Below header

ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ, ପାଠ ପଢ଼ି ପାରୁ ନାହାନ୍ତି ଛାତ୍ରଛାତ୍ରୀ

ରାଜ୍ୟ ସରକାର ପିଲାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସେହି ଟଙ୍କାର ଅପ ବ୍ୟବହାର କରାଯାଉଛି । କ୍ଲାସରେ ପିଲା ମାନଙ୍କୁ ପାଠ ପଢ଼ା ଯାଉନି ଏବଂ ଅଭିଭାବକ ମାନେ ପଚାରିଲେ ତାଙ୍କୁ ନାଲି ଆଖି ଦେଖାଉଛନ୍ତି ସ୍କୁଲର କର୍ମଚାରୀ । ଏଭଳି ଘଟଣାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗାଁର ହାଇସ୍କୁଲରେ ଅଭିଭାବକ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଚାଲିଛି ହାଇଡ୍ରାମା । ଏଥିରେ ବଳି ପଢୁଛନ୍ତି ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଶାସନରେ ଅତିଷ୍ଟ ହୋଇ ସ୍କୁଲରେ ତାଲା ପକାଇଛନ୍ତି ୪ଶହ ରୁ ଉର୍ଦ୍ଧ୍ବ ଗ୍ରାମବାସୀ,ମହିଳା ଗ୍ରୁପ ଓ ଅଭିଭାବକ। ଅଭିଭାବକ ମାନଙ୍କ କହିବା ଅନୁଯାୟୀ କୌଣସି କାର୍ଯ୍ୟରେ ସ୍କୁଲର କର୍ମଚାରୀମାନେ ଗାଁ ଲୋକଙ୍କୁ କିଛି ବି ନଜଣାଇ ମନ ମୁତାବକ କାର୍ଯ୍ୟ କରି ଚାଲିଛନ୍ତି । ସ୍କୁଲର ରୁପାନ୍ତିକରଣ କାର୍ଯ୍ୟ ହେଉ କି ଅନ୍ୟ କିଛି କାର୍ଯ୍ୟ ହେଉ କୌଣସି କାର୍ଯ୍ୟରେ ସ୍କୁଲର ପରିଚାଳନା କମିଟିକୁ ଖବର ଦିଆଯାଉନି ।

ରାଜ୍ୟ ସରକାର ପିଲାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସେହି ଟଙ୍କାର ଅପ ବ୍ୟବହାର କରାଯାଉଛି । କ୍ଲାସରେ ପିଲା ମାନଙ୍କୁ ପାଠ ପଢ଼ା ଯାଉନି ଏବଂ ଅଭିଭାବକ ମାନେ ପଚାରିଲେ ତାଙ୍କୁ ନାଲି ଆଖି ଦେଖାଉଛନ୍ତି ସ୍କୁଲର କର୍ମଚାରୀ । ଏଭଳି ଘଟଣାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମବାସୀ ଓ ସରପଞ୍ଚ ସ୍ଥାନୀୟ ବିଡିଓ,ବିଇଓ ଙ୍କ ଠାରୁ ଆରମ୍ଭ କରି ଛତ୍ରପୁର ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ୧୫ ଦିନ ଆଗରୁ ଜଣାଇଥିଲେ ସୁଦ୍ଧା ଘଟଣାର କିଛି ସମାଧାନ ହୋଇନଥିଲା । ଏନେଇ ଗ୍ରାମବାସୀ,ମହିଳାଗ୍ରୁପ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇ ଥିଲେ । ଘଟଣାପରେ ସ୍ଥାନୀୟ ବିଡିଓ ମନୋଜ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଇଓଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଓ ପୋଲିସ୍ କର୍ମଚାରୀ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ । ଗ୍ରାମବାସୀ ଓ ସରପଞ୍ଚଙ୍କୁ ବୁଝାଇ ତଦନ୍ତ କରି ଅତିଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଡିଓ, ଥାନା ଅଧିକାରୀ ସୂଚନା ଦେଇଥିଲେ ।

ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଏନେଇ ପିଲାମାନଙ୍କ ପାଠ ପଢ଼ା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ତେବେ ଯାହା ବି ହେଉନା କାହିଁକି ପିଲାମାନଙ୍କ ପାଠ ପଢ଼ାରେ କୌଣସି ସମସ୍ୟା ନହେଉ ଏହା ହିଁ ମୂଳ ଉଦ୍ଦେଶ୍ୟ ରହିବା ଉଚିତ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.