Below header

ଗଜପତିରେ ଅବସ୍ଥିତ ଖସଡା ଜଳପ୍ରପାତ, ଏଠାକାର ମନୋରମ ଦୃଶ୍ୟ ଏବଂ ଶାନ୍ତ ପରିବେଶକୁ ଆସି ଥରେ ନିହାତି କରନ୍ତୁ ଉପଭୋଗ

ମୋହନା(କେନ୍ୟୁଜ୍):ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା । ଏଠାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ମିଳିଥାଏ । କାହିଁ କେତେ ଦୁରରୁ ଏଠାକୁ ଛୁଟିଆସନ୍ତି ପର୍ଯ୍ୟଟକ ମାନେ । ଏହି ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଳକ୍ ର ଖସଡା ଜଳ ପ୍ରପାତ ଅନ୍ୟତମ । ଏଠାକାର ପ୍ର।କୃତିକ ସୌନ୍ଦର୍ଯ୍ୟର କଥା କହିଲେ ନସରେ । ମନୋରମ ଦୃଶ୍ୟ ଏବଂ ଶାନ୍ତ ପରିବେଶକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଖାସ୍ କରି ଏହି ଶୀତ ଦିନେ ସୁଅ ଛୁଟିଥାଏ ପର୍ଯ୍ୟଟକ ମାନଙ୍କର ।

khasadaବ୍ରହ୍ମପୁରରୁ ପ୍ରାୟ ୧୦୦ କିଲୋମିଟର ଦୁରରେ ଅବସ୍ଥିତ ଗଜପତି ଜିଲ୍ଲାର ଏହି ଜଳପ୍ରପାତ ପ୍ରକୃତିର ଅନନ୍ୟ ଉପହାର। ଲୋକେ ଏଠାକୁ ଆସି ଭୋଜିଭାତ ସହ ନାଚଗୀତରେ ମସଗୁଲ୍ ରହିଥାନ୍ତି । କିନ୍ତୁ ଦୁଃଖର କଥା ପ୍ରଶାସନ ତଥା ପୋଲିସ୍ ବିଭାଗ ପକ୍ଷରୁ ଏଠାରେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନହିଁ । ଯାହାଫଳରେ ଦୂରଦୂରାନ୍ତରରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ବିଶେଷ କରି ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ଏଠାରେ କୌଣସି ଶୌଚାଳୟର ସୁବିଧା କିମ୍ବା ରାତ୍ରୀ ଯାପନ ପାଇଁ କୌଣସି ଗେଷ୍ଟ ହାଉସ୍ ର ବ୍ୟବସ୍ଥା ମଧ୍ୟ ନାହିଁ । ଜଳପ୍ରପାତର ଅନନ୍ଯ ଦୃଶ୍ୟକୁ ଅଧିକ ସମୟ ଉପଭୋଗ କରିବାକୁ ଚାହିଁଲେ ବି ପର୍ଯ୍ୟଟକ ମାନେ ନରହି ଫେରିଯାଇଥାନ୍ତି ।

Khasada-waterfallଜିଲ୍ଲା ପ୍ରଶାସନ ତଥା ସରକାର ଯଦି ଏହି ଜଳପ୍ରପାତ ପ୍ରତି ନଜର ଦେଇ ଏଠାକାର ଭିତ୍ତିଭୂମିର ବିକାଶ କରିପାରନ୍ତେ ତେବେ ଏହି ଜଳପ୍ରପାତ ତଥା ପର୍ଯ୍ୟଟନ ସ୍ଥଳୀଟି ଆହୁରି ସୁନାମ ଅର୍ଜନ କରିବା ସହିତ ପର୍ଯ୍ୟଟକ ମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାରୁ ପଡନ୍ତା ନାହିଁ । ଏଥିପ୍ରତି ତୁରନ୍ତ ପଦକ୍ଷପ ନେବାକୁ ସାଧାରଣରେ ଦାବି ହୋଇଛି ।

 

ମୋହନାରୁ ସୁମନ୍ ପଟ୍ଟନାୟକ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.