ସ୍ପେଶାଲ

ଝରାଫୁଲ ଓ ପୁଷ୍ପଲତା ପରେ ଏବେ ଟୁକୁନା ହତ୍ୟା

ପ୍ରଥମେ ଝରାଫୁଲ । ତା ପରେ ପୁଷ୍ପଲତା । ଆଉ ଏବେ ଟୁକୁନା ହତ୍ୟାକାଣ୍ଡ । ଏସବୁ ପଛରେ ରହିଛି ସେହି ଗୋଟିଏ କାରଣ । ପ୍ରେମ । ପ୍ରେମରୁ ଘଟୁଛି ହତ୍ୟାକାଣ୍ଡ । ହେଲେ ଏସବୁ କଣ ସତରେ ପ୍ରେମ ? ଯଦି ପ୍ରେମ ତେବେ ତାକୁ ନେଇ ହତ୍ୟା ଭଳି ଜଘନ୍ୟ ଘଟଣା ଘଟୁଛି କାହିଁକି?
ଝରାଫୁଲକୁ ଭଲ ପାଉଥିଲା ଯଦି ରାକେଶ ତାଙ୍କୁ ହତ୍ୟା କଲା କାହିଁକି ? ପୁଣି ତାର ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର ଅଞ୍ଚଳରେ ଫିଙ୍ଗିଲା କେମିତି ? ଯଦିଓ ଝରାଫୁଲର ହତ୍ୟା କଥାକୁ ଏଯାଏ ରାକେଶ ସ୍ୱୀକାର କରି ନାହିଁ ତେବେ ମୃତ୍ୟୁ ପଛରେ ତାର ହାତ ରହିଥିବା କଥାକୁ କେହି ବି ଅସ୍ୱୀକାର କରିବେ ନାହିଁ ।

ସେହିପରି ପୁଷ୍ପଲତାକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦିଆଗଲା । ଏହାର ମୂଳରେ ଥିଲା ସେହି ପ୍ରେମ ଓ ପ୍ରତାରଣା । ଆଉ ଏବେ ଟୁକୁନା ହତ୍ୟା ପଛରେ ବି ଧୀରେ ଧୀରେ ସ୍ପଷ୍ଟ ହେଉଛି ପ୍ରେମ କାହାଣୀ । ତେବେ ପ୍ରାୟ ଗୋଟିଏ ମାସ ଭିତରେ ତିନି ତିନିଟି ବଡ଼ ଘଟଣା ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇଛି ।

ତେବେ ସବୁ ପଛରେ ସେହି କାରଣ ଦେଖିବାକୁ ମିଳିଛି, ପ୍ରେମ ଆଉ ପ୍ରତାରଣା । ଏହା ସହିତ ଲୋକଙ୍କ ମାନସିକତା କେତେ ତଳକୁ ଖସିଛି ଏବଂ ଆଇନ୍‌ ପ୍ରତି ଭୟ ନାହିଁ ସେ କଥା ମଧ୍ୟ ସ୍ପଷ୍ଟ ହେଉଛି । ଆଜି ଦିନ ଦ୍ୱିପହରରେ ଲୋକ ଗହଳିରେ ଗାଡ଼ି ଭିତରେ ଜଣକୁ ହତ୍ୟା କରାଗଲା । ପୋଲିସ୍‌ ଉପସ୍ଥିତିରେ ଲୋକେ ଅପରାଧୀଙ୍କୁ ଭୟଙ୍କର ଭାବେ ମାଡ଼ ମାରିଲେ । ଏସବୁ ଘଟଣା ଜୋର୍‌ ଦେଇ କହୁଛି ଯେ ଆଇନ୍‌ ପ୍ରତି ଆଉ ଲୋକଙ୍କର ଯେମିତି ଭୟ ନାହିଁ । କିମ୍ବା ସେମାନେ ଆଇନ୍‌ର କଠୋର ଦଣ୍ଡ ବିଷୟରେ ସଚେତନ ନୁହନ୍ତି ।
ତେଣୁ ଏସବୁକୁ ନେଇ ପୋଲିସ୍‌ ପ୍ରଶାସନ ଲୋକଙ୍କୁ ଭଲ ଭାବେ ସଚେତନ କରିବା ଜରୁରୀ । ନହେଲେ ସ୍ଥିତି ଆହୁରି ବିଗିଡ଼ି ଯିବ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago