Categories: ସ୍ପେଶାଲ

ଖରାପ ସମୟରେ ବି ନିଜ ସ୍ଥାନ ତିଆରି କରିନିଏ ପ୍ରେମ ! ବିଶ୍ବାସ ହେଉନି ଯଦି ପଢନ୍ତୁ ଏହି ପ୍ରେମୀଯୁଗଳଙ୍କ କାହାଣୀ, ଖୁସି ହୋଇଯିବ ମନ

ସବୁ ପ୍ରେମକାହାଣୀର ଭାଗ୍ୟରେ ବିଛେଦ ଲେଖା ହୋଇନଥାଏ । ନା ସବୁ ପ୍ରେମୀଙ୍କ ଭାଗ୍ୟରେ ପ୍ରସିଦ୍ଧ ହେବା ଲେଖାଥାଏ । ତେବେ ଯେଉଁ ଆମେ ଯେଉଁ ସମାଜରେ ରହୁଛେ ସେଠାରେ ପ୍ରେମ କରିବା ଏବଂ ତାକୁ ସଫଳ କରିବା ଆଜି ଯାଏଁ ସାଧାରଣ ହୋଇନାହିଁ । ସେଥିପାଇଁ ଏଠାରେ ସବୁ ପ୍ରେମ କାହାଣୀ ଖାସ୍ ହୋଇଥାଏ । ତେବେ ଆଜି ଆମେ ଯେଉଁ ପ୍ରେମକାହାଣୀ କହିବୁ ତାହା ଅନ୍ୟକାହାଣଠୁ ଆହୁରୀ ଖାସ୍ ଏବଂ ଆହୁରୀ ଫିଲ୍ମି ମଧ୍ୟ।

ନିହାଲ୍ ଠକ୍କର ଏବଂ ଅନୁପ ଚନ୍ଦ୍ରଣୀ । ୧୧ ବର୍ଷ ପୂର୍ବେ ଏକ ମେଡିକାଲରେ କନଭେସନରେ ଉଭୟଙ୍କର ଦେଖା ହୋଇଥିଲା । କାର୍ ଦୁର୍ଘଟଣା ଯୋଗୁଁ ଉଭୟଙ୍କର ମେରୁଦଣ୍ଡ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଉଭୟ ଚାଲିବାରେ ସକ୍ଷମ ନଥିଲେ । ଯେତେବେଳେ ନିହାଲ୍ ଏବଂ ଅନୁପଙ୍କ ମଧ୍ୟରେ କଥା ଆରମ୍ଭ ହେଲା ସେତେବେଳେ ଉଭୟ ଜାଣିବାକୁ ପାଇଲେ ଯେ ସେମାନଙ୍କ ମଧ୍ୟରେ ଅନେକ ସମାନତା ଅଛି । ଉଭୟଙ୍କ ଆକ୍ସିଡେଣ୍ଟ ଗୋଟିଏ ପ୍ରକାର କାରରେ ହୋଇଥିଲା । ଦୁର୍ଘଟଣାର ସ୍ଥାନ ମଧ୍ୟ ସମାନ ଥିଲା । ଏପରିକି ତାରିଖ ମଧ୍ୟ ସମାନ ଥିଲା । ଉଭୟଙ୍କ ମଧ୍ୟରେ ଯଦି କିଛି ଫରକ ଥିଲା ତାହା ଥିଲା ବାସ୍ କିଛି ବର୍ଷ ଏବଂ ମାସର । ଅନୁପଙ୍କ ସହ ଏହି ଦୁର୍ଘଟଣା ୨୨ ଜୁନ୍ ୨୦୦୩ ହୋଇଥିବା ବେଳେ ନିହାଲଙ୍କ ସହ ୨୨ ନଭେମ୍ବର ୨୦୦୫ରେ ହୋଇଥିଲା ।

ଅନୁପଙ୍କ କହିବା ଅନୁଯାୟୀ, ଆରମ୍ଭରୁ ଆମେ କେବଳ ଏହି ଦୁର୍ଘଟଣା ବିଷୟରେ କଥା ହୋଇ ପରସ୍ପରକୁ ସାହସ ଦେଉଥିଲୁ । ପରେ ସାଙ୍ଗମାନଙ୍କ ସହ ଫିଲ୍ମ ଏବଂ କଫି ଆଦି ପାଇଁ ଦେଖାକରିବାକୁ ଲାଗିଲୁ । ଏହା ପରେ ଆମ କଥା ସକାଳ ୪ଟା ଯାଏଁ ହେବାକୁ ଲାଗିଲା । ଏବଂ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିବାକୁ ଲାଗିଲା । ଆଉ ପରସ୍ପରକୁ ୭ ବର୍ଷ ଡେଟ୍ କରିବା ପରେ ବିବାହ ନିଷ୍ପତ୍ତି ନେଲେ ଏହି ପ୍ରେମୀ ଯୁଗଳ ।

ତେବେ ସବୁ ପ୍ରେମକାହାଣୀ ପରି ଏଥିରେ ମଧ୍ୟ ଦେଖାଦେଇଥିଲା ସମସ୍ୟା  । କାରଣ ଉଭୟଙ୍କ ପରିବାର ଲୋକ ଏହି ନିଷ୍ପତ୍ତିରେ ଖୁସି ନଥିଲେ । ହେଲେ ସମସ୍ତ ବାଧା ବିଘ୍ନ ଏବଂ ସମସ୍ୟାକୁ ପଛରେ ପକାଇ ଚଳିତ ବର୍ଷ ଜାନୁଆରୀ ମାସରେ ବିବାହ କରିଥିଲେ ଅନୁପ୍ ଏବଂ ନିହାଲ୍ । ଆଉ ଘରଲୋକଙ୍କୁ ଦେଖାଇଥିଲେ ଯେ ତାଙ୍କ ପ୍ରେମରେ ହ୍ବିଲ ଚେୟାର୍ ଭିଲେନ୍ ହୋଇପାରିବନି । ଏବେ ଖୁବ୍ ଖୁସିରେ ରହୁଛନ୍ତି ନିହାଲ୍ ଏବଂ ଅନୁପ୍ । ଅନୁପ୍ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କରେ କାମ କରୁଥିବା ବେଳେ ନିହାଲ୍ ଏକ ଏନଜିଓ ଚଲାଉଛନ୍ତି । କିନ୍ତୁ ବିଡମ୍ବନାର କଥା ଯେ ଉଭୟ ସେହି ସଡକ ନିକଟରେ ରହୁଛନ୍ତି ଯେଉଁଠି ସେମାନଙ୍କର ଦୁର୍ଘଟଣା ହୋଇଥିଲା ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

8 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

15 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

22 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

30 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

33 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

40 mins ago