Categories: ସ୍ପେଶାଲ

ମାତ୍ର ୧୦ ମିନିଟରେ ଗାନ୍ଧୀଙ୍କ ମୂର୍ତ୍ତି! ରେକର୍ଡ ସୃଷ୍ଟି କଲେ ଶିଳ୍ପୀ ରବି ରଥ

କଟକ: ସମଗ୍ର ଦେଶର କୋଣ ଅନୁକୋଣରେ ମହାସମାରୋହରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ତେବେ ଏହି ଅବସରରେ ୨୦୧୯ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଏକ ଅଭିନବ ଢ଼ଙ୍ଗରେ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଛନ୍ତି ଜଣେ ଜଣାଶୁଣା ଚିତ୍ରକାର ତଥା ଭାସ୍କଯ୍ୟ ଶିଳ୍ପୀ ରବି ରଥ । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ମାତ୍ର ୧୦ ମିନିଟରେ ଗାନ୍ଧୀଙ୍କ ମୂର୍ତ୍ତି ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ।

ତେବେ କଟକ ସ୍ୱରାଜ ଆଶ୍ରମ ଠାରୁ ଏହି କାର୍ଯ୍ୟକ୍ରମ ଗତ ବର୍ଷ ଅକ୍ଟୋବରରୁ ଆରମ୍ଭ କରିଥିବା ରବି ଏପର୍ଯ୍ୟନ୍ତ ୬୨ ଟି ସ୍ଥାନରେ ଏହିପରି ଗାନ୍ଧୀ ମୂର୍ତ୍ତି ତିଆରି କରି ଦର୍ଶକ ମାନଙ୍କୁ ତାଙ୍କ କଳାର ଯାଦୁ ଦେଖାଇ ସାରିଲେଣି । ଆସନ୍ତା ଏପ୍ରିଲ ମାସ ସୁଧା ସମ୍ପୂର୍ଣ୍ଣ ୧୫୦ ଗାନ୍ଧୀ ମୂର୍ତ୍ତି ନିର୍ମାଣ କରିବାର ଲକ୍ଷ ରଖିଛନ୍ତି ରବି । ତେବେ ସେ ଗାନ୍ଧୀଙ୍କ ପ୍ରତ୍ୟେକ ମାର୍ଗରେ ବେଶ ପ୍ରଭାବିତ । ବିଶେଷ କରି ଯୁବ ସମାଜ ତାଙ୍କ ମାର୍ଗରେ ପ୍ରଭାବିତ ହେବା ପାଇଁ ସେ ଆଶା ରଖିଛନ୍ତି।

Sonalisa

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

10 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

16 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

17 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

23 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

40 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

45 mins ago