ସ୍ପେଶାଲ

ପଛ ପଟୁ ବୃଦ୍ଧାଙ୍କୁ ଅକସ୍ମାତ ଆକ୍ରମଣ କଲା ଚିତା , କିନ୍ତୁ ବାଘ ସହ ଲଢେଇ କରି ମରଣ ମୁହଁରୁ ରକ୍ଷା ପାଇଲେ

ବାଘ-ବୃଦ୍ଧା ମୁହିଁମୁହିଁ । ବୃଦ୍ଧାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଆଗରେ ହାର ମାନିଲା ଏକ ଚିତାବାଘ । ନିଜ ଆଶାବାଡି ସାହାଯ୍ୟରେ ଚିତା ବାଘକୁ ପାଣି ପିଆଇଲେ ବୃଦ୍ଧା ଜଣଙ୍କ । ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ମୁମ୍ବାଇ ଗୋରେଗାଓଁ ଅଞ୍ଚଳରେ ଏହି ଭିଡିଓଟିକୁ ଯିଏ ଦେଖୁଛନ୍ତି ବୃଦ୍ଧାଙ୍କ ତାରିଫ ନକରି ରହି ପାରୁନାହାନ୍ତି ।  ପିଲାଠୁ ବୁଢା ସମସ୍ତେ କାବା ହୋଇଯାଉଛନ୍ତି । ସାହାସି ତଥା ନିର୍ଭିକ ବୃଦ୍ଧାଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି । ଘଟଣାଟି ପ୍ରକୃତରେ ଘଟିଥିଲା ଏହିପରି ।  ମୁମ୍ବାଇର ଗୋରେଗାଓଁ ସ୍ଥିତ ଆରେ ମିଳ୍କ କଲୋନୀ ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ବୃଦ୍ଧାଜଣଙ୍କ ନିଜ ଘର ଅଗଣାରେ ବସିଥିଲେ ।  ବୃଦ୍ଧା ଜଣଙ୍କ ବୟସ ପାଖାପାଖି ୫୫ ବର୍ଷ ହେବ ।  ଏହି ସମୟରେ ତାଙ୍କ ପଛ ପଟରୁ ଏକ କଲରା ପତରିଆ ବାଘ ମାଡିଆସିଲା ଓ ଝାମ୍ପ ମାରିଥିଲା । ଆଉ ବୃଦ୍ଧା ଜଣଙ୍କୁ ଏକାକି ଦେଖି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।

 

ନିଜ ତୀଖାନା ନଖ ମୁନରେ ତାଙ୍କ ବେକ, ଗାଲ, କାନ୍ଧ ଆଦି ସ୍ଥାନକୁ ରକ୍ତାକ୍ତ କରିଦେଇଥିଲା ।  କିନ୍ତୁ ଏହି ସମୟରେ ବୃଦ୍ଧା ଆଦୌ ବି ଭୟଭୀତ ନହୋଇ ପ୍ରତି ଆକ୍ରମଣ କରିଥିଲେ ।  ନିଜେ ଧରିଥିବା ବଙ୍କୁଲି ବାଡ଼ିରେ ବାଘଟିକୁ ବାଡେଇ ବାଡେଇ ଘଉଡ଼ାଇ ଦେଲେ ।  ଆଉ ବୃଦ୍ଧାଙ୍କ ଚିତ୍କାରରେ ବାଘଟି ସ୍ଥାନ ଛାଡ଼ି ଧାଇଁ ପଳେଇଥିଲା ।  ମହିଳା ଜଣକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।  କହିରଖିବା ଉଚିତ ହେବକି ଗତ ୩ ଦିନ ଭିତରେ ଏହା ହେଉଛି ଦ୍ଵିତୀୟ ବାଘ ଆକ୍ରମଣ ।  ରବିବାର ଏକ ଚାରି ବର୍ଷର ପିଲା ବାଘ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କ ଦାଦାଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ ରକ୍ଷା ପାଇଯାଇଥିଲା ।

KNews Bureau

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

21 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

34 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

52 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

58 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

1 hour ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

1 hour ago