Below header

ଜାଣନ୍ତୁ କେବେ ପଡୁଛି ପ୍ରଦୋଷ ବ୍ରତ, ଏପରି କରନ୍ତୁ ପୂଜା

ଭଗବାନ ଶଙ୍କରଙ୍କ ଉପାସନା ପାଇଁ ପ୍ରଦୋଷ ବ୍ରତ ବିଶେଷ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ବ୍ରତ ଆସନ୍ତା ୧୫ ସେପ୍ଟେମ୍ବର ମଙ୍‌ଗଳବାର ଦିନ ପାଳନ କରାଯିବ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରଦୋଷ ବ୍ରତ ପ୍ରତ୍ୟେକ ମାସର ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ। ମାନ୍ୟତା ରହିଛି ପ୍ରଦୋଷ ବ୍ରତ ରଖିବା ଦ୍ୱାରା ଭଗବାନ ଶଙ୍କର ପ୍ରସନ୍ନ ହୋଇଥାନ୍ତି। ଏଥିସହ କୁହାଯାଇଥାଏ ଯେତେବେଳେ ସମସ୍ତ ଦେବୀ-ଦେବତା ତ୍ରୟୋଦଶୀ ତିଥିକୁ ମଙ୍ଗଳକାରୀ ନମାନି ଏହିଦିନ ପୂଜା କରିବା ପାଇଁ ମନା କରିଥିଲେ ସେହି ସମୟରେ ଭଗବାଦନ ଶଙ୍କର ତ୍ରୟୋଦଶ ତିଥିକୁ ନିଜ ଉପବାସ ପାଇଁ ସବୁଠାରୁ ଭଲ ତିଥି କହିଥିଲେ।

pradosh vratକୁହାଯାଇଥାଏ ତ୍ରୟୋଦଶ ବ୍ରତ ଅର୍ଥାତ ପ୍ରଦୋଷ ବ୍ରତ ସମସ୍ତ ମନୋସ୍କାମନା ପୂରଣ କରିଥାଏ। ଶିବ ପ୍ରଦୋଷ ବ୍ରତକୁ ଚମତ୍କାରୀ କୁହାଯାଇଥାଏ। କୁହାଯାଏ ଯେଉଁ ବ୍ୟକ୍ତି ଭଗବାନ ଶିବଙ୍କୁ ନିର୍ମଳ ହୃଦୟରୁ ଭକ୍ତି କରି ଶିବ ପ୍ରଦୋଷ ବ୍ରତକୁ ପୂରଣ କରିଥାନ୍ତି ସେହି ବ୍ୟକ୍ତିଙ୍କ ସମସ୍ତ ମନୋକାମନା ଭଗବାନ ଶଙ୍କରଙ୍କ କୃପାରୁ ପୂରଣ ହୋଇଥାଏ। ଏହି ଉପବାସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ପୁରାଣରେ ମଧ୍ୟ ଏହି ବ୍ରତର ମହିମା ଉଲ୍ଳେଖ କରାଯାଇଛି।

pradosh vrat1ପ୍ରଦୋଷ ବ୍ରତର ପୂଜା ବିଧି:

ଏହି ଦିନ ସୂର୍ଯ୍ୟୋଦୟ ପଳର୍ବରୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରିବା ପରେ ପୂଜା ସ୍ଥଳ ସଫା କରନ୍ତୁ। ଏହାପରେ ସେହି ସ୍ଥାନକୁ ଗଙ୍‌ଗାଜଳ ଛିଞ୍ଚି ପବିତ୍ର କରନ୍ତୁ। ପରେ ଏକ ଖଟୁଲି ଉପରେ ଧଳା ରଙ୍ଗର କପଡା ପାରି ସେଥିରେ ଭଗବାନ ଶଙ୍କରଙ୍କ ପ୍ରତିମା ସ୍ଥାପନ କରନ୍ତୁ। ଭଗବାନ ଶଙ୍କରଙ୍କୁ ସ୍ଥାପନା କରିବା ପରେ ପ୍ରତିମାରେ ପ୍ରଥମେ ଗଙ୍ଗାଜଳ ଛିଞ୍ଚନ କରି ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଭଗବାନ ଶଙ୍କରଙ୍କୁ ଗୋପି ଚନ୍ଦନ ତିଳକ ଲଗାନ୍ତୁ। ଶିବ ପ୍ରଦୋଷ ବ୍ରତ ଦିନ ପ୍ରଥମେ ଆପଣ ଶିବଲିଙ୍ଗ ଉପରେ ଅଭିଷେକ କରିବା ପରେ ଧତୁରା, ଭାଙ୍ଗ ଏବଂ ଅନ୍ୟାନ୍ୟ ଜିନିଷ ଅର୍ପଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.