ସ୍ପେଶାଲ

ଜାଣନ୍ତୁ ଲଣ୍ଡା କାହିଁକି ହୁଅନ୍ତି ଏବଂ କଣ ରହିଛି ଧାର୍ମିକ ଓ ଶାରିରୀକ ଲାଭ

ହିନ୍ଦୁ ଧର୍ମରେ ଲଣ୍ଡା ବା ମୁଣ୍ଡନ କରିବାର ବିଧାନ ରହିଛି। ଏହା ହେଉଛି ଷୋହଳ ମୁଖ୍ୟ ସଂସ୍କାରରେ ଅଷ୍ଟମ ସଂସ୍କାର ଅଟେ। ଏହି ସଂସ୍କାରରେ ଶିଶୁଙ୍କ ମୁଣ୍ଡରୁ କେଶ ମୁଣ୍ଡନ କରାଯାଇଥାଏ। ଏହି ସଂସ୍କାର ଗୋଟେ ବର୍ଷ ପରେ କରାଯାଏ। ଏହି ସଂସ୍କାର ହେବା ପୂର୍ବରୁ ଅନ୍ନପ୍ରାସନ କରାଯାଏ, ଯେଉଁଥିରେ ଶିଶୁଙ୍କୁ ଅନ୍ନ ଖୁଆଯାଇଥାଏ। ଯଦିଓ ଏହି ସଂସ୍କାରକୁ ନେଇ ଲୋକଙ୍କ ମନରେ ବହୁତ ପ୍ରଶ୍ନ ଆସିଥାଏ ଯେ ଏହା କାହିଁକି କରାଯାଏ। ସେହିପରି ଯଦି ଆପଣଙ୍କ ମନରେ ମଧ୍ୟ କେଶ ମୁଣ୍ଡନକୁ ନେଇ କିଛି ପ୍ରଶ୍ନ ଆସୁଥାଏ ତାହେଲେ ଆସନ୍ତୁ ଜାଣିବା ବୈଜ୍ଞାନିକ, ଶାରିରୀକ ଏବଂ ଧାର୍ମିକ ଲାଭ କଣ ରହିଛି।

ଡାକ୍ତର ସବୁବେଳେ ପରାମର୍ଶ ଦେଇଥାନ୍ତି ଯେ ସକାଳୁ ଛୁଆଙ୍କୁ ଖରାରେ ଖାଲି ଦେହରେ ବସାଇବା ପାଇଁ କିମ୍ବା ଶୁଆଇବା ପାଇଁ। ଏହି ବିଷୟରେ ଡାକ୍ତର କୁହନ୍ତି ଯେ ଖରାରେ ଶୁଆଇଲେ ଶିଶୁଙ୍କୁ ଭିଟାମିନ ଡି ମିଳିଥାଏ। ଯାହା ଶିଶୁଙ୍କ ଶରୀର ପାଇଁ ବହୁତ ଜରୁରୀ। ଯଦି ଶିଶୁଙ୍କ ମୁଣ୍ଡକୁ କେଶ ହଟାଇଦିଆଯାଏ ତେବେ ତାଙ୍କୁ ଭିଟାମିନ ଡି ଅଧିକ ମାତ୍ରାରେ ମିଳିଥାଏ। ଏହାସହିତ ଡାକ୍ତାଙ୍କ କହିବା କଥା ଯେ ମୁଣ୍ଡନ କରିବା ଦ୍ୱାରା କେଶର ବିକାଶ ଠିକ ଭାବରେ ହୋଇଥାଏ। କେଶ ଘନ ଏବଂ ମଜବୁତ ହୋଇଥାଏ।

ସେହିପରି ଧାର୍ମିକ ମାନ୍ୟତା ରହିଛି ଯେ ହିନ୍ଦୁ ଧର୍ମରେ ୮୪ ଲକ୍ଷ ଯୋନି ପରେ ଆତ୍ମାକୁ ମାନବ ଜନ୍ମ ପ୍ରାପ୍ତ ହୋଇଥାଏ। ଏମିତି କୁହାଯାଏ ଯେ ପ୍ରତ୍ୟେକ ଯୋନି ମାନବ ଜନ୍ମ ଉପରେ ନିଜର ପ୍ରଭାବ ପଡିଥାଏ। ଏହି ପ୍ରଭାବ ଠାରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ମୁଣ୍ଡନ କରାଯାଇଥାଏ।
ସେହିପରି ଏପରି କରିବା ଦ୍ୱାରା ଶିଶୁଙ୍କୁ ପୁର୍ବ ଯୋନି ଦ୍ୱାରା ମୁକ୍ତି ମିଳିଥାଏ ଏବଂ ଶିଶୁଙ୍କ ଶରୀର ଶୁଦ୍ଧ ହୋଇଥାଏ। ଏମିତି ବି କୁହାଯାଏ ଯେ ମୁଣ୍ଡନ କରିବା ଦ୍ୱାରା ଶିଶୁଙ୍କ ମସ୍ତିଷ୍କର ବିକାଶ ଠିକ ଭାବରେ ହୋଇଥାଏ। କିଛି ପରମ୍ପରା ରିତିନୀତି କରିବା ପରେ ଶିଶୁଙ୍କ ମୁଣ୍ଡରୁ ଚୂଳ ହଟାଯାଇଥାଏ। ଏହି କାରଣରୁ ଏହି ସଂସ୍କାର କରାଯାଏ।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

1 hour ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago