Below header

ଖୁବ ଶୀଘ୍ର ବଜାରରେ ମିଳିବ ବିଭିନ୍ନ ଫ୍ଲେଭର ଯୁକ୍ତ ସ୍ବାଦିଷ୍ଟ କୋରାପୁଟ କଫି

କୋରାପୁଟ (କେନ୍ୟୁଜ) : ଦେଶ ବିଦେଶରେ କୋରାପୁଟ କଫିର ବଡିଛି ଚାହିଦା। ଏବେ କଫି କହିଲେ କୋରାପୁଟ କଫିକୁ ବୁଝାଉଛି। ଉପଯୁକ୍ତ ଜଳବାୟୁ ଓ ଉନ୍ନତ ମାଟିରେ ଜୈବିକ ଚାଷରୁ ପ୍ରସ୍ତୁତ କୋରାପୁଟ କଫିର ସ୍ୱାଦ ସ୍ବତନ୍ତ୍ର। ଏଥିପାଇଁ ବିଶ୍ବ ବଜାରରେ କୋରାପୁଟ କଫିର ଢେର ଚାହିଦା ରହିଛି। ବିଶ୍ବ ବଜାରରେ ଇଟାଲୀର ଇଲିକାଫେ, ଆମେରିକାର ଷ୍ଟାରବକ୍ସକୁ ଏବେ ଟକର ଦେଉଛି କୋରାପୁଟରେ ପ୍ରସ୍ତୁତ ଆରୋବିକା ସମେତ ୮ ପ୍ରକାର କଫି। ଅଧିକା ଟେଷ୍ଟ ଓ ଫ୍ଲବର ଥିବା କଫି ଉତ୍ପାଦନ କରିବା ପାଇଁ ଚାଷୀ ଓ ସରଜାରଙ୍କ ପକ୍ଷରୁ ଚାଲିଛି ଉଦ୍ୟମ । ବଡୁଥୁବା ଚାହିଦାକୁ ନେଇ କୋରାପୁଟ ର କଫି ଉତ୍ପାଦନକୁ ୨ ଗୁଣା ଅଧିକା କରିବା ପାଇଁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କରାଯାଉଛି ସଶକ୍ତ।

କୋରାପୁଟ କଫି ଚାଷୀଙ୍କ ବଦଳିବ ଭାଗ୍ୟ। କଫିଚାଷ ସହ ଏକାଧିକ ଚାଷ କରି ହେବେ ଅଧିକ ଲାଭ ବାନ କଫି ଚାଷୀ। ବିଶ୍ବ ବଜାରରେ ନାମି ଦାମି ବ୍ରାଣ୍ଡର କଫିସହ ପ୍ରତିଦ୍ବନ୍ଦିତା କରୁଛି କୋରାପୁଟ କଫି। କୋରାପୁଟ କଫିର ସ୍ବତନ୍ତୃତା ବଜାଇ ରଖିବା ସହ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକାଧିକ ଫ୍ଳେବର ଥିବା କଫି ପ୍ରସ୍ତୁତ କରାଯାଉଛି । କୋରାପୁଟ କଫିରେ ରହିଥିବା ଆରବିକା ଫ୍ଳେବର ସହ ଉତ୍ପାଦିତ କଫିର ବ୍ଲେଣ୍ଡିଂ କରି ଅନ୍ୟ ଫ୍ଳେବର ଥିବା କଫି ବଜାରରେ ଉପଲବ୍ଧ ହୋଇ ପାରିବ। ଏଥି ପାଇଁ କୋରାପୁଟରେ ରହିଥିବା ଉଭୟ ସରକାରୀ ଓ ବେସକାରୀ ଚାଷୀଙ୍କୁ କରାଯାଉଛି ସଚେତନ । କଫିର ଫ୍ଳେବର ଆଣିବା ପାଇଁ କଫି ସହ ଅନ୍ୟ ସ୍ବାଦିଷ୍ଟ ଫସଲ ଚାଷ କରିବାକୁ ଚାଷୀକୁ ଦିଆଯାଉଛି ତାଲିମ । ଚାଷୀଙ୍କୁ ଅର୍ଥନୈତିକ ଲାଭ ପାଇଁ ଯୋଜନା କରାଯାଉଛି ।

cofiଉନ୍ନତ ସ୍ବାଦିଷ୍ଟ କଫି ଉତ୍ପାଦନ ପାଇଁ କଫି ସହ ମସଲା, ସୁଗନ୍ଧିତ ଫୁଲ ଓ ଫଳ ଚାଷ କରାଯିବ। ବାଙ୍ଗାଲୋରରେ ରହିଥିବା କଫି ବୋର୍ଡର କୃଷି ବୈଜ୍ଞାନିକମାନେ ଏନେଇ ଗବେଷଣା କରୁଥିବା ବେଳେ କୋରାପୁଟ ଜିଲ୍ଲାର ଏହାର ପ୍ରୟୋଗଶାଳା ହେବ। ଏଭଳି ପଦକ୍ଷେପ ସାହାଯ୍ୟରେ କଫି ଚାଷୀ ଅଧିକାରୁ ଅଧିକ ଲାଭବାନ ହେବା ସହ କଫି ବଗିଚା ଫୁଲ ଓ ଫଳରେ ସଜେଇ ହୋଇ କୋରାପୁଟ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। କଫିଚାଷ କରି ଚାଷୀ ଯେ ଖାଲି କଫିମଞ୍ଜିରେ ସିମୀତ ନ ରହି ବର୍ଷ ତମାମ ରୋଜଗାର କରିପାରିବ ସେଥିଲାଗି ସରକାର ଓ ପ୍ରଶାସନ ପକ୍ଷରୁ ବଜାର ବ୍ୟବସ୍ଥା କରାଯାଇଛି।

