ମାତ୍ର ୯ ଟଙ୍କାରେ ବିଦେଶ ଯାତ୍ରା କରିବାକୁ ଅଫର ଦେଉଛି Vietjet, ଆଜି ହିଁ କରନ୍ତୁ ଟିକେଟ୍‌ ବୁକିଂ

ବୁଲାବୁଲି କରିବାକୁ କାହାକୁ ବା ପସନ୍ଦ ନୁହେଁ। ସବୁ ଭାରତୀୟଙ୍କ ସ୍ୱପ୍ନ ହୋଇଥାଏ ବିଦେଶ ଭ୍ରମଣ କରିବା। କିନ୍ତୁ ବିଦେଶ ବୁଲିବା ପାଇଁ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥାଏ। ଖାସ୍‌ କରି ଫରେନ୍‌ ଟୁର ପାଇଁ ଫ୍ଲାଇଟ୍‌ ଟିକେଟ୍‌ର ଦାମ୍‌ ଅତ୍ୟଧିକ ଥାଏ। ଏଣୁ ଲୋକମାନେ ବିଦେଶ ଯିବାକୁ ମନ ଥିଲେ ବି ଯାଇପାରିନଥାନ୍ତି।

ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ Vietjet କମ୍ପାନୀ ଏକ ଆକର୍ଷଣୀୟ ଅଫର ଆଣିଛି। ଏହି ଅଫରରେ ଜଣେ ଭାରତୀୟ ମାତ୍ର ୯ ଟଙ୍କାରେ ଭିଏତନାମ ଗସ୍ତ କରିପାରିବେ। କମ୍ପାନୀ ତରଫରୁ ପ୍ରଥମ ଥର ପାଇଁ ଏଭଳି ଆକର୍ଷଣୀୟ ଅଫର ଦିଆଯାଉଛି। ଏହି ଅଫରରେ ଜଣେ ଦିଲ୍ଲୀରୁ ଭିଏତନାମର ହୋ ଚି ମିନ୍‌ ସିଟି ଓ ହନୋଇର ନୂଆ ରୁଟ୍‌କୁ ବିମାନଯାତ୍ରା କରିପାରିବ।

Vietjet ର ମେଗା ପ୍ରମୋସନ୍‌ ଅଫର ଅନୁସାରେ ଟ୍ୟାକ୍ସ ଓ ଶୁଳ୍କକୁ ଛାଡ଼ି ମାତ୍ର ୯ ଟଙ୍କାରେ ଜଣେ ଦିଲ୍ଲୀରୁ ଭିଏତନାମ ବିମାନରେ ଗସ୍ତ କରିପାରିବେ। ଏହି ଅଫର ଡିସେମ୍ବର ୧୬ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ୭ ଦିନ ପାଇଁ ରହିଛି। ଏହି ୭ ଦିନ ଭିତରେ Vietjet ର ୱେବ୍‌ସାଇଟ୍‌କୁ ଯାଇ ଜଣେ ମାତ୍ର ୯ ଟଙ୍କାରେ ଟିକେଟ୍‌ ବୁକ୍‌ କରିପାରିବେ।

ଟିକେଟ୍‌ ବୁକିଂ କନ୍‌ଫର୍ମ ହେବା ପରେ ଯାତ୍ରୀମାନେ ୨୩ ଡିସେମ୍ବର,୨୦୧୯ରୁ ୩୧ ଜୁଲାଇ,୨୦୨୦ ପର୍ଯ୍ୟନ୍ତ ବିମାନ ଯାତ୍ରାର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.