Below header

ସିଙ୍ଗାପୁରରୁ ସିଧାସଳଖ ଆକାଉଣ୍ଟକୁ ଆସିବ ଟଙ୍କା,ୟୁପିଆଇ ୟୁଜର୍ସଙ୍କ ପାଇଁ ଖୁସି ଖବର,

ୟୁପିଆଇ ୟୁଜର୍ସ ଏହି ସୁବିଧା ଏବେ ପାଇବାକୁ ଯାଉଛନ୍ତି । ଭାରତୀୟ ରାଷ୍ଟ୍ରୀୟ ଶୁଳ୍କ ନିଗମ (ଏନସିପିଆଇ) ଗୁରୁବାର ଏକ ବହୁତ ବଡ ଘୋଷଣା କରିଛନ୍ତି । ଏବେ ପ୍ରମୁଖ ୟୁପିଆଇ ଆପ୍ସ ମାଧ୍ୟମରେ ସିଙ୍ଗାପୁର ସ୍ଥିତ ଭାରତୀୟ ପ୍ରବସୀଙ୍କ ଠାରୁ ସିଧା ଆପଣଙ୍କ ବ୍ୟାଙ୍କ ଖାତାରେ ତତ୍କାଳ, ସୁରକ୍ଷିତ ଟଙ୍କା ପ୍ରାପ୍ତ ଆପଣ କରିପାରିବେ ।

ଖୁସି ଖବର । ଏବେ ୟୁପିଆଇ, ପେନାଓ ଜରିଆରେ ସିଙ୍ଗାପୁରରୁ ସିଧା ଆପଣଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ଭାରତରେ ରହିବି ସିଙ୍ଗାପୁରରୁ ପ୍ରାପ୍ତ କରିପାରିବେ ଟଙ୍କା । ୟୁପିଆଇ ୟୁଜର୍ସ ଏହି ସୁବିଧା ଏବେ ପାଇବାକୁ ଯାଉଛନ୍ତି । ଭାରତୀୟ ରାଷ୍ଟ୍ରୀୟ ଶୁଳ୍କ ନିଗମ (ଏନସିପିଆଇ) ଗୁରୁବାର ଏକ ବହୁତ ବଡ ଘୋଷଣା କରିଛନ୍ତି । ଏବେ ପ୍ରମୁଖ ୟୁପିଆଇ ଆପ୍ସ ମାଧ୍ୟମରେ ସିଙ୍ଗାପୁର ସ୍ଥିତ ଭାରତୀୟ ପ୍ରବସୀଙ୍କ ଠାରୁ ସିଧା ଆପଣଙ୍କ ବ୍ୟାଙ୍କ ଖାତାରେ ତତ୍କାଳ, ସୁରକ୍ଷିତ ଟଙ୍କା ପ୍ରାପ୍ତ ଆପଣ କରିପାରିବେ । ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ୍‌ ବା ୟୁପିଆଇ ଏବଂ ପେ ନାଓ ମଧ୍ୟରେ ଟାଏଅପ୍‌ ହୋଇଛି ।

ଯାହାପରେ ଏହି ସୁବିଧାର ଉପଯୋଗ ଭିମ୍‌ ୟୁଜର୍ସଙ୍କ ଦ୍ୱାରା କରାଯାଇପାରିବ । ଭାରତୀୟ ରାଷ୍ଟ୍ରୀୟ ଶୁଳ୍କ ନିଗମ (ଏନପିସିଆଇ) ଗୁରୁବାର ଘୋଷଣା କରିଛି ଯେ ଦେଶର ଲୋକମାନେ ଏବେ ପ୍ରମୁଖ ୟୁପିଆଇ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), ଆକ୍ସିସ୍‌ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଭଳି ବ୍ୟାଙ୍କର ଆପ୍‌ ମାଧ୍ୟମରେ ଏମରଜେନ୍ସୀ ସମୟରେ ସିଙ୍ଗାପୁରରୁ ସିଧାସଳଖ ନିଜ ବ୍ୟାଙ୍କ ଖାତାରେ ଟଙ୍କା ପ୍ରାପ୍ତ କରିପାରିବେ ।

ଏହି ସୁବିଧାର ଉପଯୋଗ କେବଳ ଭିମ୍‌, ଫୋନପେ ଏବଂ ପେଟିଏମ୍‌ ଆପର ଉପଯାଗକର୍ତ୍ତା ହିଁ କରିପାରିବେ । ଏଥିସହିତ ଆକ୍ସିସ ବ୍ୟାଙ୍କ, ଡିବିଏସ ବ୍ୟାଙ୍କ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡିଆନ୍‌ ବ୍ୟାଙ୍କ, ଇଣ୍ଡିଆନ୍‌ ଉଭରସିଜ୍‌ ବ୍ୟାଙ୍କ ଏବଂ ଏସବିଆଇ ଭଳି ବ୍ୟାଙ୍କ ନିଜ ଆପ୍‌ ମାଧ୍ୟମରେ ଏହି ସୁବିଧାକୁ ହାସଲ କରିପାରିବେ ।

ଏନପିସିଆଇ ନିଜ ବୟାନରେ କହିଛି ଯେ ଟିପିଏପି ଏବଂ ବ୍ୟାଙ୍କ୍‌ ଆପ୍‌ ଭଳି ବ୍ୟାଙ୍କ ଅପ୍‌ ବରୋଦା, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଫେଡେରାଲ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, କରୁର ବୈଶ୍ୟ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସାଉଥ୍‌ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଏବଂ ୟୁକୋ ବ୍ୟାଙ୍କରେ ମଧ୍ୟ ବହୁତ ଜଲଦି ଏହି ସୁବିଧା ଆରମ୍ଭ ହେବାର ସମ୍ଭାବନା ରହିଛି ।

ଏନପିସିଆଇ ଜଣାଇଛି ଯେ ୟୁନିଫାଏଡ ପେମେଣ୍ଟସ ଇଣ୍ଟଫେସ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ ସୀମା ପାର ଚୁକ୍ତିନାମା ଭାରତୀୟଙ୍କୁ ପ୍ରବାସୀଙ୍କ ଠାରୁ ସିଧା ତାଙ୍କ ଖାତାରେ ତତ୍କାଳ, ସୁରକ୍ଷିତ ଏବଂ ଧନ ହସ୍ତାନ୍ତରଣ କରିବାର ସୁବିଧା ଦେଉଛି । ଏନପିସିଆଇ କହିଛି ଯେ ଏହି ସୁବିଧା ୨୪/୭ ଅର୍ଥାତ୍‌ ସପ୍ତାହକ ସାତ ଦିନ ୨୪ ଘଣ୍ଟା ଉପଲବ୍ଧ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.