Below header

ଖରାପ ସମୟରେ ବି ନିଜ ସ୍ଥାନ ତିଆରି କରିନିଏ ପ୍ରେମ ! ବିଶ୍ବାସ ହେଉନି ଯଦି ପଢନ୍ତୁ ଏହି ପ୍ରେମୀଯୁଗଳଙ୍କ କାହାଣୀ, ଖୁସି ହୋଇଯିବ ମନ

ସବୁ ପ୍ରେମକାହାଣୀର ଭାଗ୍ୟରେ ବିଛେଦ ଲେଖା ହୋଇନଥାଏ । ନା ସବୁ ପ୍ରେମୀଙ୍କ ଭାଗ୍ୟରେ ପ୍ରସିଦ୍ଧ ହେବା ଲେଖାଥାଏ । ତେବେ ଯେଉଁ ଆମେ ଯେଉଁ ସମାଜରେ ରହୁଛେ ସେଠାରେ ପ୍ରେମ କରିବା ଏବଂ ତାକୁ ସଫଳ କରିବା ଆଜି ଯାଏଁ ସାଧାରଣ ହୋଇନାହିଁ । ସେଥିପାଇଁ ଏଠାରେ ସବୁ ପ୍ରେମ କାହାଣୀ ଖାସ୍ ହୋଇଥାଏ । ତେବେ ଆଜି ଆମେ ଯେଉଁ ପ୍ରେମକାହାଣୀ କହିବୁ ତାହା ଅନ୍ୟକାହାଣଠୁ ଆହୁରୀ ଖାସ୍ ଏବଂ ଆହୁରୀ ଫିଲ୍ମି ମଧ୍ୟ।

coupleନିହାଲ୍ ଠକ୍କର ଏବଂ ଅନୁପ ଚନ୍ଦ୍ରଣୀ । ୧୧ ବର୍ଷ ପୂର୍ବେ ଏକ ମେଡିକାଲରେ କନଭେସନରେ ଉଭୟଙ୍କର ଦେଖା ହୋଇଥିଲା । କାର୍ ଦୁର୍ଘଟଣା ଯୋଗୁଁ ଉଭୟଙ୍କର ମେରୁଦଣ୍ଡ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଉଭୟ ଚାଲିବାରେ ସକ୍ଷମ ନଥିଲେ । ଯେତେବେଳେ ନିହାଲ୍ ଏବଂ ଅନୁପଙ୍କ ମଧ୍ୟରେ କଥା ଆରମ୍ଭ ହେଲା ସେତେବେଳେ ଉଭୟ ଜାଣିବାକୁ ପାଇଲେ ଯେ ସେମାନଙ୍କ ମଧ୍ୟରେ ଅନେକ ସମାନତା ଅଛି । ଉଭୟଙ୍କ ଆକ୍ସିଡେଣ୍ଟ ଗୋଟିଏ ପ୍ରକାର କାରରେ ହୋଇଥିଲା । ଦୁର୍ଘଟଣାର ସ୍ଥାନ ମଧ୍ୟ ସମାନ ଥିଲା । ଏପରିକି ତାରିଖ ମଧ୍ୟ ସମାନ ଥିଲା । ଉଭୟଙ୍କ ମଧ୍ୟରେ ଯଦି କିଛି ଫରକ ଥିଲା ତାହା ଥିଲା ବାସ୍ କିଛି ବର୍ଷ ଏବଂ ମାସର । ଅନୁପଙ୍କ ସହ ଏହି ଦୁର୍ଘଟଣା ୨୨ ଜୁନ୍ ୨୦୦୩ ହୋଇଥିବା ବେଳେ ନିହାଲଙ୍କ ସହ ୨୨ ନଭେମ୍ବର ୨୦୦୫ରେ ହୋଇଥିଲା ।

ଅନୁପଙ୍କ କହିବା ଅନୁଯାୟୀ, ଆରମ୍ଭରୁ ଆମେ କେବଳ ଏହି ଦୁର୍ଘଟଣା ବିଷୟରେ କଥା ହୋଇ ପରସ୍ପରକୁ ସାହସ ଦେଉଥିଲୁ । ପରେ ସାଙ୍ଗମାନଙ୍କ ସହ ଫିଲ୍ମ ଏବଂ କଫି ଆଦି ପାଇଁ ଦେଖାକରିବାକୁ ଲାଗିଲୁ । ଏହା ପରେ ଆମ କଥା ସକାଳ ୪ଟା ଯାଏଁ ହେବାକୁ ଲାଗିଲା । ଏବଂ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିବାକୁ ଲାଗିଲା । ଆଉ ପରସ୍ପରକୁ ୭ ବର୍ଷ ଡେଟ୍ କରିବା ପରେ ବିବାହ ନିଷ୍ପତ୍ତି ନେଲେ ଏହି ପ୍ରେମୀ ଯୁଗଳ ।

accidental marriageତେବେ ସବୁ ପ୍ରେମକାହାଣୀ ପରି ଏଥିରେ ମଧ୍ୟ ଦେଖାଦେଇଥିଲା ସମସ୍ୟା  । କାରଣ ଉଭୟଙ୍କ ପରିବାର ଲୋକ ଏହି ନିଷ୍ପତ୍ତିରେ ଖୁସି ନଥିଲେ । ହେଲେ ସମସ୍ତ ବାଧା ବିଘ୍ନ ଏବଂ ସମସ୍ୟାକୁ ପଛରେ ପକାଇ ଚଳିତ ବର୍ଷ ଜାନୁଆରୀ ମାସରେ ବିବାହ କରିଥିଲେ ଅନୁପ୍ ଏବଂ ନିହାଲ୍ । ଆଉ ଘରଲୋକଙ୍କୁ ଦେଖାଇଥିଲେ ଯେ ତାଙ୍କ ପ୍ରେମରେ ହ୍ବିଲ ଚେୟାର୍ ଭିଲେନ୍ ହୋଇପାରିବନି । ଏବେ ଖୁବ୍ ଖୁସିରେ ରହୁଛନ୍ତି ନିହାଲ୍ ଏବଂ ଅନୁପ୍ । ଅନୁପ୍ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କରେ କାମ କରୁଥିବା ବେଳେ ନିହାଲ୍ ଏକ ଏନଜିଓ ଚଲାଉଛନ୍ତି । କିନ୍ତୁ ବିଡମ୍ବନାର କଥା ଯେ ଉଭୟ ସେହି ସଡକ ନିକଟରେ ରହୁଛନ୍ତି ଯେଉଁଠି ସେମାନଙ୍କର ଦୁର୍ଘଟଣା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.