Below header

ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ ଅଭିଷେକ, ଫେରାଇ ଆଣିବାକୁ ମୁଖ୍ଯମନ୍ତ୍ରୀଙ୍କୁ କଲେ ଗୁହାରୀ

ଯାଜପୁର ଟାଉନ (କେନ୍ୟୁଜ୍‌): ସ୍କଟଲ୍ୟାଣ୍ଡ ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ ।  ଏନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ସହଯୋଗର ହାତ ବଢ଼ାଇବା ପାଇଁ ଗୁହାରୀ କରିଛନ୍ତି । କରୋନା ମହାମାରୀ ସମୟରେ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନେ ନିଜନିଜ ଘରକୁ ଫେରୁଥିବା ବେଳେ ସ୍କଟଲ୍ୟାଣ୍ଡ ମଝି ସମୁଦ୍ରରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

jahajaଏହି ଜାହାଜରେ ବିଭିନ୍ନ ରାଜ୍ୟରୁ ପାଖାପାଖି ୪୮ଜଣ ପ୍ରବାସୀ ଥିବା ବେଳେ ଓଡ଼ିଶାର ମଧ୍ୟ ଜଣେ ଯୁବକ ଅଭିଷେକ ପାଣିଗ୍ରାହୀ ରହିଛନ୍ତି । ସୂଚନା ଯୋଗ୍ଯ ଅଭିଷେକଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ । ଅନ୍ଯପଟେ ସେମାନଙ୍କୁ ତୁରନ୍ତ ନିଜ ମାଟିକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.