ମାତ୍ର ୧୦ ମିନିଟରେ ଗାନ୍ଧୀଙ୍କ ମୂର୍ତ୍ତି! ରେକର୍ଡ ସୃଷ୍ଟି କଲେ ଶିଳ୍ପୀ ରବି ରଥ

କଟକ: ସମଗ୍ର ଦେଶର କୋଣ ଅନୁକୋଣରେ ମହାସମାରୋହରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ତେବେ ଏହି ଅବସରରେ ୨୦୧୯ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଏକ ଅଭିନବ ଢ଼ଙ୍ଗରେ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଛନ୍ତି ଜଣେ ଜଣାଶୁଣା ଚିତ୍ରକାର ତଥା ଭାସ୍କଯ୍ୟ ଶିଳ୍ପୀ ରବି ରଥ । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ମାତ୍ର ୧୦ ମିନିଟରେ ଗାନ୍ଧୀଙ୍କ ମୂର୍ତ୍ତି ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ।

gandhiତେବେ କଟକ ସ୍ୱରାଜ ଆଶ୍ରମ ଠାରୁ ଏହି କାର୍ଯ୍ୟକ୍ରମ ଗତ ବର୍ଷ ଅକ୍ଟୋବରରୁ ଆରମ୍ଭ କରିଥିବା ରବି ଏପର୍ଯ୍ୟନ୍ତ ୬୨ ଟି ସ୍ଥାନରେ ଏହିପରି ଗାନ୍ଧୀ ମୂର୍ତ୍ତି ତିଆରି କରି ଦର୍ଶକ ମାନଙ୍କୁ ତାଙ୍କ କଳାର ଯାଦୁ ଦେଖାଇ ସାରିଲେଣି । ଆସନ୍ତା ଏପ୍ରିଲ ମାସ ସୁଧା ସମ୍ପୂର୍ଣ୍ଣ ୧୫୦ ଗାନ୍ଧୀ ମୂର୍ତ୍ତି ନିର୍ମାଣ କରିବାର ଲକ୍ଷ ରଖିଛନ୍ତି ରବି । ତେବେ ସେ ଗାନ୍ଧୀଙ୍କ ପ୍ରତ୍ୟେକ ମାର୍ଗରେ ବେଶ ପ୍ରଭାବିତ । ବିଶେଷ କରି ଯୁବ ସମାଜ ତାଙ୍କ ମାର୍ଗରେ ପ୍ରଭାବିତ ହେବା ପାଇଁ ସେ ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.