ସରିଲା ଦିଲ୍ଲୀ ବିଧାନସଭା ପାଇଁ ଚାଲିଥିବା ପ୍ରଚାର, ଆସନ୍ତାକାଲି ୭୦ଟି ଆସନ ପାଇଁ ହେବ ଭୋଟଗ୍ରହଣ

ଦିଲ୍ଲୀ: ସରିଲା ଦିଲ୍ଲୀ ବିଧାନସଭା ପାଇଁ ଚାଲିଥିବା ପ୍ରଚାର। ଆସନ୍ତାକାଲି ହେବ ଭୋଟଗ୍ରହଣ। ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ୧କୋଟି ୪୭ଲକ୍ଷ ଭୋଟର ନିଷ୍ପତ୍ତି ନେବେ କିଏ ହେବେ ମୁଖ୍ୟମନ୍ତ୍ରୀ। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ୨ହଜାର ୬୮୮ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିବେ ଭୋଟର। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷ କରିବା ପାଇଁ ୭୫ହଜାର ସୁରକ୍ଷା କର୍ମୀ ମୁତୟନ କରାଯିବ। ତେବେ ଦିଲ୍ଲୀ ଭୋଟର ସ୍ଥିର କରିବେ ପୁଣି ଥରେ ଆପର ହାତ ଧରିବେ ନା ବିଜେପକୁ ବାଛିବେ। ୨୦୧୫ ନିର୍ବାଚନରେ ଆପ୍ ୭୦ଟି ବିଧାନସବା ।ସନରୁ ୬୭ଟିରେ ବାଜିମାତ୍ କରିତିଲା। ବିଜେପି ୩ଟି ଆସନ ଜିତିଥିବାବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା। ଏଥର ଉଭୟ ବିଜେପି ଓ କଂଗ୍ରେସ ଦିଲ୍ଲୀ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.