Below header

ହଜାରରୁ ଉର୍ଦ୍ଧ୍ୱ ଅଣ ସ୍ୱେଦେଶୀ ଉତ୍ପାଦ ଉପରେ ରୋକ୍‌ ଲଗାଇଲା ସିଏପିଏଫ୍‌, ସୋମବାର ଠାରୁ ବିକ୍ରି ହେବନି କ୍ୟାଣ୍ଟିନ୍‌ରେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ବଳ(ସିଏପିଏଫ୍‌) କ୍ୟାଣ୍ଟିନ୍‌ରେ ଡାବର, ଭିଆପି ଇଣ୍ଡଷ୍ଟ୍ରିଜ୍‌, ୟୁରିକା ଫୋବ୍‌ର୍ସ, ଜକୁଆର, ଏଚ୍‌ୟୁଏଲ୍‌(ଫୁଡସ୍‌), ନେସ୍‌ଲେ ଇଣ୍ଡିଆ ଭଳି ଏକ ହଜାର କମ୍ପାନୀର ଉତ୍ପାଦକୁ ବରଖାସ୍ତ କରିଛନ୍ତି ।

ଫଳରେ ଏହି ଉତ୍ପାଦଗୁଡ଼ିକ ଆଜି (ସୋମବାର) ଠାରୁ ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ବିକ୍ରି ହେବ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଇ ୧୩ ରେ ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ଏହି ସବୁ ଉତ୍ପାଦଗୁଡ଼ିକୁ ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଥିଲେ ।

capf-canteen

ଦେଶରେ ଘରୋଇ ଉଦ୍ୟୋଗର ବିକାଶ ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ଥିବା ସିଏପିଏଫ୍‌ର ୧୭୦୦ କ୍ୟାଣ୍ଟିନ୍‌ରେ ଜୁନ୍‌ ୧ରୁ କେବଳ ଘରୋଇ ଉତ୍ପାଦ ବିକ୍ରି ହେବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅଣ ସ୍ୱେଦେଶୀ ଉତ୍ପାଦ ଯଥା ବ୍ଲୁ ଷ୍ଟାର ଲିମିଟେଡ଼, ବୋରୋସିଲ୍‌ ଗ୍ଲାସ୍‌ ଓ୍ଵାର୍କସ୍‌ ଲିମିଟେଡ଼୍‍, କୋଲଗେଟ୍‌ ପାମୋଲିଭ ଇଣ୍ଡିଆ ଲିମିଟେଡ଼୍‍, ଡାବର ଇଣ୍ଡିଆ ଲିମିଟେଡ୍‌, ଭିଆଇପି ଇଣ୍ଡଷ୍ଟ୍ରିଜ୍‌, ୟୁରିକା ଫୋବ୍‌ର୍ସ, ଜକୁଆର, ଏଚ୍‌ୟୁଏଲ୍‌ (ଫୁଡ୍ସ), ନେସ୍‌ଲେ ଇଣ୍ଡିଆ ଓ ଅନ୍ୟ କେତେକ ପ୍ରଡକ୍ଟ ସାମିଲ ରହିଛି ।

ଏହି ସବୁ ପ୍ରଡକ୍ଟକୁ କ୍ୟାଣ୍ଟିନ୍‌ର ସୂଚୀ ତାଲିକାରୁ ବାହାର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ବର୍ଷକୁ ପ୍ରାୟ ୨୮୦୦ କୋଟି ଟଙ୍କାର କାରବାର ହୁଏ । ଏହି କ୍ୟାଣ୍ଟିନ୍‌ରୁ ୧୦ ଲକ୍ଷ କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ପାଇଁ ଜିନିଷ କିଣା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.