ସ୍ପେଶାଲ

ଜାଣନ୍ତୁ କେବେ ପଡୁଛି କୁମ୍ଭ ସଂକ୍ରାନ୍ତି, କଣ ରହିଛି ଏହାର ମହତ୍ତ୍ୱ ଏବଂ ପୂଜା ବିଧି

ଯେତେବେଳେ ଭଗବାନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ସେହି ସମୟରେ ସଂକ୍ରାନ୍ତି ପାଳନ କରାଯାଇଥାଏ। ସୂର୍ଯ୍ୟ ପ୍ରତ୍ୟେକ ମାସରେ ନିଜର ରାଶି ପରିବର୍ତ୍ତନ କରିଏକ ବର୍ଷରେ ସମସ୍ତ ରାଶିରେ ଭ୍ରମଣ କରି ପୁରା କରିଥାନ୍ତି। ଚଳିତ ବର୍ଷ ସୂର୍ଯ୍ୟ କୁମ୍ଭ ରାଶିରେ ଆସନ୍ତା ୧୩ ଫେବୃଆରୀରେ ଗୋଚର କରିବେ। ଏହିକାରଣରୁ ଏହିଦିନ କୁମ୍ଭ ସଂକ୍ରାନ୍ତି ପାଳନ କରାଯିବ। ହିନ୍ଦୁ ଧର୍ମରେ କୁମ୍ଭ ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ରହିଛି ଏହି ଦିନ ହିନ୍ଦୁ ଧର୍ମର ସମସ୍ତ ଦେବୀ-ଦେବତା ପବିତ୍ର ନଦୀରେ ସ୍ନାନ କରିଥାନ୍ତି। ଯେଉଁ କାରଣରୁ ଏହି ପବିତ୍ର ଦିନରେ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ବୋଲି ଉଲ୍ଲେଖ କରାଯାଇଛି।

ଜାଣନ୍ତୁ କୁମ୍ଭ ସଂକ୍ରାନ୍ତିରେ କଣ କରିବା ଉଚିତ:

-ଏହି ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରାଧନା କରନ୍ତୁ। ଏଥିସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

-ଏହି ଦିନ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହିକାରଣରୁ ନଦୀରେ ସ୍ନାନ କରିବା ପରେ ବିଧିବତ ଭାବେ ସୂର୍ଯ୍ୟଦେବଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଦୁଃଖର ଅନ୍ତ ହୋଇଥାଏ।

-ମାନ୍ୟତା ରହିଛି ଏହି ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାବ୍ୟତୀତ ଯମୁନା, ଗୋଦାବରୀ କିମ୍ବା ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ।

-ଏହି ଦିନ ଖାଦ୍ୟ ଏବଂ ବସ୍ତ୍ର ଗରିବଙ୍କୁ ଦାନ କରିବା ଦ୍ୱାରା ପୁଣ୍ୟ ଦୁଇ ଗୁଣ ହୋଇଥାଏ।

କୁମ୍ଭ ସଂକ୍ରାନ୍ତିରେ ସମସ୍ତ ରାଶି ଉପରେ ପଡିବ ପ୍ରଭାବ:

ମେଷ, ବୃଷ ଏବଂ ମିଥୁନ ରାଶିର ଜାତକରେ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ମଧ୍ୟ ସାନଦାର୍‌ ରହିବ। ଜୀବନସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇ ପାରିବେ। କର୍କଟ ରାଶିର ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସିଂହ ରାଶିର ବ୍ୟକ୍ତିମାନଙ୍କ ପାର୍ଟନରଙ୍କ ସହ କିଛି ଭୁଲ ବୁଝାବଣା ହୋଇପାରେ। କନ୍ୟା ରାଶିର ବ୍ୟକ୍ତିମାନେ ନିଜର ପର୍ସନାଲ ଲାଇଫ୍‌ରେ ଶାନ୍ତି ପାଇପାରିବେ। ତୁଳା ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଚିନ୍ତା ବଢିବାର ସମ୍ଭାବନା ରହିଛି। ବିଛା ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ସାଥ୍‌ ଦେବ। ମକର ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ କାର୍ଯ୍ୟରେ ନୂତନ ସଫଳତା ମିଳିବ। ମୀନ ରାଶିର ବ୍ୟକ୍ତିମାନଙ୍କ ଆଖି ସମ୍ବନ୍ଧିତ ସମସ୍ୟା ଦେଖାଯାଇପାରେ।

KNews Bureau

Recent Posts

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

45 seconds ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

41 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

56 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago