ମାଓ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି(କେନ୍ୟୁଜ୍‌): ମାଓବାଦୀ ବିରୋଧରେ ପୁଣି ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ। ବିକାଶ ନୁହେଁ ବିନାଶ ହେବେ ମାଓବାଦୀ।ମାଓବାଦୀ ବନ୍ଧୁକରେ ଡରାଇଲେ ଆମେ ଧନୁ ତିର ଧରି ମାଓବାଦୀ ସାଙ୍ଗେ ଲଢ଼ିବା। ଏଭଳି ନାରା ଦେଇ ରାସ୍ତାକୁ ଓଲ୍ହାଇଲେ ସ୍ୱାଭିମାନ ଅଞ୍ଚଳର ହଜାର ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନର ଜୋଡାମ୍ବ ଅଞ୍ଚଳରେ। ଅସହ୍ୟ ହେଲା ମାଓବାଦୀଙ୍କ ଅତ୍ୟାଚାର। ବନ୍ଧୁକ ମୁନରେ ଡ଼ରେଇବା ବନ୍ଦ ହେଉ ବୋଲି ସ୍ଲୋଗାନ ଦେଇ ଯୋଡ଼ାମ୍ବ ଗାଁରେ ହଜାର ହଜାର ଆଦିବାସୀ ମହିଳା ଏବଂ ପୁରୁଷ ଏକାଠି ହୋଇ ବିରାଟ ରାଲି କରିବା ସହ ଏକ ବଡ଼ ଧରଣର ସମାବେଶ କରିଥିଲେ।

mao malkangiriଏହି ଅଞ୍ଚଳର ନିରୀହ ଲୋକଙ୍କୁ ପୋଲିସ ଇନଫର୍ମର କହି ମାଓବାଦୀ ହତ୍ୟା କରୁଛନ୍ତି। ଯେଉଁମାନେ ଏହି ଅଞ୍ଚଳର ଉର୍ଣ୍ଣତି ଚାହୁଁଛନ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରୁଛି ମାଓବାଦୀ। ଆମ କାନ୍ଧରେ ବନ୍ଧୁକ ରଖି ପୋଲିସ ବିରୋଧରେ ଲଢେ଼ଇ କରୁଛନ୍ତି। ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ସରକାରଙ୍କ ସମସ୍ତ ବିକାଶ କାର୍ଯ୍ୟକୁ ବିରୋଧ କରିଛନ୍ତି ମାଓବାଦୀ। ତେଣୁ ଆମେ ଦୀର୍ଘ ଦଶନ୍ଧି ହେବ ଅନ୍ଧାରରେ ରହିଛୁ। ଆମ ଭିତରେ ଲଢ଼େଇ କରି ମାଓବାଦୀ ତାର ଫାଇଦା ହାସଲ କରିଛି। ଆମ ଅଞ୍ଚଳରେ ବିକାଶ କାର୍ଯ୍ୟ ହେଲେ ଠିକାଦାରମାନଙ୍କ ଠାରୁ ବଟି ଆଦାୟ କରି ବିକାଶ କାର୍ଯ୍ୟରେ ବାଧକ ସୃଷ୍ଟି କରୁଛନ୍ତି। ତେଣୁ ଏବେ ମାଓବାଦୀ ବନ୍ଧୁକ ରେ ଆମକୁ ଡ଼ରାଇଲେ ଆମେ ଧନୁସର ଧରି ତାଙ୍କ ସହ ଲଢେ଼ଇ କରି ମାଓବାଦୀଙ୍କୁ ମୂଳପଛ କରିବା। ଏବେ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ଆମ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆଗେଇଛନ୍ତି। ତେଣୁ ଏହାକୁ ମାଓବାଦୀ ବାଧା ସୃଷ୍ଟି କଲେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ଏଭଳି ନାରା ଦେଇ ହାତରେ ଫ୍ଲା କାର୍ଡ ଧରି ହଜାର ହଜାର ସ୍ୱାଭିମାନ ଅଞ୍ଚଳ ଲୋକେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.