ସ୍ପେଶାଲ

ଅବଦୁଲଙ୍କୁ ଝୁରୁଛି ଲାର ସାହି: ବନ୍ଧ ଦେଇ ବଦଳାଇଥିଲେ ଝରଣାର ଗତିପଥ, ଆଜି ସବୁଜ କ୍ଷେତରେ ହସୁଛି ସାରା ପରିବେଶ

ବାଂଶପାଳ: ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଅଧିନସ୍ଥ ସିଂପୁର ପଞ୍ଚାୟତ ଲାରସାହି । ଏହି ସାହିର ବାସିନ୍ଦା ଥିଲେ , ଆଦିବାସୀ ଭୂୟାଁ ସ୍ବର୍ଗତ ଅବଦୁଲ ନାଏକ । ଯିଏକି ୫ବର୍ଷ ନିଜର ଅଦମ୍ଯ ଚେଷ୍ଟା କରି ଝରଣାର ଗତି ପଥ ବଦଳାଇ ପାହାଡ଼ ଶୀର୍ଷରେ ରହିଥିବା ଲାର ସାହିକୁ ପାଣି ପହଞ୍ଚେଇ ପାରିଥିଲେ। ଯାହା ପାଇଁ ଆଜି ଶସ୍ୟ ଶ୍ଯାମଳାରେ ପରିପୂର୍ଣ୍ଣ ହୋଇପାରିଛି ଏଠାକାର ଟାଙ୍ଗରା ଭୂଇଁ।

ଚଳିତ ବର୍ଷ ସେଠାରେ ପ୍ରାୟ ୩୦ ଏକର ଧାନ ଚାଷ କରାଯାଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଝରଣା ଜଳ ସ୍ରୋତ ହ୍ରାସ ପାଉଥିବା ବେଳେ ଅବଦୁଲଙ୍କ ଦ୍ଵାରା ନିର୍ମିତ କେନାଲ ଦୁର୍ବଳ ହୋଇ ଅନ୍ୟ ଆଡେ ପାଣି ଗଳିଯାଉଛି । ଯାହାର ମରାମତିରେ ଲାଗିପଡିଛନ୍ତି ତାଙ୍କ ନାତି ଓ ଅଣନାତି ମାନେ। ଅବୁଦୁଲଙ୍କ ୬୫ ବର୍ଷିଆ ନାତି କାଳିଆ ନାଏକଙ୍କ କହିବା କଥା, କୌଣସି କାରଣରୁ ନିଜ ପୁଅ ପଠାଣି ଏବଂ ବୋହୁକୁ ଧରି ନିଜ ମୂଳ ଗାଁ ଡେରିରୁ ଜଙ୍ଗଲ ମଧ୍ୟରେ ରହିଥିବା ଲାର ସାହିକୁ ଚାଲି ଚାଲି ଆସିଥିଲେ ଅବଦୁଲ । ବଞ୍ଚିବା ପାଇଁ ଜୀବିକା ଅନିର୍ବାଯ୍ୟ ହୋଇପଡିଥିବାବେଳେ ଗାଈ ମଇଁଷି ଛେଳି ପାଳନ କରିବା ସହ ଚାଷ କରି ପରିବାର ପ୍ରତିପୋଷଣ କରିବା ପାଇଁ ମନ ବଳେଇଥିଲେ ।

