Below header

ବଉଳ ଅମାବାସ୍ୟାରେ ପୂଜା ହୁଏ ଗଇଁଠା ପିଠା, ଜାଣନ୍ତୁ ଏହାର କଣ ରହିଛି ପରମ୍ପରା

ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି ବଉଳ ଅମାବାସ୍ୟା । ଏଥିପାଇଁ ପୁର ପଲ୍ଲୀ ବେଶ ଉତ୍ସବ ମୂଖର ହୋଇଥାଏ । ଏହି ଦିନ ଆମ୍ବଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି । ଗଛକୁ ବିଭିନ୍ନ ଫୁଲରେ ସଜା ଯାଇଥାଏ । ସେପଟେ ପୂଜା ପାଇଁ ପିଠା ପ୍ରସ୍ତୁତି ଜୋରଦାର ଚାଲିଥାଏ । ତେବେ ଏହି ବଉଳ ଅମାବାସ୍ୟାକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ଘନିପୁର ଗ୍ରାମରେ ।

ପିପିଲି(କେନ୍ୟୁଜ୍): ଗାଁର ଚାଲି ଚଳଣି  ପ୍ରମାଣ ଦିଏ ଆମ ମୂଳ ବେଉସାର, ଆଉ ସେଉଠୁ କିଭଳି ଆରମ୍ଭ ହୁଏ ଆମ ଜୀବନ ଜିବିକା ପରମ୍ପରା ସଂସ୍କୃତି । ଏହା ମଧ୍ୟରେ ଆମେ ଅନେକ ଅନେକ ସମୟରେ ବୃକ୍ଷକୁ ବିଭିନ୍ନ ଠାକୁରଙ୍କ ପ୍ରତୀକ ଭାବରେ ପୂଜା କରିଥାଉ । ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି ବଉଳ ଅମାବାସ୍ୟା । ଏଥିପାଇଁ ପୁର ପଲ୍ଲୀ ବେଶ ଉତ୍ସବ ମୂଖର ହୋଇଥାଏ । ଏହି ଦିନ ଆମ୍ବଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି । ଗଛକୁ ବିଭିନ୍ନ ଫୁଲରେ ସଜା ଯାଇଥାଏ । ସେପଟେ ପୂଜା ପାଇଁ ପିଠା ପ୍ରସ୍ତୁତି ଜୋରଦାର ଚାଲିଥାଏ । ତେବେ ଏହି ବଉଳ ଅମାବାସ୍ୟାକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ଘନିପୁର ଗ୍ରାମରେ ।

ଏହି ବଉଳ ଅମାବାସ୍ୟାର ମୂଖ୍ୟ ଭୋଗ ହେଉଛି ଗଇଁଠା ପିଠା । ଯାହାକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥାନ୍ତି ଘରର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ । ମାଟି ଚୁଲିରେ ପିଠା ପ୍ରସ୍ତୁତ କରି ସଂଧ୍ୟାରେ ପିଠାକୁ ଧରି ପହଁଚିଥାନ୍ତି ଆମ୍ବ ଗଛ ନିକଟରେ । ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ ଆମ୍ବ ଗଛକୁ । ଧୂପ ଦ୍ୱୀପ ନୈବେଦ୍ୟରେ ପୂଜାର୍ଚ୍ଚନା କରାଯାଇଥାଏ ଆମ୍ବଗଛକୁ ।

baulha

ବୃକ୍ଷ ହିଁ ଜୀବନ । ବିଶେଷ କରି ଆମ୍ବ ଗଛ ବଉଳରୁ ମହୁମାଛି ଅଧିକ ମହୁ ସଂଗ୍ରହ କରିଥାଏ । ସେଥିପାଇଁ ବଉଳକୁ କିପରି ଅଧିକ ସୁରକ୍ଷିତ ରଖା ଯାଇପାରିବ ସେଥିପାଇଁ ତାକୁ ପୂଜା କରାଯାଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବଉଳକୁ କୁମାରୀ ଝିଅ ଓ ସ୍ତ୍ରୀ ଲୋକମାନେ ପରସ୍ପରକୁ ଖୁଆଇ ସାରା ଜୀବନ ବଉଳ ବୋଲି ଡ଼ାକିଥାନ୍ତି ବୋଲି ଲୋକକଥା ରହିଛି । ବ୍ୟସ୍ତ ବହୁଳ ଆମ ଜୀବନ ମଧ୍ୟରେ ବଜାୟ ରହିଛି ପରମ୍ପରା । ଆଉ ବଉଳ ଅମାବାସ୍ୟା ଭଳି ପର୍ବ ପାଳନ କରି ମନୁଷ୍ୟ ଓ ବୃକ୍ଷ ମଧ୍ୟରେ ଥିବା ସମ୍ପର୍କକୁ ଉଜ୍ଜିବିତ କରି ପାରିଛି ଏହି ପରମ୍ପରା ।

 

 

 

 

 

 

,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.