Below header

ଏହି ରେଷ୍ଟୁରାଣ୍ଟରେ ସବୁଆଡ଼େ କେବଳ ବିଗ ବି’ଙ୍କ ଜଲୱା ! କାନ୍ଥ, ବାଡ଼ରେ ରହିଛି ମହାନାୟକଙ୍କ ଫିଲ୍ମର ଡାଏଲଗସ

ଦେଶରେ ଆପଣ ଅନେକ ରେଷ୍ଟୁରାଣ୍ଟ ଦେଖିଥିବେ। କିନ୍ତୁ ୟୁପିର ଗୋରଖପୁରରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ରେଷ୍ଟୁରାଣ୍ଟର ନାଁ ‘ଶେହେନଶାହ’। ଏହାର ଖାସିୟତ ହେଉଛି, ଏହାର ପ୍ରତି କୋଣ ଅନୁକୋଣରେ ମହାନାୟକ ଅମିତାଭ ବଚ୍ଚନ ନଜର ଆସିବେ। ତାଙ୍କ ଫଟୋ, ଡାଏଲଗସ, ତାଙ୍କ ଷ୍ଟାଇଲ, ଡମି ଆଦି ଏଠାରେ ଦେଖିବାକୁ ମିଳିବ।

1

ରେଷ୍ଟୁରାଣ୍ଟ କାନ୍ଥର ପ୍ରତି ଇଟାଠାରୁ ଆରମ୍ଭ କରି ମେନୁ ପର୍ଯ୍ୟନ୍ତ, ସବୁଠି ଅମିତାଭ ବଚ୍ଚନଙ୍କ ଫିଲ୍ମର ଛାପ ଦେଖିବାକୁ ମିଳିବ। ରେଷ୍ଟୁରାଣ୍ଟ ମାଲିକ ହେଉଛନ୍ତି ରକ୍ଷ ଢିଙ୍ଗରା। ରେଷ୍ଟୁରାଣ୍ଟର ଆଉ ଏକ ଖାସ କଥା ହେଉଛି, ଏହା ଭିତରେ ପ୍ରବେଶ କରିବା କ୍ଷଣି ଆପଣ ଅମିତାଭ ବଚ୍ଚନଙ୍କ ଫିଲ୍ମଗୁଡ଼ିକର ରିଲ ଘୁରୁଥିବା ଦେଖିବାକୁ ପାଇବେ।

2

ଏଠାରେ ବିଗ ବି’ଙ୍କ ପିଲାବେଳଠୁ ଆରମ୍ଭ କରି ଏବେକାର ସମସ୍ତ ଫଟୋ ଲଗାଯାଇଛି। ଏଠାକାର ଟେବୁଲ ଉପରେ ମଧ୍ୟ ତାଙ୍କ ଫିଲ୍ମର ନାଁ ଲେଖାଯାଇଛି, ଯେପରି ‘ଦୋସ୍ତାନା’ ଆଦି। ରେଷ୍ଟୁରାଣ୍ଟଟି ଦୁଇ ମହଲା ବିଶିଷ୍ଟ। ଏଠାରେ ଯେଉଁ ବାଇକ ରଖାଯାଇଛି, ତାକୁ ଦେଖି ଆପଣଙ୍କୁ ‘ଶୋଲେ’ ଫିଲ୍ମର ଜୟ-ଭୀରୁଙ୍କ କଥା ମନେ ପଡ଼ିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.