Below header

ରାୟଗଡ଼ା: ଚାଟିକୋଣା ଓ ବୁର୍ଷିଖମ୍ବା ଗାଁର ଦୁଇଟି ସ୍ଥାନରେ ମାଓ ବିରୋଧୀ ପୋଷ୍ଟର, ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ଆହ୍ଵାନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁରେ ଓ ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗାଁର ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ଡଙ୍ଗରିଆ ବିକାଶ ମଞ୍ଚ ନାଁରେ ଜାରି ହୋଇଥିବା ଉଲ୍ଲେଖ କରାଯାଇଛି। ନିୟମଗିରି ସୁରକ୍ଷା ସମିତି ନାଁରେ ନିରୀହ ଡଙ୍ଗରିଆଙ୍କୁ ଠକିବା, ନିୟମଗିରି ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ବନ୍ଦକୁ ବିରୋଧ, ରାସ୍ତା କାମରେ ନିୟୋଜିତ ଠିକାଦାରଙ୍କଠାରୁ ଅର୍ଥ ଆଦାୟ ବନ୍ଦ କରିବା, ବିକାଶ ପାଇଁ ଚେଷ୍ଟିତ ଯୁବ ବର୍ଗଙ୍କୁ ମାଓବାଦୀ ନାଁରେ ମୃତ୍ୟୁ ଧମକ ଦେବା, ରାସ୍ତା କାମରେ ନିୟୋଜିତ ଗାଡ଼ିକୁ ପୋଡିଦେବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ନିୟମଗିରି ଅଞ୍ଚଳରେ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ଆହ୍ଵାନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.