Categories: ସ୍ପେଶାଲ

ଗଜପତିରେ ଅବସ୍ଥିତ ଖସଡା ଜଳପ୍ରପାତ, ଏଠାକାର ମନୋରମ ଦୃଶ୍ୟ ଏବଂ ଶାନ୍ତ ପରିବେଶକୁ ଆସି ଥରେ ନିହାତି କରନ୍ତୁ ଉପଭୋଗ

ମୋହନା(କେନ୍ୟୁଜ୍):ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା । ଏଠାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ମିଳିଥାଏ । କାହିଁ କେତେ ଦୁରରୁ ଏଠାକୁ ଛୁଟିଆସନ୍ତି ପର୍ଯ୍ୟଟକ ମାନେ । ଏହି ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଳକ୍ ର ଖସଡା ଜଳ ପ୍ରପାତ ଅନ୍ୟତମ । ଏଠାକାର ପ୍ର।କୃତିକ ସୌନ୍ଦର୍ଯ୍ୟର କଥା କହିଲେ ନସରେ । ମନୋରମ ଦୃଶ୍ୟ ଏବଂ ଶାନ୍ତ ପରିବେଶକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଖାସ୍ କରି ଏହି ଶୀତ ଦିନେ ସୁଅ ଛୁଟିଥାଏ ପର୍ଯ୍ୟଟକ ମାନଙ୍କର ।

ବ୍ରହ୍ମପୁରରୁ ପ୍ରାୟ ୧୦୦ କିଲୋମିଟର ଦୁରରେ ଅବସ୍ଥିତ ଗଜପତି ଜିଲ୍ଲାର ଏହି ଜଳପ୍ରପାତ ପ୍ରକୃତିର ଅନନ୍ୟ ଉପହାର। ଲୋକେ ଏଠାକୁ ଆସି ଭୋଜିଭାତ ସହ ନାଚଗୀତରେ ମସଗୁଲ୍ ରହିଥାନ୍ତି । କିନ୍ତୁ ଦୁଃଖର କଥା ପ୍ରଶାସନ ତଥା ପୋଲିସ୍ ବିଭାଗ ପକ୍ଷରୁ ଏଠାରେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନହିଁ । ଯାହାଫଳରେ ଦୂରଦୂରାନ୍ତରରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ବିଶେଷ କରି ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ଏଠାରେ କୌଣସି ଶୌଚାଳୟର ସୁବିଧା କିମ୍ବା ରାତ୍ରୀ ଯାପନ ପାଇଁ କୌଣସି ଗେଷ୍ଟ ହାଉସ୍ ର ବ୍ୟବସ୍ଥା ମଧ୍ୟ ନାହିଁ । ଜଳପ୍ରପାତର ଅନନ୍ଯ ଦୃଶ୍ୟକୁ ଅଧିକ ସମୟ ଉପଭୋଗ କରିବାକୁ ଚାହିଁଲେ ବି ପର୍ଯ୍ୟଟକ ମାନେ ନରହି ଫେରିଯାଇଥାନ୍ତି ।

ଜିଲ୍ଲା ପ୍ରଶାସନ ତଥା ସରକାର ଯଦି ଏହି ଜଳପ୍ରପାତ ପ୍ରତି ନଜର ଦେଇ ଏଠାକାର ଭିତ୍ତିଭୂମିର ବିକାଶ କରିପାରନ୍ତେ ତେବେ ଏହି ଜଳପ୍ରପାତ ତଥା ପର୍ଯ୍ୟଟନ ସ୍ଥଳୀଟି ଆହୁରି ସୁନାମ ଅର୍ଜନ କରିବା ସହିତ ପର୍ଯ୍ୟଟକ ମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାରୁ ପଡନ୍ତା ନାହିଁ । ଏଥିପ୍ରତି ତୁରନ୍ତ ପଦକ୍ଷପ ନେବାକୁ ସାଧାରଣରେ ଦାବି ହୋଇଛି ।

 

ମୋହନାରୁ ସୁମନ୍ ପଟ୍ଟନାୟକ,କେନ୍ୟୁଜ୍

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 min ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

10 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago