Below header

ଶିକ୍ଷକ ଓ ଅଣଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଉପହାର, ଲାଗୁ କଲେ ସପ୍ତମ ବେତନ କମିଶନ

କେନ୍ୟୁଜ୍(ବ୍ୟୁରୋ):ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦିଆଯିବ । ଏସମ୍ପର୍କିତ ପ୍ରସ୍ତାବରେ ବାଜିଛି କ୍ୟାବିନେଟ୍‌ ମୋହର । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂତନ ଅନୁଦାନପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଯୋଗ୍ୟ କର୍ମଚାରୀଙ୍କୁ ମଧ୍ୟ ସପ୍ତମ ବେତନ ଆଧାରରେ ଦରମା ମିଳିବ । ଏହାଦ୍ୱାରା ୨୬ହଜାର ୧୬୪ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବ । ସେହିପରି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର କର୍ମଚାରୀଙ୍କୁ ସପ୍ତମ ବେଦନ କମିଶନ ହାରରେ ଦରମା ଦିଆଯିବ । ଏହାଦ୍ୱାରା ପ୍ରାୟ ୧୫ହଜାର ୬୬୪ ଶିକ୍‌ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଜାନୁଆରୀ ପହିଲାରୁ ଏହା ଲାଗୁ ହେବ । ଏଥିପାଇଁ ସରକାର ଖର୍ଚ୍ଚ କରିବେ ଅତିରିକ୍ତ ୧୬୬ କୋଟି ଟଙ୍କା ।

ଏହାସହ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମୋହର ଲାଗିଛି । ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦାଖଲ କଲେ କାର୍ଯ୍ୟାନୁଷ୍ଠାନ ନେଇ ଆଇନରେ ବ୍ୟବସ୍ଥା କରାଯାଇଛି। ଏହାସହ ଏଣିକି ପଞ୍ଚାୟତ ପ୍ରତିନିିଧି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.