ବିଧାୟକ ଫେରାର, ଖୋଜିଆଣିଲେ ମିଳିବ କୁକୁଡ଼ା; ରାସ୍ତା ସାରା ଲାଗିଲା ଏମିତି ପୋଷ୍ଟର

ହଜିଯାଇଛନ୍ତି ବିଧାୟକ। ଯିଏ ଖୋଜିଆଣିବ ତାକୁ ମିଳିବ ଗୋଟେ କୁକୁଡ଼ା। ମୁମ୍ବାଇର ରାସ୍ତା ସାରା ଲାଗିଛି ଏମିତି ହୋର୍ଡିଂ, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ତଥା ବିଜେପି ବିଧାୟକ ନିତେଶ ରାଣେ ଓ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଇତି ମଧ୍ୟରେ ମୁମ୍ବାଇର ଚର୍ଚ୍ଚ ଗେଟ୍ ଓ ଗିରଗାଓଁ ସମେତ କେତେକ ଅଞ୍ଚଳରେ ବିଜେପି ବିଧାୟକ ନିତେଶ ରାଣେଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ଦେଖିବାକୁ ମିଳିଛି। କୁହାଯାଉଛି, ଏହା ପରେ ଶିବସେନା ଓ ନିତେଶ ରାଣେଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିପାରେ।
ବିଜେପି ବିଧାୟକ ନିତେଶ ରାଣେଙ୍କୁ ନେଇ ପୋଷ୍ଟରେ ଲେଖାଯାଇଛି ଯେ, ଫେରାର। ନାଁ-ନିତେଶ ନାରାୟଣ ରାଣେ, ଉଚ୍ଚତା-ଦେଢ଼ ଫୁଟ୍, ରଙ୍ଗ-ଗୋରା, ଆଖି ନେପାଳୀଙ୍କ ଭଳି, କମ୍ ବୁଦ୍ଧିଆ, ସୂଚନା ଦେବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ଏକ କୁକୁଡ଼ା ମିଳିବ।
#Maharashtra | Banners of #BJP MLA #NiteshRane‘s disappearance were put up at many places in #Mumbai, a chicken will be given free of cost to anyone who tells @NiteshNRane‘s address.#maharashtranews #MahaVikasAghadi@MeNarayanRane@Dev_Fadnavis @BJP4Maharashtra @CMOMaharashtra pic.twitter.com/gv5B1zBBi4
— Mumbai Tez News (@mumbaitez) December 31, 2021
ବିବାଦୀୟ ପୋଷ୍ଟରରେ କୁକୁଡ଼ା କାହିଁକି ?
କୁହାଯାଉଛି ଯେ ଏହି ପୋଷ୍ଟରରେ କୁକୁଡ଼ା ରଖାଯିବାର କାରଣ ମହାରାଷ୍ଟ୍ରରେ ନାରାୟଣ ରାଣେଙ୍କ ବିରୋଧୀ ତାଙ୍କୁ ଦୀର୍ଘ ବର୍ଷ ହେଲା ‘କୁକୁଡ଼ା ଚୋର’ ବୋଲି ଡାକୁଛନ୍ତି। ତେବେ ବର୍ତ୍ତମାନ ଏହି ପୋଷ୍ଟର-ବ୍ୟାନରକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି।
ଖାରଜ ହୋଇଛି ଅନ୍ତରୀଣ ଜାମିନ୍ ଆବେଦନ:
ଏହା ପୂର୍ବରୁ ଗୁରୁବାର ଦିନ ସିନ୍ଧୁ ଦୁର୍ଗ ସେସନ୍ କୋର୍ଟ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିବା ମାମଲାରେ ନିତେଶ ରାଣେଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସେ ଏହି ମାମଲାରେ ଖୁବ୍ଶୀଘ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
#Breaking
District Sessions court rejects anticipatory bail application filed by @NiteshNRane #NiteshRane
It’s a big set back for the BJP MLA @BJP4Maharashtra pic.twitter.com/BW41SfFqcS— Mayank Bhagwat (@mayankbhagwat) December 30, 2021
ମହାରାଷ୍ଟ୍ର ବିଧାନସଭାରେ ‘ମିଆଁଉ ମିଆଁଉ’ ବିବାଦ:
ଏହା ବ୍ୟତୀତ ନିକଟରେ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ଆଦିତ୍ୟ ଠାକ୍ରେଙ୍କ ଏଣ୍ଟ୍ରି ବେଳେ ନିତେଶ ରାଣେ ‘ମିଆଁଉ ମିଆଁଉ’ ଶବ୍ଦ ବାହାର କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।