Categories: ସ୍ପେଶାଲ

ଏଭଳି ଏକ ମନ୍ଦିର, ଯେଉଁଠାରେ ପୂଜା କରାଯାଇଥାଏ ମସ୍ତକ ବିହୀନ ଗଣେଶ ପ୍ରତିମା

ଆପଣ କେବେ ଏପରି ମନ୍ଦିର ବିଷୟରେ ଶୁଣିଛନ୍ତି, ଯେଉଁଠାରେ ଭଗବାନ ଗଣେଶଙ୍କ ମସ୍ତକ ନଥିବା ପ୍ରତିମା  ପୂଜା କରାଯାଇଥାଏ। ଏକଥା ଶୁଣବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ବିରଳ ଓ ବିଚିତ୍ର ମନ୍ଦିରଟିଏ ଉତ୍ତରାଖଣ୍ତର କେଦାରନାଥ ଉପତ୍ୟକାରେ ଅବସ୍ଥିତ। ଗର୍ଭଗୃହରେ ମସ୍ତକ ବିହୀନ ପ୍ରଭୁ ଗଣେଶ ପୂଜାପାଉଛନ୍ତି, ଯାହା ଏହି ମନ୍ଦିରର ଏକ ପ୍ରମୁଖ ବିଶେଷତ୍ବ। ମନ୍ଦିରର ନାଁ ‘ମୁଣ୍ତକଟିୟା’। ‘ମୁଣ୍ତକଟିୟା’ ଦୁଇଟି ଶବ୍ଦର ସମାହାର ‘ମୁଣ୍ତ’ ଅର୍ଥ ମସ୍ତକ ଓ ‘କଟିୟା’ ଅର୍ଥ କଟା ବା ଛେଦନ । ଏଥିପାଇଁ ମନ୍ଦିରଟି ଏପରି ଭାବେ ନାମିତ ହୋଇଥିବା କୁହାଯାଏ। ସୋନପ୍ରୟାଗ ଠାରୁ ଏହ ତିନି କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରକୁ ଲାଗି ମନ୍ଦାକିନୀ ନଦୀ ପ୍ରବାହିତ। ମୁଣ୍ତ ନଥିବା ଏପରି ଗଣେଶ ମନ୍ଦିର ଅନ୍ୟ କୌଣସି ସ୍ଥାନରେ ନାହିଁ। ଏହି ସ୍ଥାନରେ ଗଣେଶଙ୍କ ମୁଣ୍ତ ଭଗବାନ ଶିବଙ୍କ ଦ୍ବାରା ଛେଦନ ହୋଇଥିବା ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ।

ଶିବ ପୁରାଣ ଅନୁସାରେ, ଏକଦା ଦେବୀ ପାର୍ବତୀ ସ୍ନାନ ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ଭିତରକୁ ଅନ୍ୟ କାହାରି ପ୍ରବେଶକୁ ନିଷିଦ୍ଧ କରାଇଥିଲେ ଦେବୀ ପାର୍ବତୀ। ଏଥି ପାଇଁ ଶିବଙ୍କ ବାହନ ନନ୍ଦିଙ୍କୁ ସେ ଦ୍ବାରପାଳ ଭାବେ ନିୟୋଜିତ କରିଥିଲେ। ହଠାତ୍ ଭଗବାନ ଶିବ ସେଠାରେ ପହଞ୍ଚିଥିଲେ ଏବ˚ ନନ୍ଦି ତାଙ୍କୁ ସ୍ବାଭାବିକ ଭାବେ ଭିତରକୁ ଛାଡ଼ି ଦେଇଥିଲେ। କାରଣ ନନ୍ଦି ଥିଲେ ଶିବଙ୍କର ଏକାନ୍ତ ଅନୁଗତ। ପାର୍ବତୀ ଏଥିରେ କ୍ଷୋଭ ପ୍ରକାଶ କରିବା ସହିତ ନିଜ ଦେହର ମଳିରୁ ଗଣେଶଙ୍କୁ ପୁତ୍ର ଭାବେ ସୃଷ୍ଟି କରିଥିଲେ।

ଏହାସହ ପଢନ୍ତୁ: ଦୁନିଆରେ ଅଛନ୍ତି ଏପରି ଅଜବ ଜୀବ, ଯାହାକୁ ଦେଖିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ

ପରବର୍ତ୍ତୀ ସମୟରେ ପାର୍ବତୀ ସ୍ନାନ ପାଇଁ ଯାଇଥିବା ବେଳେ, ଦ୍ବାରପାଳ ଭାବେ ଜଗିଥିଲେ ପୁତ୍ର ଗଣେଶ। ମାତାଙ୍କ ଆଜ୍ଞା ଅନୁସାରେ, ସେ ଶିବଙ୍କୁ ଭିତରକୁ ଯିବାକୁ ବାରଣ କରିବାରୁ ଶିବ ଅପମାନିତ ବୋଧ କରିଥିଲେ ଏବ˚ କ୍ରୋଧିତ ହୋଇ ଏହି ସ୍ଥାନରେ ଗଣେଶଙ୍କ ଶିର ଛେଦନ କରିଥିଲେ। ପରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାଧ୍ୟମରେ ଗଣେଶଙ୍କ ଶରୀରରେ ହସ୍ତୀର ମସ୍ତକ ଯୋଡ଼ାଯାଇଥିଲା ଏବ˚ ଗଣେଶ ପୁନର୍ଜୀବନ ପାଇଥିଲେ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago