ଡ୍ରାଇଭରକୁ ଲାଗିଗଲା ନିଦ, ଜୀବନ୍ତ ଜଳିଗଲେ ମହିଳା
ଡ୍ରାଇଭର ଆଖି ଲାଗିଯିବାରୁ ବସ୍ରେ ନିଆଁ ଲାଗିଯାଇଥିଲା । ଫଳରେ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥର ଏର୍ରାବଲ୍ଲି ଛକରେ ଦୁର୍ଘଟଣା ଘଟିଛି ।

ତେଲଙ୍ଗାନା : ବସ୍ ଚଲାଇବା ବେଳେ ହଠାତ୍ ଶୋଇପଡିଲେ ଡ୍ରାଇଭର ଆଉ ଜଳିଗଲା ବସ୍ । ଫଳରେ ଜଣେ ମହିଳା ଯାତ୍ରୀ ପୋଡିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ତେଲଙ୍ଗାନାର ଜୋଗୁଲାମ୍ବା ଗଡବାଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ଟି ଭୋର ୩ଟା ସମୟରୁ ବାହାରି ହାଇଦ୍ରାବାଦରୁ ଚିତ୍ତୋର ଯାଉଥିଲା ।
ପୋଲିସ କହିବା ମୁତାବକ, ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥର ଏର୍ରାବଲ୍ଲି ଛକରେ ଦୁର୍ଘଟଣା ଘଟିଛି । ଡ୍ରାଇଭର ଆଖି ଲାଗିଯିବାରୁ ବସ୍ରେ ନିଆଁ ଲାଗିଯାଇଥିଲା । ଫଳରେ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଗାଡି ଚଳାଇବା ବେଳେ ବସ୍ ଡ୍ରାଇଭରଙ୍କୁ ନିଦ ଲାଗିଥିଲା । ଏହାପରେ ହଠାତ୍ ତାଙ୍କ ଆଖି ପଡିଯାଇଥିଲା । ଫଳରେ ବସଟି ନିୟନ୍ତ୍ରଣ ଓଲଟି ପଡିଥିଲା । ବସରେ ନିଆଁ ଲାଗିଯାଇଥିବାରୁ ୪୦ ଜଣ ଯାତ୍ରୀମାନେ ତୁରନ୍ତ ବସ୍ରୁ ଓହ୍ଲାଇ ପଡିଥିଲେ । ହେଲେ ଜଣେ ମହିଳା ଯାତ୍ରୀ ବାହାରକୁ ଆସିବା ବେଳେ ତାଙ୍କ ହାତ ଫଶି ଯାଇଥିଲା । ଫଳରେ ସେ ଜୀବନ୍ତ ଜଳି ଯାଇଥିଲେ ।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି । ଦୁର୍ଘଟଣାରେ ବସ୍ଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି । ପୋଲିସ ମାମଲା ଦାୟର କରି ଯାଞ୍ଚ କରୁଛି ।