ସ୍ପେଶାଲ

ଜାଣନ୍ତୁ କେବେ ପଡୁଛି ପ୍ରଦୋଷ ବ୍ରତ, ଏପରି କରନ୍ତୁ ପୂଜା

ଭଗବାନ ଶଙ୍କରଙ୍କ ଉପାସନା ପାଇଁ ପ୍ରଦୋଷ ବ୍ରତ ବିଶେଷ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ବ୍ରତ ଆସନ୍ତା ୧୫ ସେପ୍ଟେମ୍ବର ମଙ୍‌ଗଳବାର ଦିନ ପାଳନ କରାଯିବ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରଦୋଷ ବ୍ରତ ପ୍ରତ୍ୟେକ ମାସର ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ। ମାନ୍ୟତା ରହିଛି ପ୍ରଦୋଷ ବ୍ରତ ରଖିବା ଦ୍ୱାରା ଭଗବାନ ଶଙ୍କର ପ୍ରସନ୍ନ ହୋଇଥାନ୍ତି। ଏଥିସହ କୁହାଯାଇଥାଏ ଯେତେବେଳେ ସମସ୍ତ ଦେବୀ-ଦେବତା ତ୍ରୟୋଦଶୀ ତିଥିକୁ ମଙ୍ଗଳକାରୀ ନମାନି ଏହିଦିନ ପୂଜା କରିବା ପାଇଁ ମନା କରିଥିଲେ ସେହି ସମୟରେ ଭଗବାଦନ ଶଙ୍କର ତ୍ରୟୋଦଶ ତିଥିକୁ ନିଜ ଉପବାସ ପାଇଁ ସବୁଠାରୁ ଭଲ ତିଥି କହିଥିଲେ।

କୁହାଯାଇଥାଏ ତ୍ରୟୋଦଶ ବ୍ରତ ଅର୍ଥାତ ପ୍ରଦୋଷ ବ୍ରତ ସମସ୍ତ ମନୋସ୍କାମନା ପୂରଣ କରିଥାଏ। ଶିବ ପ୍ରଦୋଷ ବ୍ରତକୁ ଚମତ୍କାରୀ କୁହାଯାଇଥାଏ। କୁହାଯାଏ ଯେଉଁ ବ୍ୟକ୍ତି ଭଗବାନ ଶିବଙ୍କୁ ନିର୍ମଳ ହୃଦୟରୁ ଭକ୍ତି କରି ଶିବ ପ୍ରଦୋଷ ବ୍ରତକୁ ପୂରଣ କରିଥାନ୍ତି ସେହି ବ୍ୟକ୍ତିଙ୍କ ସମସ୍ତ ମନୋକାମନା ଭଗବାନ ଶଙ୍କରଙ୍କ କୃପାରୁ ପୂରଣ ହୋଇଥାଏ। ଏହି ଉପବାସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ପୁରାଣରେ ମଧ୍ୟ ଏହି ବ୍ରତର ମହିମା ଉଲ୍ଳେଖ କରାଯାଇଛି।

ପ୍ରଦୋଷ ବ୍ରତର ପୂଜା ବିଧି:

ଏହି ଦିନ ସୂର୍ଯ୍ୟୋଦୟ ପଳର୍ବରୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରିବା ପରେ ପୂଜା ସ୍ଥଳ ସଫା କରନ୍ତୁ। ଏହାପରେ ସେହି ସ୍ଥାନକୁ ଗଙ୍‌ଗାଜଳ ଛିଞ୍ଚି ପବିତ୍ର କରନ୍ତୁ। ପରେ ଏକ ଖଟୁଲି ଉପରେ ଧଳା ରଙ୍ଗର କପଡା ପାରି ସେଥିରେ ଭଗବାନ ଶଙ୍କରଙ୍କ ପ୍ରତିମା ସ୍ଥାପନ କରନ୍ତୁ। ଭଗବାନ ଶଙ୍କରଙ୍କୁ ସ୍ଥାପନା କରିବା ପରେ ପ୍ରତିମାରେ ପ୍ରଥମେ ଗଙ୍ଗାଜଳ ଛିଞ୍ଚନ କରି ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଭଗବାନ ଶଙ୍କରଙ୍କୁ ଗୋପି ଚନ୍ଦନ ତିଳକ ଲଗାନ୍ତୁ। ଶିବ ପ୍ରଦୋଷ ବ୍ରତ ଦିନ ପ୍ରଥମେ ଆପଣ ଶିବଲିଙ୍ଗ ଉପରେ ଅଭିଷେକ କରିବା ପରେ ଧତୁରା, ଭାଙ୍ଗ ଏବଂ ଅନ୍ୟାନ୍ୟ ଜିନିଷ ଅର୍ପଣ କରନ୍ତୁ।

KNews Bureau

Recent Posts

JEE ଆଡଭାନ୍ସଡ ରେଜଲ୍ଟ ପ୍ରକାଶିତ, ବେଦ ଲାହୋଟି ଟପ୍ପର

JEE ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ jee.adv.ac.inରେ ରେଜଲ୍ଟ ଦେଖିପାରିବେ । ୩୬୦ରୁ ୩୫୫ନମ୍ବର ରଖି ବେଦ…

24 mins ago

ରୁଷ୍‌ ନଦୀରେ ବୁଡ଼ି ଯାଇଥିଲେ ୪ ଭାରତୀୟ ଛାତ୍ରଛାତ୍ରୀ, ଉଦ୍ଧାର ସମସ୍ତ ମୃତଦେହ ଅଣାଯାଉଛି ମୁମ୍ବାଇ

ରୁଷ୍‌ର ଭୋଲକୋଭ୍‌ ନଦୀରେ ବୁଡ଼ିଯାଇଥିବା ସମସ୍ତ ୪ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମସ୍ତେ ମହାରାଷ୍ଟ୍ରର…

27 mins ago

ଖାଦ୍ୟ ଅନ୍ୱେଷଣରେ ବାଡ଼ି ଘର ବୁଲୁଛି ଭାଲୁ, ଯାହାର ଭିଡିଓ ସିସିଟିଭି ରେ କଏଦ୍‌

ଉମରକୋଟ : ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ । ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ଲୋକେ…

35 mins ago

ସଂସ୍କୃତି ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ମାସକୁ ଦରମା ୧ଲକ୍ଷ ୭୭ ହଜାର

ଚାକିରି କରିବା ପାଇଁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ସଂସ୍କୃତି ମନ୍ତ୍ରଣାଳୟରେ ୫୦ରୁ ଅଧିକ ପଦବୀରେ…

45 mins ago

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ…

1 hour ago

ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି…

1 hour ago