ହେଲେ ପାହାଡ଼ ଶୀର୍ଷରେ ଥିବା ଟାଙ୍ଗରା ଭୁଇଁ ରହିଥିବାରୁ ତାଙ୍କ ଚାଷ ଆଶା ମଉଳି ଯାଇଥିଲା। ଦିନେ ଛେଳି ଚରେଇ ବାକୁ ଯାଇଥିବା ବେଳେ ଗାଁ ନିକଟରେ ଥିବା ଗୋଠ ଟାଙ୍ଗର ଏବଂ ବାଲିପାଣି ପାହାଡ଼ ମଧ୍ୟ ଭାଗରୁ ଉତ୍ପନ୍ନ ଝରଣା ପାଣି ବାନ୍ଧିଘର ନାମକ ଏକ ନାଳକୁ ବହି ଯାଉଥିବା ର ଦେଖିବାକୁ ପାଇଥିଲେ ଅବଦୁଲ । ଉକ୍ତ ପାଣିକୁ ଘର ପାଖକୁ ଆଣି ବିଲ ପ୍ରସ୍ତୁତ କରିବା ପାଇଁ ମନେ ମନେ ଚିନ୍ତା କରିଥିବା ବେଳେ ପୁଅ ପଠାଣି ସହିତ ପାଟି ମୁଣ୍ଡ ନିକଟରେ ଝରଣା ର ଗତି ପଥ କୁ ଅଟକାଇ ଘର ପାଖକୁ ଆଣିବା ପାଇଁ ଯୋଜନା କଲେ ।

ଅବଦୁଲଙ୍କ ପୁଅକୁ ସେତେ ବେଳେ ୨୨ ବର୍ଷ ହୋଇଥାଏ । ବାପ ପୁଅ କୋଡ଼ି କୋଦାଲ ଏବଂ ଶାବଳ ସାହାଯ୍ୟରେ ମାଟି ବୋହି ଝରଣା ଆଡ଼ି ବନ୍ଧ ପକାଇ ଦୀର୍ଘ ତିନି କିମି ପାହାଡ଼ କାଟି ଧୀରେ ଧୀରେ କେନାଲ ଖୋଳି ଘର ଆଡ଼କୁ କେନାଲ ମଡେଇବା ଆରମ୍ଭ କରିଥିଲେ। ୫ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଶେଷରେ ୩ କିମି ଦୂରରୁ ପାଣି ପହଁଚି ପାରିଥିଲା । ପଣ୍ଡା ଏବଂ ବଳଦ ହଳ ସହାୟତା ରେ ଚାଷ ଜମି ପ୍ରସ୍ତୁତ କରିବା ସହ ଜମି ରେ ଝରଣା ପାଣି ମଡ଼ାଇ ଧାନ ଚାଷ ଆରମ୍ଭ କଲେ । ହେଲେ ଧାନ ଆମଳ ପର୍ଯ୍ୟନ୍ତ ବଂଚିନଥିଲେ ଅବଦୁଲ । ଏହାପରେ ପଠାଣି ଏବଂ ତାଙ୍କର ପାଞ୍ଚ ପୁଅ ଉକ୍ତ ଜମିର ଉନ୍ନତି କରିବା ସହ ଜୀବିକା ନିର୍ବାହ କରୁଛନ୍ତି । ଏବେ ଏମାନେ ବି ଚାଷ କରିପାରୁଛନ୍ତି । ଏବେ ଏହି ଗାଁରେ ଭୂୟାଁ ଓ ମୁଣ୍ଡା ସମ୍ପ୍ରଦାୟର ୩୦ ଟି ପରିବାର ବସ ବାସ କରୁଛନ୍ତି। ଆଜି ଅବୁଦୁଲ ନାହାନ୍ତି ସତ, ହେଲେ ତାଙ୍କ ଅବଦାନ ଯୋଗୁଁ ଗାଁ ରେ ଆଜି ପାଣି ପହଁଚି ପାରିଛି। ଆବଦୁଲଙ୍କ ଏହି ଲୋକାଭିମୁଖ କାର୍ଯ୍ଯ ପାଇଁ ଆଜି ବି ସେ ଅମର ହୋଇ ରହିଛନ୍ତି ଏହି ଗାଁ ଲୋକଙ୍କ ପାଇଁ ।

ବାଂଶପାଳରୁ ଦୀପକ ବେହେରାଙ୍କ ରିପୋର୍ଟ,କେନ୍ଯୁଜ୍

Sonalisa

Recent Posts

ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି…

2 mins ago

କୋରରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ…

8 mins ago

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ…

11 mins ago

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

44 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

1 hour ago

ମହିଳାଙ୍କ ବେକ କାଟି ବୀଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବୀଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

1 hour ago