ସ୍ପେଶାଲ

ଜାଣନ୍ତୁ ଭାଇ ଦୂରରେ ଥିଲେ କେମିତି ବାନ୍ଧିବେ ରାକ୍ଷୀ

ଆମ ରାଜ୍ୟରେ ଅନେକ ପରମ୍ପରା ପାଳନ କରାଯାଇଥାଏ । ଏଥି ମଧ୍ୟରୁ ଅନେକ ପରମ୍ପରା ଆମ ସଂସ୍କୃତିକୁ ଏବଂ ସମ୍ପର୍କକୁ ନେଇ ପାଳନ କରାଯାଇଥାଏ । ଭାଇ ଭଉଣୀର ସମ୍ପର୍କକୁ ନେଇ ପାଳନ ହୋଇଥାଏ ଗହ୍ମା ପୂର୍ଣ୍ଣୀମା । ଆଉ ଭଉଣୀର ସମ୍ପର୍କକୁ ନେଇ ରାକ୍ଷୀର ବନ୍ଧନରେ ବାନ୍ଧି ହୋଇ ଭାଇଟିଏ ସାରା ଜୀବନ ଭଉଣୀର ରକ୍ଷା କରିବା ପାଇଁ ଭରସା ଦେଇଥାଏ । ତେବେ ଆସନ୍ତୁ ଆଜିର ଏହି ଶୁଭ ଅବସରରେ କୋଭିଡ୍‌ ନିୟମ ମାନି ପାଳନ କରିବା ଏହି ଉତ୍ସବ ।

ବର୍ଷର କେଉଁଦିନ ମା’ ପାଇଁ ତ ଆଉ କେଉଁ ଦିନ ବାପାଙ୍କ ପାଇଁ । ପୁଣି କେଉଁ ଦିନ ଗୁରୁଙ୍କ ପାଇଁ ସମର୍ପିତ ହୋଇଥାଏ । ତେବେ ଏପରି ଏକ ଦିନକୁ ଆମେ ପାଳନ କରିଥାଉ ତାହା ହେଉଛି ଉଭୟ ଭାଇ ଏବଂ ଭଉଣୀଙ୍କ ପାଇଁ । ଭାଇ ଟିଏ ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହର ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ଭଉଣୀର ସମ୍ପର୍କକୁ ନେଇ ପାଳିତ ହୋଇଥାଏ ରକ୍ଷୀ ବନ୍ଧନ ପର୍ବ । ପ୍ରତି ବର୍ଷ ଏହି ଦିନ ଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଈ ଏବଂ ଭଉଣୀ । ଏହି ଦିନ ଭଉଣୀ ପିତଳ ଥାଳିରେ ଧୂପ ଦ୍ୱୀପ ଚନ୍ଦନ ମିଠା ସହିତ ସମ୍ପର୍କର ରେଶମ ଡ଼ୋରୀର ରାକ୍ଷୀକୁ ଧରି ଭାଇ ପାଖରେ ପହଂଚେ । ଆଉ ଭାଇ ମଧ୍ୟ ତା’ର ହାତକୁ ବଢାଇ ଦେଇଥାଏ ଭଉଣୀ ନିକଟକୁ । ରେଶମ ଡ଼ୋରୀରେ ବନ୍ଧା ଏହି ବନ୍ଧନ ଭଉଣୀକୁ ପ୍ରତିଟି ସମୟରେ ସୁରକ୍ଷାର ହାତ ବଢାଇ ସୁରକ୍ଷା ଯୋଗାଇଦେବ । କିନ୍ତୁ ବୋଧହୁଏ ଚଳିତ ବର୍ଷ କରୋନା ଲକଡାଉନ କାରଣରୁ ଯେଉଁ ଭାଇ ଭଉଣୀ ମାନେ ଦୂରରେ ଅଛନ୍ତି ସେମାନେ ବୋଧହୁଏ ଏକାଠି ହୋଇପାରିବେନାହିଁ। ତେବେ ମନ ଦୁଃଖ କରନ୍ତୁ ନାହିଁ ଯଦି ଆପଣ ମଧ୍ୟ ଏଭଳି ସ୍ଥିତିରେ ଅଛନ୍ତି ତାହେଲେ ଭାଇକୁ ଭିଡିଓ କଲ କରି ଭାଇର ଶୁଭ ମନାସୀ ଭଉଣୀ ଶ୍ରୀକୃଷ୍ଣଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିପାରିବେ।

ଆଜିର ଦିନଟି ବେଶ ଗୁରୁତ୍ୱ ବହନ କରେ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ । ଆଉ କୃଷି ଭିତିକ ପରମ୍ପରା ମଧ୍ୟ ସ୍ପଷ୍ଟ ସୂଚାଇଥାଏ । ତେବେ ଆଜି ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଂଚଳ । ଏହି ଦିନରେ ଘରେ ବିଭିନ୍ନ ପ୍ରକାର ପିଠା ପଣା ପ୍ରସ୍ତୁତ ହୁଏ। ତେବେ ଏହି ଦିନରେ ମଧ୍ୟ ବଳଦଙ୍କୁ ଗାଧୁଆ ପାଧୁଆ କରି ହଳଦି ଲଗାଇ ରାକ୍ଷୀ ବନ୍ଧାଯିବା ପରେ ବନ୍ଦାପନା କରାଯାଇ ପିଠା ଖାଇବାକୁ ଦିଆ ଯାଇଥାଏ । ଘର ସମ୍ମୁଖରେ ଗୋଟା ଗୁଆକୁ ପୋତା ଯାଇଥାଏ ଏବଂ ବଳଦଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଭାଇ ଭଉଣୀର ସମ୍ପର୍କକୁ ନେଇ ପାଳିତ ହେଉଥିବା ଏହି ପର୍ବ ପର୍ବ ପ୍ରତ୍ୟେକ ସମୟରେ ଭଉଣୀର ରକ୍ଷା କବଚ ପାଲଟିବ ଭାଇ ।

 

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

3 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

13 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

24 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

52 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago