ସ୍ପେଶାଲ

ବଉଳ ଅମାବାସ୍ୟାରେ ପୂଜା ହୁଏ ଗଇଁଠା ପିଠା, ଜାଣନ୍ତୁ ଏହାର କଣ ରହିଛି ପରମ୍ପରା

ପିପିଲି(କେନ୍ୟୁଜ୍): ଗାଁର ଚାଲି ଚଳଣି  ପ୍ରମାଣ ଦିଏ ଆମ ମୂଳ ବେଉସାର, ଆଉ ସେଉଠୁ କିଭଳି ଆରମ୍ଭ ହୁଏ ଆମ ଜୀବନ ଜିବିକା ପରମ୍ପରା ସଂସ୍କୃତି । ଏହା ମଧ୍ୟରେ ଆମେ ଅନେକ ଅନେକ ସମୟରେ ବୃକ୍ଷକୁ ବିଭିନ୍ନ ଠାକୁରଙ୍କ ପ୍ରତୀକ ଭାବରେ ପୂଜା କରିଥାଉ । ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି ବଉଳ ଅମାବାସ୍ୟା । ଏଥିପାଇଁ ପୁର ପଲ୍ଲୀ ବେଶ ଉତ୍ସବ ମୂଖର ହୋଇଥାଏ । ଏହି ଦିନ ଆମ୍ବଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି । ଗଛକୁ ବିଭିନ୍ନ ଫୁଲରେ ସଜା ଯାଇଥାଏ । ସେପଟେ ପୂଜା ପାଇଁ ପିଠା ପ୍ରସ୍ତୁତି ଜୋରଦାର ଚାଲିଥାଏ । ତେବେ ଏହି ବଉଳ ଅମାବାସ୍ୟାକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ଘନିପୁର ଗ୍ରାମରେ ।

ଏହି ବଉଳ ଅମାବାସ୍ୟାର ମୂଖ୍ୟ ଭୋଗ ହେଉଛି ଗଇଁଠା ପିଠା । ଯାହାକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥାନ୍ତି ଘରର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ । ମାଟି ଚୁଲିରେ ପିଠା ପ୍ରସ୍ତୁତ କରି ସଂଧ୍ୟାରେ ପିଠାକୁ ଧରି ପହଁଚିଥାନ୍ତି ଆମ୍ବ ଗଛ ନିକଟରେ । ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ ଆମ୍ବ ଗଛକୁ । ଧୂପ ଦ୍ୱୀପ ନୈବେଦ୍ୟରେ ପୂଜାର୍ଚ୍ଚନା କରାଯାଇଥାଏ ଆମ୍ବଗଛକୁ ।

ବୃକ୍ଷ ହିଁ ଜୀବନ । ବିଶେଷ କରି ଆମ୍ବ ଗଛ ବଉଳରୁ ମହୁମାଛି ଅଧିକ ମହୁ ସଂଗ୍ରହ କରିଥାଏ । ସେଥିପାଇଁ ବଉଳକୁ କିପରି ଅଧିକ ସୁରକ୍ଷିତ ରଖା ଯାଇପାରିବ ସେଥିପାଇଁ ତାକୁ ପୂଜା କରାଯାଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବଉଳକୁ କୁମାରୀ ଝିଅ ଓ ସ୍ତ୍ରୀ ଲୋକମାନେ ପରସ୍ପରକୁ ଖୁଆଇ ସାରା ଜୀବନ ବଉଳ ବୋଲି ଡ଼ାକିଥାନ୍ତି ବୋଲି ଲୋକକଥା ରହିଛି । ବ୍ୟସ୍ତ ବହୁଳ ଆମ ଜୀବନ ମଧ୍ୟରେ ବଜାୟ ରହିଛି ପରମ୍ପରା । ଆଉ ବଉଳ ଅମାବାସ୍ୟା ଭଳି ପର୍ବ ପାଳନ କରି ମନୁଷ୍ୟ ଓ ବୃକ୍ଷ ମଧ୍ୟରେ ଥିବା ସମ୍ପର୍କକୁ ଉଜ୍ଜିବିତ କରି ପାରିଛି ଏହି ପରମ୍ପରା ।

 

 

 

 

 

 

,

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

1 hour ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

2 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

3 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

3 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

4 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

5 hours ago