ରିୟା ଚକ୍ରବର୍ତ୍ତୀଙ୍କୁ ମିଡିଆବାଲା ଧକ୍କା ମାରିବା ନେଇ ଗର୍ଜିଲେ ବଲିଉଡ ସେଲିବ୍ରିଟି, କହିଲେ, ଲଜ୍ଜାଜନକ

ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗସ ଲିଙ୍କ ସାମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ ଆରମ୍ଭ କରିଛି। ରବିବାର ପାଖାପାଖି ୧୨ଟାରେ ରିୟା ଏନସିବି ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ମିଡିଆ ରିପୋର୍ଟସ ଘେରିଯାଇଥିଲେ। ତେବେ ରିପୋର୍ଟରମାନେ ତାଙ୍କୁ ଯେଭଳି ଭାବେ ଘେରିଥିଲେ, ତାହାକୁ ନେଇ କେତେକ ବଲିଉଡ ସେଲିବ୍ରିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

bbv

ଅଭିନେତା ପ୍ରକାଶ ରାଜ, ହୁମା କ୍ୟୁରେସି, ଗୌହର ଖାନ, ରିଚା ଚଢାଙ୍କ ଭଳି ସେଲିବ୍ରିଟି ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେହିପରି ରିୟା ଚକ୍ରବର୍ତ୍ତୀଙ୍କୁ ରିପୋର୍ଟରମାନେ ଧକ୍କା ମାରିବା ଉପରେ ତାପସୀ ପନୁ, ସ୍ୱରା ଭାସ୍କର ଓ ଅନୁଭବ ସିହ୍ନା ସ୍ୱର ଉଠାଇଛନ୍ତି। କହି ରଖୁଛୁ, ରିୟା ନିଜେ ମିଡିଆବାଲାଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

vv

ତେବେ ପ୍ରକାଶ ରାଜ ଟୁଇଟରରେ ରିୟାଙ୍କୁ ମିଡିଆବାଲା ଘେରିରହିଥିବା ର୍ଫଟୋ ସେୟାର କରି ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେହିପରି ରିଚା ଚଢା କହିଛନ୍ତି, ‘ସୋସିଆଲ ଡିସଷ୍ଟାନସିଂ ଭାଡ ମେ ଜାଏ’। ଗୌହର ଖାନ କହିଛନ୍ତି, ‘ଏମାନଙ୍କ ସାହସ କେମିତି ହେଲା। ଝିଅର ସମ୍ମାନ କୁଆଡେ ଗଲା’। ହ୍ୟୁମା କ୍ୟୁରେସି କହିଥିଲେ, ‘ଜଣେ ମହିଳା ଦୃଷ୍ଟିରୁ ରିୟାଙ୍କୁ ସ୍ପେସ ଦେବା ଉଚିତ। ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ। ସୋସିଆଲ ଡିସଷ୍ଟାନସିଂ ଏବଂ ସମ୍ମାନ କରିବା କେମିତି ଭୁଲିପାରିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.