ଆରବିକା କଫି ଫ୍ଳେବର ହେଉଛି ବିଶ୍ବର ସର୍ବପୁରାତନ କଫି, ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା। ସମୟକ୍ରମେ ଏହା ସାରା ବିଶ୍ବକୁ ଯାଇଥିଲା। ସେହି କଫିର ଚାଷରୁ ବିଭିନ୍ନ ଫ୍ଳେବର ଉତ୍ପନ୍ନ ହୋଇଛି । କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକ୍ କଫିର ଏକ ଅଂଶ। କୋରାପୁଟ ଜିଲ୍ଲାରେ ଏଥିପାଇଁ କଫି ବାଡରେ ପଣଷ, ଅଳେଇଚ, ଲବଙ୍ଗ, ତୁଳସୀ, ଅଦା, ବିଭିନ୍ନ ପ୍ରଜାତିର ଫୁଲ ଚାଷ କରାଯିବା ସହ କାଜୁ, ବାଦାମ, ସପୁରୀ, ପିଜୁଳି, ଆମ୍ବ, ଗେଣ୍ଠୁଫୁଲ ଚାଷ କରୁଛନ୍ତି ଅନେକ ଚାଷୀ। ଅନ୍ୟପଟେ କୋରାପୁଟର ଜଳବାୟୁ ପର୍ଯ୍ୟଟକଙ୍କୁ ସବୁବେଳେ ଆକୃଷ୍ଟ କରିଆସିଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ କୋରାପୁଟ କଫିବଗିଚାକୁ ନେଇ ଏବେ ପର୍ଯ୍ୟଟକମାନଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି । ସେମାନେ ଏବେ କଫିବଗିଚା ବୁଲିବା ସହିତ ସେଠାରେ ସେଲଫି ନେବାର ସୁଯୋଗ ହାତଛଡ଼ା କରୁନାହାନ୍ତି ।କୋରାପୁଟ କଫିଫାର୍ମ ଓ କଫି କାଫେ ଏବେ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି । ଦେଶ ଓ ବିଦେଶରୁ ଆସୁଥୁବା ପର୍ଯ୍ୟଟକ ମାନେ କୋରାପୁଟ କଫିର ସ୍ବାଦ ଚାଖିବା ସହ ସାଥିରେ କଫି ପ୍ୟାକେଟ କିଣୁଥିବା ଦେଖାଯାଉଛି।

coffeeକୋରାପୁଟ ଜିଲ୍ଲାରେ ବାର୍ଷିକ ପ୍ରାୟ ୧୫ ଶହ କୋଟି ଟଙ୍କାର କଫି ବ୍ୟବସାୟ ହେଉଛି। ପ୍ରାୟ ୧୮୦୦ ହେକ୍ଟର ଜମିରେ ୩ଶହରୁ ଉର୍ଦ୍ଧ୍ବ ଚାଷୀ ଚାଷ କରୁଛନ୍ତି । ଜିଲ୍ଲାରେ ବାର୍ଷିକ ୫୫୦ ମେଟ୍ରିକ ଟନ କଫି ଉତ୍ପାଦନ ହେଉଛି । କୋରାପୁଟ ଜିଲ୍ଲାରେ ପ୍ରାୟତଃ ଆରବିକା ଜାତୀୟ କଫି ଚାଷ କରାଯାଉଛି । ଆରବିକା ରୁ ୭ ପ୍ରକାର କିସମର କଫି ଉତ୍ପାଦନ ହେଉଛି । କାବେରୀ, ଚନ୍ଦ୍ରଗିରି, ସିଲେକସନ ଏବଂ ଅନ୍ୟ କିସମ ଭଳି ୭ଟି କିସମର କଫି ଉତ୍ପାଦନ ହେଉଛି । ୭ଟି କିସମର କଫିକୁ ପରସ୍ପର ମଧ୍ୟରେ ମିଶ୍ରଣ କରାଇ କଫି ଉତ୍ପାଦନ କଲେ ବିଭିନ୍ନ ପ୍ରକାର ଫ୍ଲେବର ଥିବା ସ୍ବାଦିଷ୍ଟ କଫି ମିଳିପାରିବ। ଗ୍ରାହକଙ୍କୁ ମନ ପସନ୍ଦର କଫି ମିଳିପାରିବ ଓ ବଜାରରେ କୋରାପୁଟ କଫିର ସ୍ବତନ୍ତୃ ଚାହିଦା ରହିପାରିବ। ଆଉ ଏହି କଫି ବିକ୍ରୟକରି ଚାଷୀ ଅଧିକା ଲାଭ ବାନ ମଧ୍ୟ ହୋଇପାରିବେ।

ଏଥିନେଇ ଚାଷୀ ମାନଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। କେନ୍ଦ୍ରୀୟ କଫି ବୋର୍ଡ ମଧ୍ୟ ଏଥିନେଇ ଗବେଷଣା ଜାରି ରଖିଛି। ଆଗାମୀ ଦିନରେ ଅଧିକା କଫି ଉତ୍ପାଦନ ଜରି ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । କୋରାପୁଟ କଫିରେ ଏକାଧିକ ଫ୍ଲେବର ଯୁକ୍ତ ସ୍ବତନ୍ତ୍ର ଟେଷ୍ଟ ଆଣିବା ପାଇଁ ଚାଷୀ ଓ ସରକାରଙ୍କ ପକ୍ଷରୁ ଗବେଷଣା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.