ଜାଣନ୍ତୁ ଭାଇ ଦୂରରେ ଥିଲେ କେମିତି ବାନ୍ଧିବେ ରାକ୍ଷୀ

ଆମ ରାଜ୍ୟରେ ଅନେକ ପରମ୍ପରା ପାଳନ କରାଯାଇଥାଏ । ଏଥି ମଧ୍ୟରୁ ଅନେକ ପରମ୍ପରା ଆମ ସଂସ୍କୃତିକୁ ଏବଂ ସମ୍ପର୍କକୁ ନେଇ ପାଳନ କରାଯାଇଥାଏ । ଭାଇ ଭଉଣୀର ସମ୍ପର୍କକୁ ନେଇ ପାଳନ ହୋଇଥାଏ ଗହ୍ମା ପୂର୍ଣ୍ଣୀମା । ଆଉ ଭଉଣୀର ସମ୍ପର୍କକୁ ନେଇ ରାକ୍ଷୀର ବନ୍ଧନରେ ବାନ୍ଧି ହୋଇ ଭାଇଟିଏ ସାରା ଜୀବନ ଭଉଣୀର ରକ୍ଷା କରିବା ପାଇଁ ଭରସା ଦେଇଥାଏ । ତେବେ ଆସନ୍ତୁ ଆଜିର ଏହି ଶୁଭ ଅବସରରେ କୋଭିଡ୍‌ ନିୟମ ମାନି ପାଳନ କରିବା ଏହି ଉତ୍ସବ ।

rakhiବର୍ଷର କେଉଁଦିନ ମା’ ପାଇଁ ତ ଆଉ କେଉଁ ଦିନ ବାପାଙ୍କ ପାଇଁ । ପୁଣି କେଉଁ ଦିନ ଗୁରୁଙ୍କ ପାଇଁ ସମର୍ପିତ ହୋଇଥାଏ । ତେବେ ଏପରି ଏକ ଦିନକୁ ଆମେ ପାଳନ କରିଥାଉ ତାହା ହେଉଛି ଉଭୟ ଭାଇ ଏବଂ ଭଉଣୀଙ୍କ ପାଇଁ । ଭାଇ ଟିଏ ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହର ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ଭଉଣୀର ସମ୍ପର୍କକୁ ନେଇ ପାଳିତ ହୋଇଥାଏ ରକ୍ଷୀ ବନ୍ଧନ ପର୍ବ । ପ୍ରତି ବର୍ଷ ଏହି ଦିନ ଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଈ ଏବଂ ଭଉଣୀ । ଏହି ଦିନ ଭଉଣୀ ପିତଳ ଥାଳିରେ ଧୂପ ଦ୍ୱୀପ ଚନ୍ଦନ ମିଠା ସହିତ ସମ୍ପର୍କର ରେଶମ ଡ଼ୋରୀର ରାକ୍ଷୀକୁ ଧରି ଭାଇ ପାଖରେ ପହଂଚେ । ଆଉ ଭାଇ ମଧ୍ୟ ତା’ର ହାତକୁ ବଢାଇ ଦେଇଥାଏ ଭଉଣୀ ନିକଟକୁ । ରେଶମ ଡ଼ୋରୀରେ ବନ୍ଧା ଏହି ବନ୍ଧନ ଭଉଣୀକୁ ପ୍ରତିଟି ସମୟରେ ସୁରକ୍ଷାର ହାତ ବଢାଇ ସୁରକ୍ଷା ଯୋଗାଇଦେବ । କିନ୍ତୁ ବୋଧହୁଏ ଚଳିତ ବର୍ଷ କରୋନା ଲକଡାଉନ କାରଣରୁ ଯେଉଁ ଭାଇ ଭଉଣୀ ମାନେ ଦୂରରେ ଅଛନ୍ତି ସେମାନେ ବୋଧହୁଏ ଏକାଠି ହୋଇପାରିବେନାହିଁ। ତେବେ ମନ ଦୁଃଖ କରନ୍ତୁ ନାହିଁ ଯଦି ଆପଣ ମଧ୍ୟ ଏଭଳି ସ୍ଥିତିରେ ଅଛନ୍ତି ତାହେଲେ ଭାଇକୁ ଭିଡିଓ କଲ କରି ଭାଇର ଶୁଭ ମନାସୀ ଭଉଣୀ ଶ୍ରୀକୃଷ୍ଣଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିପାରିବେ।

rakhi3ଆଜିର ଦିନଟି ବେଶ ଗୁରୁତ୍ୱ ବହନ କରେ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ । ଆଉ କୃଷି ଭିତିକ ପରମ୍ପରା ମଧ୍ୟ ସ୍ପଷ୍ଟ ସୂଚାଇଥାଏ । ତେବେ ଆଜି ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଂଚଳ । ଏହି ଦିନରେ ଘରେ ବିଭିନ୍ନ ପ୍ରକାର ପିଠା ପଣା ପ୍ରସ୍ତୁତ ହୁଏ। ତେବେ ଏହି ଦିନରେ ମଧ୍ୟ ବଳଦଙ୍କୁ ଗାଧୁଆ ପାଧୁଆ କରି ହଳଦି ଲଗାଇ ରାକ୍ଷୀ ବନ୍ଧାଯିବା ପରେ ବନ୍ଦାପନା କରାଯାଇ ପିଠା ଖାଇବାକୁ ଦିଆ ଯାଇଥାଏ । ଘର ସମ୍ମୁଖରେ ଗୋଟା ଗୁଆକୁ ପୋତା ଯାଇଥାଏ ଏବଂ ବଳଦଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଭାଇ ଭଉଣୀର ସମ୍ପର୍କକୁ ନେଇ ପାଳିତ ହେଉଥିବା ଏହି ପର୍ବ ପର୍ବ ପ୍ରତ୍ୟେକ ସମୟରେ ଭଉଣୀର ରକ୍ଷା କବଚ ପାଲଟିବ ଭାଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.