Below header

ଜାଣନ୍ତୁ ଲଣ୍ଡା କାହିଁକି ହୁଅନ୍ତି ଏବଂ କଣ ରହିଛି ଧାର୍ମିକ ଓ ଶାରିରୀକ ଲାଭ

ହିନ୍ଦୁ ଧର୍ମରେ ଲଣ୍ଡା ବା ମୁଣ୍ଡନ କରିବାର ବିଧାନ ରହିଛି। ଏହା ହେଉଛି ଷୋହଳ ମୁଖ୍ୟ ସଂସ୍କାରରେ ଅଷ୍ଟମ ସଂସ୍କାର ଅଟେ। ଏହି ସଂସ୍କାରରେ ଶିଶୁଙ୍କ ମୁଣ୍ଡରୁ କେଶ ମୁଣ୍ଡନ କରାଯାଇଥାଏ। ଏହି ସଂସ୍କାର ଗୋଟେ ବର୍ଷ ପରେ କରାଯାଏ। ଏହି ସଂସ୍କାର ହେବା ପୂର୍ବରୁ ଅନ୍ନପ୍ରାସନ କରାଯାଏ, ଯେଉଁଥିରେ ଶିଶୁଙ୍କୁ ଅନ୍ନ ଖୁଆଯାଇଥାଏ। ଯଦିଓ ଏହି ସଂସ୍କାରକୁ ନେଇ ଲୋକଙ୍କ ମନରେ ବହୁତ ପ୍ରଶ୍ନ ଆସିଥାଏ ଯେ ଏହା କାହିଁକି କରାଯାଏ। ସେହିପରି ଯଦି ଆପଣଙ୍କ ମନରେ ମଧ୍ୟ କେଶ ମୁଣ୍ଡନକୁ ନେଇ କିଛି ପ୍ରଶ୍ନ ଆସୁଥାଏ ତାହେଲେ ଆସନ୍ତୁ ଜାଣିବା ବୈଜ୍ଞାନିକ, ଶାରିରୀକ ଏବଂ ଧାର୍ମିକ ଲାଭ କଣ ରହିଛି।

mundannଡାକ୍ତର ସବୁବେଳେ ପରାମର୍ଶ ଦେଇଥାନ୍ତି ଯେ ସକାଳୁ ଛୁଆଙ୍କୁ ଖରାରେ ଖାଲି ଦେହରେ ବସାଇବା ପାଇଁ କିମ୍ବା ଶୁଆଇବା ପାଇଁ। ଏହି ବିଷୟରେ ଡାକ୍ତର କୁହନ୍ତି ଯେ ଖରାରେ ଶୁଆଇଲେ ଶିଶୁଙ୍କୁ ଭିଟାମିନ ଡି ମିଳିଥାଏ। ଯାହା ଶିଶୁଙ୍କ ଶରୀର ପାଇଁ ବହୁତ ଜରୁରୀ। ଯଦି ଶିଶୁଙ୍କ ମୁଣ୍ଡକୁ କେଶ ହଟାଇଦିଆଯାଏ ତେବେ ତାଙ୍କୁ ଭିଟାମିନ ଡି ଅଧିକ ମାତ୍ରାରେ ମିଳିଥାଏ। ଏହାସହିତ ଡାକ୍ତାଙ୍କ କହିବା କଥା ଯେ ମୁଣ୍ଡନ କରିବା ଦ୍ୱାରା କେଶର ବିକାଶ ଠିକ ଭାବରେ ହୋଇଥାଏ। କେଶ ଘନ ଏବଂ ମଜବୁତ ହୋଇଥାଏ।

mundanସେହିପରି ଧାର୍ମିକ ମାନ୍ୟତା ରହିଛି ଯେ ହିନ୍ଦୁ ଧର୍ମରେ ୮୪ ଲକ୍ଷ ଯୋନି ପରେ ଆତ୍ମାକୁ ମାନବ ଜନ୍ମ ପ୍ରାପ୍ତ ହୋଇଥାଏ। ଏମିତି କୁହାଯାଏ ଯେ ପ୍ରତ୍ୟେକ ଯୋନି ମାନବ ଜନ୍ମ ଉପରେ ନିଜର ପ୍ରଭାବ ପଡିଥାଏ। ଏହି ପ୍ରଭାବ ଠାରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ମୁଣ୍ଡନ କରାଯାଇଥାଏ।
ସେହିପରି ଏପରି କରିବା ଦ୍ୱାରା ଶିଶୁଙ୍କୁ ପୁର୍ବ ଯୋନି ଦ୍ୱାରା ମୁକ୍ତି ମିଳିଥାଏ ଏବଂ ଶିଶୁଙ୍କ ଶରୀର ଶୁଦ୍ଧ ହୋଇଥାଏ। ଏମିତି ବି କୁହାଯାଏ ଯେ ମୁଣ୍ଡନ କରିବା ଦ୍ୱାରା ଶିଶୁଙ୍କ ମସ୍ତିଷ୍କର ବିକାଶ ଠିକ ଭାବରେ ହୋଇଥାଏ। କିଛି ପରମ୍ପରା ରିତିନୀତି କରିବା ପରେ ଶିଶୁଙ୍କ ମୁଣ୍ଡରୁ ଚୂଳ ହଟାଯାଇଥାଏ। ଏହି କାରଣରୁ ଏହି ସଂସ୍କାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.