Below header

ଜାଣନ୍ତୁ କେବେ ପଡୁଛି କୁମ୍ଭ ସଂକ୍ରାନ୍ତି, କଣ ରହିଛି ଏହାର ମହତ୍ତ୍ୱ ଏବଂ ପୂଜା ବିଧି

ଯେତେବେଳେ ଭଗବାନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ସେହି ସମୟରେ ସଂକ୍ରାନ୍ତି ପାଳନ କରାଯାଇଥାଏ। ସୂର୍ଯ୍ୟ ପ୍ରତ୍ୟେକ ମାସରେ ନିଜର ରାଶି ପରିବର୍ତ୍ତନ କରିଏକ ବର୍ଷରେ ସମସ୍ତ ରାଶିରେ ଭ୍ରମଣ କରି ପୁରା କରିଥାନ୍ତି। ଚଳିତ ବର୍ଷ ସୂର୍ଯ୍ୟ କୁମ୍ଭ ରାଶିରେ ଆସନ୍ତା ୧୩ ଫେବୃଆରୀରେ ଗୋଚର କରିବେ। ଏହିକାରଣରୁ ଏହିଦିନ କୁମ୍ଭ ସଂକ୍ରାନ୍ତି ପାଳନ କରାଯିବ। ହିନ୍ଦୁ ଧର୍ମରେ କୁମ୍ଭ ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ରହିଛି ଏହି ଦିନ ହିନ୍ଦୁ ଧର୍ମର ସମସ୍ତ ଦେବୀ-ଦେବତା ପବିତ୍ର ନଦୀରେ ସ୍ନାନ କରିଥାନ୍ତି। ଯେଉଁ କାରଣରୁ ଏହି ପବିତ୍ର ଦିନରେ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ବୋଲି ଉଲ୍ଲେଖ କରାଯାଇଛି।

ଜାଣନ୍ତୁ କୁମ୍ଭ ସଂକ୍ରାନ୍ତିରେ କଣ କରିବା ଉଚିତ:

sun-dev-ଏହି ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରାଧନା କରନ୍ତୁ। ଏଥିସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

-ଏହି ଦିନ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହିକାରଣରୁ ନଦୀରେ ସ୍ନାନ କରିବା ପରେ ବିଧିବତ ଭାବେ ସୂର୍ଯ୍ୟଦେବଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଦୁଃଖର ଅନ୍ତ ହୋଇଥାଏ।

-ମାନ୍ୟତା ରହିଛି ଏହି ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାବ୍ୟତୀତ ଯମୁନା, ଗୋଦାବରୀ କିମ୍ବା ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ।

-ଏହି ଦିନ ଖାଦ୍ୟ ଏବଂ ବସ୍ତ୍ର ଗରିବଙ୍କୁ ଦାନ କରିବା ଦ୍ୱାରା ପୁଣ୍ୟ ଦୁଇ ଗୁଣ ହୋଇଥାଏ।

କୁମ୍ଭ ସଂକ୍ରାନ୍ତିରେ ସମସ୍ତ ରାଶି ଉପରେ ପଡିବ ପ୍ରଭାବ:

kumbh-ମେଷ, ବୃଷ ଏବଂ ମିଥୁନ ରାଶିର ଜାତକରେ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ମଧ୍ୟ ସାନଦାର୍‌ ରହିବ। ଜୀବନସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇ ପାରିବେ। କର୍କଟ ରାଶିର ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସିଂହ ରାଶିର ବ୍ୟକ୍ତିମାନଙ୍କ ପାର୍ଟନରଙ୍କ ସହ କିଛି ଭୁଲ ବୁଝାବଣା ହୋଇପାରେ। କନ୍ୟା ରାଶିର ବ୍ୟକ୍ତିମାନେ ନିଜର ପର୍ସନାଲ ଲାଇଫ୍‌ରେ ଶାନ୍ତି ପାଇପାରିବେ। ତୁଳା ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଚିନ୍ତା ବଢିବାର ସମ୍ଭାବନା ରହିଛି। ବିଛା ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ସାଥ୍‌ ଦେବ। ମକର ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ କାର୍ଯ୍ୟରେ ନୂତନ ସଫଳତା ମିଳିବ। ମୀନ ରାଶିର ବ୍ୟକ୍ତିମାନଙ୍କ ଆଖି ସମ୍ବନ୍ଧିତ ସମସ୍ୟା ଦେଖାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.