କୋରାପୁଟ (କେନ୍ୟୁଜ) : ଦେଶ ବିଦେଶରେ କୋରାପୁଟ କଫିର ବଡିଛି ଚାହିଦା। ଏବେ କଫି କହିଲେ କୋରାପୁଟ କଫିକୁ ବୁଝାଉଛି। ଉପଯୁକ୍ତ ଜଳବାୟୁ ଓ ଉନ୍ନତ ମାଟିରେ ଜୈବିକ ଚାଷରୁ ପ୍ରସ୍ତୁତ କୋରାପୁଟ କଫିର ସ୍ୱାଦ ସ୍ବତନ୍ତ୍ର। ଏଥିପାଇଁ ବିଶ୍ବ ବଜାରରେ କୋରାପୁଟ କଫିର ଢେର ଚାହିଦା ରହିଛି। ବିଶ୍ବ ବଜାରରେ ଇଟାଲୀର ଇଲିକାଫେ, ଆମେରିକାର ଷ୍ଟାରବକ୍ସକୁ ଏବେ ଟକର ଦେଉଛି କୋରାପୁଟରେ ପ୍ରସ୍ତୁତ ଆରୋବିକା ସମେତ ୮ ପ୍ରକାର କଫି। ଅଧିକା ଟେଷ୍ଟ ଓ ଫ୍ଲବର ଥିବା କଫି ଉତ୍ପାଦନ କରିବା ପାଇଁ ଚାଷୀ ଓ ସରଜାରଙ୍କ ପକ୍ଷରୁ ଚାଲିଛି ଉଦ୍ୟମ । ବଡୁଥୁବା ଚାହିଦାକୁ ନେଇ କୋରାପୁଟ ର କଫି ଉତ୍ପାଦନକୁ ୨ ଗୁଣା ଅଧିକା କରିବା ପାଇଁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କରାଯାଉଛି ସଶକ୍ତ।
କୋରାପୁଟ କଫି ଚାଷୀଙ୍କ ବଦଳିବ ଭାଗ୍ୟ। କଫିଚାଷ ସହ ଏକାଧିକ ଚାଷ କରି ହେବେ ଅଧିକ ଲାଭ ବାନ କଫି ଚାଷୀ। ବିଶ୍ବ ବଜାରରେ ନାମି ଦାମି ବ୍ରାଣ୍ଡର କଫିସହ ପ୍ରତିଦ୍ବନ୍ଦିତା କରୁଛି କୋରାପୁଟ କଫି। କୋରାପୁଟ କଫିର ସ୍ବତନ୍ତୃତା ବଜାଇ ରଖିବା ସହ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକାଧିକ ଫ୍ଳେବର ଥିବା କଫି ପ୍ରସ୍ତୁତ କରାଯାଉଛି । କୋରାପୁଟ କଫିରେ ରହିଥିବା ଆରବିକା ଫ୍ଳେବର ସହ ଉତ୍ପାଦିତ କଫିର ବ୍ଲେଣ୍ଡିଂ କରି ଅନ୍ୟ ଫ୍ଳେବର ଥିବା କଫି ବଜାରରେ ଉପଲବ୍ଧ ହୋଇ ପାରିବ। ଏଥି ପାଇଁ କୋରାପୁଟରେ ରହିଥିବା ଉଭୟ ସରକାରୀ ଓ ବେସକାରୀ ଚାଷୀଙ୍କୁ କରାଯାଉଛି ସଚେତନ । କଫିର ଫ୍ଳେବର ଆଣିବା ପାଇଁ କଫି ସହ ଅନ୍ୟ ସ୍ବାଦିଷ୍ଟ ଫସଲ ଚାଷ କରିବାକୁ ଚାଷୀକୁ ଦିଆଯାଉଛି ତାଲିମ । ଚାଷୀଙ୍କୁ ଅର୍ଥନୈତିକ ଲାଭ ପାଇଁ ଯୋଜନା କରାଯାଉଛି ।
ଆରବିକା କଫି ଫ୍ଳେବର ହେଉଛି ବିଶ୍ବର ସର୍ବପୁରାତନ କଫି, ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା। ସମୟକ୍ରମେ ଏହା ସାରା ବିଶ୍ବକୁ ଯାଇଥିଲା। ସେହି କଫିର ଚାଷରୁ ବିଭିନ୍ନ ଫ୍ଳେବର ଉତ୍ପନ୍ନ ହୋଇଛି । କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକ୍ କଫିର ଏକ ଅଂଶ। କୋରାପୁଟ ଜିଲ୍ଲାରେ ଏଥିପାଇଁ କଫି ବାଡରେ ପଣଷ, ଅଳେଇଚ, ଲବଙ୍ଗ, ତୁଳସୀ, ଅଦା, ବିଭିନ୍ନ ପ୍ରଜାତିର ଫୁଲ ଚାଷ କରାଯିବା ସହ କାଜୁ, ବାଦାମ, ସପୁରୀ, ପିଜୁଳି, ଆମ୍ବ, ଗେଣ୍ଠୁଫୁଲ ଚାଷ କରୁଛନ୍ତି ଅନେକ ଚାଷୀ। ଅନ୍ୟପଟେ କୋରାପୁଟର ଜଳବାୟୁ ପର୍ଯ୍ୟଟକଙ୍କୁ ସବୁବେଳେ ଆକୃଷ୍ଟ କରିଆସିଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ କୋରାପୁଟ କଫିବଗିଚାକୁ ନେଇ ଏବେ ପର୍ଯ୍ୟଟକମାନଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି । ସେମାନେ ଏବେ କଫିବଗିଚା ବୁଲିବା ସହିତ ସେଠାରେ ସେଲଫି ନେବାର ସୁଯୋଗ ହାତଛଡ଼ା କରୁନାହାନ୍ତି ।କୋରାପୁଟ କଫିଫାର୍ମ ଓ କଫି କାଫେ ଏବେ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି । ଦେଶ ଓ ବିଦେଶରୁ ଆସୁଥୁବା ପର୍ଯ୍ୟଟକ ମାନେ କୋରାପୁଟ କଫିର ସ୍ବାଦ ଚାଖିବା ସହ ସାଥିରେ କଫି ପ୍ୟାକେଟ କିଣୁଥିବା ଦେଖାଯାଉଛି।
ଏଥିନେଇ ଚାଷୀ ମାନଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। କେନ୍ଦ୍ରୀୟ କଫି ବୋର୍ଡ ମଧ୍ୟ ଏଥିନେଇ ଗବେଷଣା ଜାରି ରଖିଛି। ଆଗାମୀ ଦିନରେ ଅଧିକା କଫି ଉତ୍ପାଦନ ଜରି ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । କୋରାପୁଟ କଫିରେ ଏକାଧିକ ଫ୍ଲେବର ଯୁକ୍ତ ସ୍ବତନ୍ତ୍ର ଟେଷ୍ଟ ଆଣିବା ପାଇଁ ଚାଷୀ ଓ ସରକାରଙ୍କ ପକ୍ଷରୁ ଗବେଷଣା ଜାରି ରହିଛି ।
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…
ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…
ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…
କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…
ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…