଯୋଗେ ଏହି ରାଇଫଲକୁ କୌଣସି ଦିଗକୁ ବି କରାଯାଇପାରିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

1 hour ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

3 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

4 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

5 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

6 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

6 hours ago