Below header

ଫିକା ପଡ଼ିଲା ରକ୍ତ ସମ୍ପର୍କ : ଭତ୍ତା ଟଙ୍କା ନଦେବାରୁ ମା’କୁ ମାରି କୂଅରେ ପୋତିଦେଲା ପୁଅ

ଅନୁଗୁଳରେ ମାଆ ଭତ୍ତା ଟଙ୍କା ନଦେବାରୁ ପିଟି ପିଟି ମାରିଦେଲା ପୁଅ । ବୃଦ୍ଧା ମାଆକୁ ମାରି କୂଅରେ ପିଙ୍ଗି ଦେଇଥିଲା ପୁଅ। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ଏଭଳି ଅମାନୁଷିକ ଘଟଣା ଘଟିଛି ଅନୁଗୁଳ କିଶୋରନଗର ଥାନା ଘୋଷର ମୁଗମାଳ ସାହିରେ।

ଅନୁଗୁଳ (କେନ୍ୟୁଜ): ଫିକା ପଡ଼ିଲା ରକ୍ତସଂପର୍କ ।  ଅନୁଗୁଳରେ ମାଆ ଭତ୍ତା ଟଙ୍କା ନଦେବାରୁ ପିଟି ପିଟି ମାରିଦେଲା ପୁଅ । ବୃଦ୍ଧା ମାଆକୁ ମାରି କୂଅରେ ପିଙ୍ଗି ଦେଇଥିଲା ପୁଅ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଏଭଳି ଅମାନୁଷିକ ଘଟଣା ଘଟିଛି ଅନୁଗୁଳ କିଶୋରନଗର ଥାନା ଘୋଷର ମୁଗମାଳ ସାହିରେ ।

ମୁଗମାଳ ସାହିର ୭୦ ବର୍ଷିୟ ପଙ୍କଜିନୀ ପ୍ରଧାନଙ୍କୁ ଭତ୍ତା ଟଙ୍କା ଦେବାକୁ ମାଗିଥିଲା ପୁଅ ଅବନୀ । ମାଆ ଭତ୍ତା ଟଙ୍କା ନଦେବାରୁ ଠେଙ୍ଗାରେ ବାଡେଇ ବାଡେଇ ମାରି ଦେବା ପରେ ଘର ବାରିପଟେ ଥିବା ଖୋଲା କୂଅରେ ପୋତି ଦେଇଥିଲା ।  ଏନେଇ ମୃତ ପଙ୍କଜିନୀଙ୍କ ଭାଇ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣା ସ୍ଥଳକୁ ଯାଇତଦନ୍ତ କରି ଅଭିଯୁକ୍ତ ଅବନୀକୁ ଗିରଫ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.