Categories: କ୍ରୀଡା

କେବଳ ଖେଳ ନୁହଁ , ଏହି ଖେଳାଳୀ ବିଜ୍ଞାପନ ଜରିଆରେ ମଧ୍ୟ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ : କିଛି ବର୍ଷ ହେବ ଅଲମ୍ପିକ ଖେଳରେ ଖୁବ ଭଲ ପ୍ରଦର୍ଶନ କରୁଛି ଭାରତ। ଏନେଇ ଏବେ କେବଳ କ୍ରିକେଟର ନୁହଁ ଅନ୍ଯାନ୍ଯ ଖେଳାଳୀଙ୍କ ପାଖରେ ମଧ୍ୟ ରୋଜଗାରର ବିଭିନ୍ନ ମାଧ୍ୟମ ସୃଷ୍ଟି ହୋଇଛି। ଏହି ତାଲିକାରେ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଆଗରେ ରହିଛନ୍ତି।  ୧୭ କୋଟି ଡଲାରର ମାଲିକ ହେବା ସହ ଦୁଇଥର ଦେଶର ସବୁଠାରୁ ମୁଲ୍ଯବାନ ବ୍ଯକ୍ତିଙ୍କ ମଧ୍ୟରେ ପରିଚିତ ହୋଇଛନ୍ତି।

-ବିରାଟ କୋହଲି ଫେବ୍ରୁଆରୀ ୨୦୧୭ ମସିହାରେ ଖେଳ ଜିନିଷ ନିର୍ମିଣ କରୁଥିବା କମ୍ପାନି ପ୍ଯୁମାର ସହିତ ୮ବର୍ଷ ପାଇଁ ୧୧୦ କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ। ଏହା ଛଡ଼ା ବେରାଙ୍ଗ, ମୁବଏକାଷ୍ଟିକ୍ସ, ଟୁ ୟୁମ୍, ମାନ୍ଯବର , ରୟାଲ ଚ୍ଯାଲେଞ୍ଜର, ଆମେରିକା ଟ୍ବୁରିଷ୍ଟର, ବୁଷ୍ଟ ଏନର୍ଜି ଡିକ୍ସ , ଏମଆରଏଫ ଟାୟାର୍ସ , ଉବର ଇଣ୍ଡିଆ ଏବଂ ଫିଲିପ୍ସର ସହ ତାଙ୍କର ବିଜ୍ଞାପନ ଚୁକ୍ତି ମଧ୍ୟ ରହିଛି।

-ଅଲମ୍ପିକ ଏବଂ ବିଶ୍ବ ଚ୍ଯାମ୍ପିୟାନସିପର ବିଜେତା ଭାବେ ପରିଚିତ ହୋଇଥିବା ପିବି ସିନ୍ଧୁ। ଖେଳାଳୀଙ୍କ ନିକଟରେ ଚାଇନା ସ୍ପୋର୍ସ କମ୍ପାନି ନିଙ୍ଗ୍ ସହ ୪ ବର୍ଷ ପାଇଁ ୫୦ କୋଟି ଟଙ୍କାର ଏକ ଚୁକ୍ତି ରହିଛି।

–ଜାନୁଆରୀ ମାସରେ କ୍ରିକେଟ କେ ଶ୍ରୀକାନ୍ତକୁ ମଧ୍ୟ ଚାଇନା କମ୍ପାନି ନିଙ୍ଗ୍ ୪ ବର୍ଷ ପାଇଁ ୩୫କୋଟି ଟଙ୍କାର ଦେଇ ସାଇନ କରିଥିଲା। ଏହି କମ୍ପାନିର ବିଜ୍ଞାପନ ମାନଙ୍କରେ ଉଦ୍ଭୟ ଶ୍ରୀକାନ୍ତ ଏବଂ ସିନ୍ଧୁଙ୍କୁ ଦେଖିବାକୁ ମିଳିବ। ଏହାପୂର୍ବରୁ ମଧ୍ୟ ଶ୍ରୀକାନ୍ତଙ୍କୁ ଚାଇନା କମ୍ପାନି ୟୋନେକ୍ସ ପାଇଁ ମଧ୍ୟ ଚୁକ୍ତି କରାଯାଇଛି।

-ସାଇନା ନେହେୱାଲ ମଧ୍ୟ ଏପରି ଜଣେ ମହିଳା ବ୍ଯାଡମିଣ୍ଟନ ଖେଳାଳୀ ଯିଏ ଏକା ସମୟରେ ଜୋ କେଲୋଙ୍ଗ, ଆୟୋଡିନ୍ , ଫଚ୍ଯୁନ ତେଲ, ଡପ୍ ରାଇମେନ୍ ଏବଂ ଏନଇସିସି ପାଇଁ ବିଜ୍ଞାପନ କରୁଛନ୍ତି।

-ମହିଳା ବକ୍ସର ଏମସି ମେରିକମ୍ ମଧ୍ୟ ବିଜ୍ଞାପନରୁ ବେସ ଟଙ୍କା ରୋଜଗାର କରୁଛନ୍ତି। ୬ ଥର ବିଶ୍ବ ଚାମ୍ପିୟନ ହୋଇଥିବା ମେରିକମ୍ ଗତ ବର୍ଷ ସେପ୍ଟେମ୍ବର ମାସରେ ୨ ବର୍ଷ ପାଇଁ ବିଏସଏନଏଲ ସହ ଚୁକ୍ତି କରିଛନ୍ତି।

-ତେବେ ଏହି ତାଲିକାରେ ବିଲକୁଲ ପଛରେ ରହିନାହାନ୍ତି ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ୨୦୧୮ ମସିହାରେ ଇତାଲବୀ ଲଗଜରୀ ସ୍ପୋର୍ସ୍ଟ ଘଣ୍ଟା ନିର୍ମାତା କମ୍ପାନି ତାଙ୍କୁ ଭାରତ ପାଇଁ ନିଜର ବ୍ରାଣ୍ଡଆମ୍ବାସେଡର ଭାବେ ଘୋଷଣା କରିଥିଲେ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

8 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

16 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

22 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

31 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

33 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

40 mins ago