ଦିଲ୍ଲୀ JNUରେ ଚାଲିଛି ସେକ୍ସ ଦୁର୍ନୀତି! ସେଠାକୁ ଯାଉଛନ୍ତି ରାହୁଲ ଗାନ୍ଧୀ ଓ ଦୀପିକା ପାଦୁକୋନ; ଏମିତି ବିବାଦୀୟ ବୟାନ ଦେଲେ ୟୁପିର ମନ୍ତ୍ରୀ

ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ରଘୁରାଜ ସିଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରଘୁରାଜ ସିଂ କହିଛନ୍ତି ଯେ ଜେଏନୟୁରେ ସେକ୍ସ ଦୁର୍ନୀତି ଚାଲିଛି। ଏତିକିରେ ସେ ଅଟକି ନାହାନ୍ତି, ଏପରି କି ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେଠାକୁ ଯାଉଛନ୍ତି। ଆହୁରି ମଧ୍ୟ ରଘୁରାଜ ସିଂ କହିଛନ୍ତି, ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ସେଠାକୁ ଯାଆନ୍ତି।

ଉତ୍ତର ପ୍ରଦେଶର ଶ୍ରମ ଓ ସେବାଯୋଜନ ରାଜ୍ୟମନ୍ତ୍ରୀ ଠାକୁର ରଘୁରାଜ ସିଂ ଏହି ବିବାଦୀୟ ମନ୍ତବ୍ୟ ଅମିତ ଶାହଙ୍କ ଆଲିଗଡଠାରେ ଆୟୋଜିତ ରାଲି ଅବସରରେ ଗଣମାଧ୍ୟମ ସମ୍ମୁଖରେ ଦେଇଛନ୍ତି। ସେ କହିଛନ୍ତି, ଦେଶ ବିରୋଧୀ ଶକ୍ତି ଜେଏନୟୁରେ ସେକ୍ସ ଦୁର୍ନୀତି ଚଲାଇଛନ୍ତି। ସେଠାକୁ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବଡ ବଡ଼ ନେତା ଯାଆନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ସେଠାକୁ ଯାଆନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ୟୁପି ସରକାରର ମନ୍ତ୍ରୀ ଏମିତି ବିବାଦୀୟ ବୟାନ ଦେଇଛନ୍ତି। ଏଥି ପୂର୍ବରୁ ସେ ମଦ୍ରାସାକୁ ଟାର୍ଗେଟ କରି ଏକ ବିବାଦୀୟ ବୟାନ ଦେଇଥିଲେ।

ସେତେବେଳେ ରଘୁରାଜ ସିଂ କହିଥିଲେ, ‘ଭଗବାନ ସୁଯୋଗ ଦେବେ ଯଦି ପୂରା ଦେଶର ମଦ୍ରାସାକୁ ବନ୍ଦ କରିଦେବି, ସାରା ଦେଶରେ ମଦ୍ରାସା ଭିତରେ ଆତଙ୍କବାଦୀଙ୍କ ବେସ ଅଛି ଏବଂ ଏହି ମଦ୍ରାସାଗୁଡ଼ିକରୁ ତାଲିମ ନେବା ପରେ ବାହାରୁଥିବା ବ୍ୟକ୍ତି ଆତଙ୍କୀ ହୋଇ ଯାଉଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ଆତଙ୍କବାଦୀଙ୍କ ଭଳି ହୋଇଥାଏ’। ତେବେ ଏହି ବୟାନ ଉପରେ ବିବାଦ ବଢ଼ିବାରୁ ମନ୍ତ୍ରୀ ରଘୁରାଜ ସିଂ ସ୍ପଷ୍ଟୀକରଣ ଦେବା ପାଇଁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ସାହାରା ନେଇଥିଲେ। ରଘୁରାଜ ସିଂ କହିଥିଲେ, ‘କଲାମ ସାହେବ କହିଥିଲେ ଯେ ଜଣେ ମୁସଲମାନ ଜନ୍ମିତ ଆତଙ୍କବାଦୀ ହୋଇ ନ ଥାଏ। ଯେତେବେଳେ ସେ ମଦ୍ରାସାରେ ପଢ଼ିବାକୁ ଯାଏ, ତ ସେ ଅନେକ କଥା ଶିଖିଥାଏ’।

ପୂର୍ବରୁ ରଘୁରାଜ ସିଂ ମଥୁରା-କାଶୀକୁ ନେଇ ମଧ୍ୟ ବୟାନ ଦେଇଥିଲେ, ଯାହାକୁ ନେଇ ରାଜନୀତି ସରଗରମ ହୋଇ ଉଠିଥିଲା। ଯୋଗୀ ସରକାରଙ୍କ ମନ୍ତ୍ରୀ ରଘୁରାଜ ସିଂ କହିଥିଲେ, କି, ‘ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ କୃଷ୍ଣ, ହିନ୍ଦୁତ୍ୱର ଏଜେଣ୍ଡାରେ ଅଛି ମଥୁରା, ଏଥିପାଇଁ ଯଦି ସେମାନଙ୍କୁ କୌଣସି ବି ବଳି ଚଢ଼ାଇବାକୁ ପଡିବ, ତ ଚଢ଼ାଇ ଦେବେ’। ସେ କହିଥିଲେ, କେଶବ ପ୍ରସାଦ ମୌର୍ଯ୍ୟ ବିଲକୁଲ ଠିକ୍ କହିଛନ୍ତି ଯେ ଅଯୋଧ୍ୟା, କାଶୀ ପରେ ମଥୁରାର ପାଳି। ରଘୁରାଜ ସିଂ କହିଥିଲେ, ଏହା ଆମ ଏଜେଣ୍ଡାରେ ଅଛି, ଏଥିରେ କ’ଣ ଖରାପ ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.