ନେପାଳରେ ନଦୀକୁ ଖସିଲା ବସ୍‌: ୧୨ ମୃତ, ମୃତକଙ୍କ ମଧ୍ୟରେ ୨ ଭାରତୀୟ

ନେପାଳ ଡାଙ୍ଗ ଜିଲ୍ଲାରେ ବସ୍‌ଟି ନଦୀ ଖସିପଡିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ୨ ଜଣ ଭାରତୀୟ ରହିଥିବା ନେବାଳ ଭାଲୁବାଙ୍ଗ ପୋଲିସ ସୂଚନା ଦେଇଛି । ତେବେ ମୃତକ ୮ ଜଣଙ୍କ ପରିଚୟ ମିଳିଛି । ଭାଲୁବାଙ୍ଗ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ନେପାଳ ଡାଙ୍ଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବସ୍‌ଟି ନଦୀ ଖସିପଡିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ୮ ଜଣଙ୍କ ପରିଚୟ ମିଳିଛି । ଭାଲୁବାଙ୍ଗ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସଟି ବାଙ୍କେର ନେପାଳଗଞ୍ଜରୁ କାଠମାଣ୍ଡୁ ଯାଉଥିଲା । ଏହି ସମୟରେ ବସଟି ପୋଲରୁ ନଦୀକୁ ଖସିପଡିଥିଲା ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପରିଚୟ ମିଳିଛି । ଏମାନଙ୍କ ଭିତରେ ୨ ଜଣ ଭାରତୀୟ ରହିଥିବା ନେବାଳ ଭାଲୁବାଙ୍ଗ ପୋଲିସ ସୂଚନା ଦେଇଛି । ଏହି ବସରେ ୨୨ ଜଣ ଯାତ୍ରୀ ରହିଥିଲେ ବୋଲି ପୋଲିସ କହିଛନ୍ତି ।
ଦୁର୍ଘଟଣାରେ ମୃତ ୨ ଭାରତୀୟଙ୍କ ପରିଚୟ ମିଳିଛି । ଜଣେ ବିହାର ବାସିନ୍ଦା ଯୋଗେନ୍ଦ୍ର ରାମ ରହିଥିବା ବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଘଟଣାରେ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ହସପିଟାଲ ପଠାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ ନେପାଳର ସିନ୍ଧୁଲି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବସଟି ପାହାଡରେ ଧକ୍କା ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.