Below header

ମରିସସ୍‌ ସରକାରଙ୍କ ଘୋଷଣା, ରାମମନ୍ଦିର ଉଦ୍‌ଘାଟନ ଦିନ ମିଳିବ ୨ ଘଣ୍ଟାର ସ୍ପେଶାଲ ଛୁଟି

ରାମମନ୍ଦିର ଉଦ୍‌ଘାଟନ ପାଇଁ ମରିସସ ସରକାର ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୨୨ତାରିଖରେ ହିନ୍ଦୁ ଧର୍ମର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇ ଘଣ୍ଟାଛୁଟି ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ସମଗ୍ର ବିଶ୍ୱ ଚାହିଁ ରହିଛି । ସମଗ୍ର ବିଶ୍ୱରେ ଥିବା ହିନ୍ଦୁ ଦିବ୍ୟ ଏବଂ ଭବ୍ୟ ଉତ୍ସବରେ ଯୋଗ ଦେବେ । ଏହା ମଧ୍ୟରେ ମରିସସ ସରକାର ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୨୨ତାରିଖରେ ହିନ୍ଦୁ ଧର୍ମର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇ ଘଣ୍ଟାଛୁଟି ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହି ସମୟରେ ସେମାନେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ହେବାକୁ ଥିବା ସ୍ଥାନୀୟ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ।

ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ନେତୃତ୍ୱରେ ମରିସସ କ୍ୟାବିନେଟ୍‌ ପକ୍ଷରୁ ଅଫିସିଆଲ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ସୋମବାର ଜାନୁଆରୀ ୨୨, ୨୦୨୪ ଜାନୁଆରୀରେ ଦିନ ୨ଟାରୁ ୨ ଘଣ୍ଟା ବିଶେଷ ଛୁଟି ମିଳିବ । ଭାରତରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ହିନ୍ଦୁ ଧର୍ମର ଅଧିକାରୀମାନେ ୨ ଘଣ୍ଟା ପାଇଁ ଛୁଟିରେ ରହିପାରିବେ । ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବାରୁ ଏହା ଏକ ଐତିହାସିକ ଘଟଣା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖ ଦିନ ରାମମନ୍ଦିର ଉଦ୍‌ଘାଟନ ହେବ । ମନ୍ଦିରର ଉଦ୍‌ଘାଟନ ପାଇଁ ସମଗ୍ର ବିଶ୍ୱରୁ ଗଣମାନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏହାସହି ଦେଶର ବିଭିନ୍ନ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ଏହି ସମାରୋହରେ ୧୬ ଜାନୁଆରୀରୁ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.